ବିଜେଡିର ପିଛା ଛା଼ଡୁନି ଗୋଷ୍ଠୀ କନ୍ଦଳ

ବିଜେଡି ପିଛା ଛାଡୁନି ଗୋଷ୍ଠୀ କନ୍ଦଳ। ଦଳପତି ସଂଗଠନ ସଜାଡିବା କାମ ଆରମ୍ଭ କରିଥିବାବେଳେ ବଢୁଥିବା ବିବାଦ ମୁଣ୍ଡ ବିନ୍ଧା ବଢାଇଦେଇଛି।

ବିଜେଡିର ପିଛା ଛା଼ଡୁନି ଗୋଷ୍ଠୀ କନ୍ଦଳ

ତୀବ୍ର ହେଉଛି ଜଗତସିଂହପୁର ବିଜେଡି କନ୍ଦଳ । ଗୋଟିଏ ଗୋଷ୍ଠୀର କର୍ମୀ ସମ୍ମିଳନୀର କାଉଣ୍ଟରରେ ଅପର ଗୋଷ୍ଠୀର ପ୍ରେସମିଟ୍ । ଢୋଲ-ମୂଷା ଆରୋପ ପ୍ରତ୍ୟାରୋପ । ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ମେଳି ବାନ୍ଧି ପ୍ରବଳ ବିରୋଧ ଜାରି ରଖିଛନ୍ତି ନଗର ବିଜେଡି ସଭାପତି ବସନ୍ତ ବିଶ୍ବାଳ । ଦୁଇଦିନ ତଳେ ସାଙ୍ଗଠନିକ ବୈଠକ ଡାକି ସମ୍ବିତଙ୍କ ବିରୋଧରେ ସ୍ବରକୁ ଶାଣିତ କରିଛନ୍ତି ବସନ୍ତ । କହିଛନ୍ତି- ସମ୍ବିତ ନିଜେ ବାପି ସର୍ଖେଲଙ୍କ ପରି ବଡ଼ ମୂଷାକୁ ଦଳକୁ ଆଣି ଢୋଲ ଫଟାଇ ଏବେ ଢୋଲ ଭିତରେ ମୂଷା ଉପାଖ୍ୟାନ ଶୁଣାଉଛନ୍ତି ।