ବିଜେଡିର ମିଶ୍ରଣ ପର୍ବ : ବିଜେଡିରେ ମିଶିଲେ ବଲାଙ୍ଗୀର ପୂର୍ବତନ ବିଜେପି ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ

ଭୁବନେଶ୍ବର ୧୦।୪: ବିଜେଡିରେ ମିଶିଲେ ବଲାଙ୍ଗୀର ଜିଲ୍ଲାର ପ୍ରଭାସ ପାଣିଗ୍ରାହୀ । ସେ ବିଜେପି ବଲାଙ୍ଗୀର ଜିଲ୍ଲା ସଭାପତି ଥିଲେ । ସେ ଜଣେ ଶିକ୍ଷାବିତ୍ । ସେ ବିଜେପିକୁ ବଲାଙ୍ଗୀରରେ ଠିଆ କରିଥିଲେ । ଅନ୍ୟମାନେ ହେଲେ ସୌରମ୍ୟ ବବିଚ, ବିନୋଦ ବିହାରୀ ନାଗ । ସେମାନେ ବିଜେପି ଛାଡିଛନ୍ତି । ବିଜେଡିର ଶକ୍ତି ବୃଦ୍ଧି ହୋଇଥିବା ସାଂସଦ ସସ୍ମିତ ପାତ୍ର କହିଛନ୍ତି ।  ମୁଖ୍ୟମନ୍ତ୍ରୀ, ସଂଗଠନ ସମ୍ପାଦକଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର ଓ ବଲାଙ୍ଗୀର ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ । କଳିକେଶ ସିଂଦେଓ କହିଲେ ନୂଆ ଆକାରରେ ବିଜେପି ଛାଡି ବିଜେଡିରେ ମିଶିଛନ୍ତି । ବିଜେଡି ପରିବାରକୁ ସ୍ୱାଗତ । ବିଜେପି ପାଇଁ ଅନେକ କାମ କରିଥିଲେ । ଆମ ସହ ମିଶି ସେ ସାମାଜିକ, ଶିକ୍ଷା, ସାହିତ୍ୟରେ ସହଯୋଗ କରିଥିଲେ । ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମରେ ପ୍ରେରଣାରେ ସେ ମିଶିଛନ୍ତି । ମିଶିକି ବଲାଙ୍ଗୀର ବିକାଶ କରିବୁ । ପ୍ରଭାସ ପାଣିଗ୍ରାହୀ କହିଲେ, ସମଗ୍ର ଓଡିଶାର ମଉଡମଣୀ ନବୀନ ପଟ୍ଟନାୟକ, ବିଚକ୍ଷଣ ଚାଣକ୍ୟ ଭି.କେ. ପାଣ୍ଡିଆନ, ପ୍ରଣବ ପ୍ରକାଶ ଦାସ, ଆମ ପ୍ରିୟ ନେତା କଳିକେଶ ସିଂଦେଓ ଓ ଅନଙ୍ଗ ଉଦୟ ସିଂଦେଓ, ବଡ଼ ହୃଦୟ ଓ ଇମୋସନ୍ ନେଇ ବିଜେଡିରେ ସାମିଲ ହେଲେ । ଦଳରେ ମୁଁ ଭାଇ ପରି ସେବା କରିବି । ବଲାଙ୍ଗୀର ରାଜନୀତି ପାଇଁ କହିବି ଯେ ୨୦୨୯ରେ ବିଜେପିକୁ ୫୦ବର୍ଷ ହେବେ । ପ୍ରଧାନ

ବିଜେଡିର ମିଶ୍ରଣ ପର୍ବ : ବିଜେଡିରେ ମିଶିଲେ ବଲାଙ୍ଗୀର ପୂର୍ବତନ ବିଜେପି ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ

ଭୁବନେଶ୍ବର ୧୦।୪: ବିଜେଡିରେ ମିଶିଲେ ବଲାଙ୍ଗୀର ଜିଲ୍ଲାର ପ୍ରଭାସ ପାଣିଗ୍ରାହୀ । ସେ ବିଜେପି ବଲାଙ୍ଗୀର ଜିଲ୍ଲା ସଭାପତି ଥିଲେ । ସେ ଜଣେ ଶିକ୍ଷାବିତ୍ । ସେ ବିଜେପିକୁ ବଲାଙ୍ଗୀରରେ ଠିଆ କରିଥିଲେ । ଅନ୍ୟମାନେ ହେଲେ ସୌରମ୍ୟ ବବିଚ, ବିନୋଦ ବିହାରୀ ନାଗ । ସେମାନେ ବିଜେପି ଛାଡିଛନ୍ତି । ବିଜେଡିର ଶକ୍ତି ବୃଦ୍ଧି ହୋଇଥିବା ସାଂସଦ ସସ୍ମିତ ପାତ୍ର କହିଛନ୍ତି ।  ମୁଖ୍ୟମନ୍ତ୍ରୀ, ସଂଗଠନ ସମ୍ପାଦକଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର ଓ ବଲାଙ୍ଗୀର ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ । କଳିକେଶ ସିଂଦେଓ କହିଲେ ନୂଆ ଆକାରରେ ବିଜେପି ଛାଡି ବିଜେଡିରେ ମିଶିଛନ୍ତି । ବିଜେଡି ପରିବାରକୁ ସ୍ୱାଗତ । ବିଜେପି ପାଇଁ ଅନେକ କାମ କରିଥିଲେ । ଆମ ସହ ମିଶି ସେ ସାମାଜିକ, ଶିକ୍ଷା, ସାହିତ୍ୟରେ ସହଯୋଗ କରିଥିଲେ । ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମରେ ପ୍ରେରଣାରେ ସେ ମିଶିଛନ୍ତି । ମିଶିକି ବଲାଙ୍ଗୀର ବିକାଶ କରିବୁ । ପ୍ରଭାସ ପାଣିଗ୍ରାହୀ କହିଲେ, ସମଗ୍ର ଓଡିଶାର ମଉଡମଣୀ ନବୀନ ପଟ୍ଟନାୟକ, ବିଚକ୍ଷଣ ଚାଣକ୍ୟ ଭି.କେ. ପାଣ୍ଡିଆନ, ପ୍ରଣବ ପ୍ରକାଶ ଦାସ, ଆମ ପ୍ରିୟ ନେତା କଳିକେଶ ସିଂଦେଓ ଓ ଅନଙ୍ଗ ଉଦୟ ସିଂଦେଓ, ବଡ଼ ହୃଦୟ ଓ ଇମୋସନ୍ ନେଇ ବିଜେଡିରେ ସାମିଲ ହେଲେ । ଦଳରେ ମୁଁ ଭାଇ ପରି ସେବା କରିବି । ବଲାଙ୍ଗୀର ରାଜନୀତି ପାଇଁ କହିବି ଯେ ୨୦୨୯ରେ ବିଜେପିକୁ ୫୦ବର୍ଷ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଉଛନ୍ତି କଂଗ୍ରେସ ମୁକ୍ତ ଭାରତ । ହେଲେ ବଲାଙ୍ଗୀରରେ କଂଗ୍ରେସ ଯୁକ୍ତ ବିଜେପି । ଯେଉଁଥି ପାଇଁ ମୁଁ ବିଜେପି ଛାଡ଼ିଲି । ବିଜେଡିରେ ଶ୍ରଦ୍ଧା, ପ୍ରେମ ଓ ଭକ୍ତିର ଆଶା ରଖିଛି । ନବୀନ ପଟ୍ଟନାୟକଙ୍କ କାମରେ ସହାଭାଗିତା ନେଇ କାମ କରିବି । ସ୍ୱାଭିମାନ ନେଇ ଦଳରେ ମିଶିଲି ।

You Can Read :

ବିଜେଡିର ୩୮ ଜଣିଆ ନିର୍ବାଚନ ଇସ୍ତହାର କମିଟି ଗଠିତ : ଚନ୍ଦ୍ରଶେଖର ସାହୁଙ୍କୁ ଅଧ୍ୟକ୍ଷ ଦାୟିତ୍ବ