ବିଜେଡିର ସନ୍ଧ୍ୟାରାଣୀ ଦାସଙ୍କୁ ପରାସ୍ତ କରି କୋରେଇରେ ଅଭିନେତା ଆକାଶ ଦାସ୍ ନାୟକଙ୍କ ବାଜିମାତ୍
ଭୁବନେଶ୍ୱର 04/06 : କୋରେଇରେ ଅଭିନେତା ଆକାଶ ଦାସ ନାୟକଙ୍କ ବାଜିମାତ୍। ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ ନିକଟରେ ବିଜେଡି ଛାଡ଼ି ବିଜେପିରୁ ଟିକେଟ୍ ନେଇ ଜିତିଛନ୍ତି। କୋରେଇ ଏକ ଗୁରୁତ୍ୱପୂର୍ଣ୍ଣ ଆସନ ଥିବାବେଳେ ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସଙ୍କୁ ପରାସ୍ତ କରି ସେ ପିନ୍ଧିଛନ୍ତି ବିଜୟ ମୁକୁଟ। ଏଥିସହ ଯାଜପୁର ବିଜେପି ଗଡ଼ରେ ବିଜୟ ବାନା ଉଡ଼ାଇଛନ୍ତି ଆକାଶ।ସନ୍ଧ୍ୟାରାଣୀ ଦାସ୍ ହେଉଛନ୍ତି ସ୍ୱର୍ଗତ ଆଶୋକ ଦାସଙ୍କର ପତ୍ନୀ ତଥା ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କର ମା'। ତାଙ୍କୁ ହରାଇ ଆକାଶ ଦାଶ ନାୟକ ସେଠି ବାଜିମାତ୍ କରିଛନ୍ତି। ଆକାଶ ୨୦୧୪ରେ ବିଜେଡିରେ ଯୋଗ ଦେଇ ଟିକେଟ ପାଇ ଜିତିଥିଲେ। ୨୦୨୯ରେ ତାଙ୍କୁ ଟିକେଟ୍ ମିଳି ନ ଥିଲା। ତଥାପି ସେ ଦଳରେ ଥିଲେ । କିନ୍ତୁ ୨୦୨୪ରେ ଦଳ ତାଙ୍କୁ ଟିକେଟ୍ ଦେଇ ନ ଥିଲା। ଏହା ପରେ ସେ ୨୦୨୪ରେ ବିଜେପିରେ ଯୋଗ ଦେଇ ବିଜୟର ମୁକୁଟ ପିନ୍ଧିଛନ୍ତି।। Also Read- ହାରିଗଲେ ଓଲିଉଡ୍ କୁଇନ୍ ବର୍ଷା ପ୍ରୀୟଦର୍ଶିନୀ, ଜିତିଲେ ବିଜେପି ପ୍ରାର୍ଥୀ ଅମର କୁମାର ନାୟକ
ଭୁବନେଶ୍ୱର 04/06 : କୋରେଇରେ ଅଭିନେତା ଆକାଶ ଦାସ ନାୟକଙ୍କ ବାଜିମାତ୍। ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ ନିକଟରେ ବିଜେଡି ଛାଡ଼ି ବିଜେପିରୁ ଟିକେଟ୍ ନେଇ ଜିତିଛନ୍ତି। କୋରେଇ ଏକ ଗୁରୁତ୍ୱପୂର୍ଣ୍ଣ ଆସନ ଥିବାବେଳେ ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସଙ୍କୁ ପରାସ୍ତ କରି ସେ ପିନ୍ଧିଛନ୍ତି ବିଜୟ ମୁକୁଟ। ଏଥିସହ ଯାଜପୁର ବିଜେପି ଗଡ଼ରେ ବିଜୟ ବାନା ଉଡ଼ାଇଛନ୍ତି ଆକାଶ।
ସନ୍ଧ୍ୟାରାଣୀ ଦାସ୍ ହେଉଛନ୍ତି ସ୍ୱର୍ଗତ ଆଶୋକ ଦାସଙ୍କର ପତ୍ନୀ ତଥା ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କର ମା'। ତାଙ୍କୁ ହରାଇ ଆକାଶ ଦାଶ ନାୟକ ସେଠି ବାଜିମାତ୍ କରିଛନ୍ତି। ଆକାଶ ୨୦୧୪ରେ ବିଜେଡିରେ ଯୋଗ ଦେଇ ଟିକେଟ ପାଇ ଜିତିଥିଲେ। ୨୦୨୯ରେ ତାଙ୍କୁ ଟିକେଟ୍ ମିଳି ନ ଥିଲା। ତଥାପି ସେ ଦଳରେ ଥିଲେ । କିନ୍ତୁ ୨୦୨୪ରେ ଦଳ ତାଙ୍କୁ ଟିକେଟ୍ ଦେଇ ନ ଥିଲା। ଏହା ପରେ ସେ ୨୦୨୪ରେ ବିଜେପିରେ ଯୋଗ ଦେଇ ବିଜୟର ମୁକୁଟ ପିନ୍ଧିଛନ୍ତି।।
Also Read- ହାରିଗଲେ ଓଲିଉଡ୍ କୁଇନ୍ ବର୍ଷା ପ୍ରୀୟଦର୍ଶିନୀ, ଜିତିଲେ ବିଜେପି ପ୍ରାର୍ଥୀ ଅମର କୁମାର ନାୟକ