ବିଜେଡିର ୩୮ ଜଣିଆ ଇସ୍ତାହାର କମିଟିରେ ଶ୍ରୀମୟୀ, ୩ ପ୍ରବାସୀ ଓଡ଼ିଆ ସାମିଲ

ଭୁବନେଶ୍ୱରରୁ ସାଂସଦ ପ୍ରାର୍ଥୀ ହେବାକୁ ଆଶା କରି ନିରାଶ ହୋଇଥିବା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଇସ୍ତହାର କମିଟିରେ ରଖାଯାଇଛି।

ବିଜେଡିର ୩୮ ଜଣିଆ ଇସ୍ତାହାର କମିଟିରେ ଶ୍ରୀମୟୀ, ୩ ପ୍ରବାସୀ ଓଡ଼ିଆ ସାମିଲ

ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ବିଜେଡି ଆଜି ତା’ର ଇସ୍ତାହାର କମିଟି ଗଠନ କରିଛି। ଦଳ କ୍ରମାଗତ ୬ଷ୍ଠ ଥର ବିଜୟୀ ହେଲେ, କ’ଣ ସବୁ କରିବ ଓ ଭୋଟରଙ୍କୁ କେମିତି ଆକୃଷ୍ଟ କରାଯାଇ ପାରିବ, ତା’ର ଗୋଟିଏ ପ୍ରତିଶ୍ରୁତି ପତ୍ର ଏହି କମିଟି ପ୍ରସ୍ତୁତ କରିବ।

ଭୁବନେଶ୍ୱରରୁ ସାଂସଦ ପ୍ରାର୍ଥୀ ହେବାକୁ ଆଶା କରି ନିରାଶ ହୋଇଥିବା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଇସ୍ତହାର କମିଟିରେ ରଖାଯାଇଛି। ସାଂସଦ ଟିକେଟ ନ ମିଳିବା ପରେ ଶ୍ରୀମୟୀ ଏକ ପ୍ରକାରର ‘ନିଖୋଜ’ ହୋଇ ଯାଇଛନ୍ତି। ଏପରି ସ୍ଥିତିରେ ତାଙ୍କୁ କିଛି ମାତ୍ରାରେ ସନ୍ତୁଷ୍ଟ କରିବା ପାଇଁ ଦଳ ଇସ୍ତାହାର କମିଟିରେ ଶ୍ରୀମୟୀଙ୍କୁ ସଦସ୍ୟ ଭାବେ ସାମିଲ କରିଥିବା ଚର୍ଚ୍ଚା ହେଉଛି। 

କମିଟିର ଅଧ୍ୟକ୍ଷ ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କମିଟିରେ ରହିଛନ୍ତି। ଦଳ ତାଙ୍କୁ ଏଥର ଟିକେଟ ଦେଇ ନାହିଁ। ତାଙ୍କ ବଦଳରେ ବିଜେପିରୁ ଆମଦାନୀ ହୋଇ ଆସିଥିବା ଭୃଗୁ ବକ୍ସି ପାତ୍ର ବିଜେଡି ଟିକେଟରେ ବ୍ରହ୍ମପୁର ଲୋକସଭା ନିର୍ବାଚନ ଲଢ଼ିବେ। ଏଥିପାଇଁ ଚନ୍ଦ୍ରଶେଖର ସାହୁଙ୍କୁ ଇସ୍ତାହାର କମିଟିର ଆବାହକ କରାଯାଇଛି।

ସେହିପରି ଅମର ପଟ୍ଟନାୟକ କମିଟିର ଆବାହକ ରହିଛନ୍ତି। ୩୮ ଜଣିଆ କମିଟିରେ ୬ ସହ ଅଧ୍ୟକ୍ଷ ଓ ୩ ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ସାମିଲ କରାଯାଇଛି। ଏହାବାଦ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ସହ ଆବାହ ଭାବେ କମିଟିରେ ଅଛନ୍ତି।

୩୮ ଜଣିଆ କମିଟି

ଚନ୍ଦ୍ରଶେଖର ସାହୁ-ଅଧ୍ୟକ୍ଷ

ଦେବୀ ପ୍ରସାଦ ମିଶ୍ର- ଉପାଧ୍ୟକ୍ଷ

ପ୍ରତାପ ଦେବ- ଉପାଧ୍ୟକ୍ଷ,

ସୁଦାମ ମାର୍ଣ୍ଡି- ଉପାଧ୍ୟକ୍ଷ

ମଙ୍ଗଳା କିଷାନ- ଉପାଧ୍ୟକ୍ଷ

ପଦ୍ମନାଭ ବେହେରା- ଉପାଧ୍ୟକ୍ଷ

କସ୍ତୁରୀ ମହାପାତ୍ର- ଉପାଧ୍ୟକ୍ଷ

ଅମର ପଟ୍ଟନାୟକ- ଆବାହକ

ସସ୍ମିତ ପାତ୍ର- (ସହ-ଆବାହକ)

ସୁକାନ୍ତ ମହାପାତ୍ର- ପ୍ରବାସୀ ଓଡ଼ିଶା ବିଶେଷଜ୍ଞ ସଦସ୍ୟ

ସ୍ୱପ୍ନେନ୍ଦୁ ମହାନ୍ତି- ପ୍ରବାସୀ ଓଡ଼ିଶା ବିଶେଷଜ୍ଞ ସଦସ୍ୟ

ଅମୀୟ ମିଶ୍ର- ପ୍ରବାସୀ ଓଡ଼ିଶା ବିଶେଷଜ୍ଞ ସଦସ୍ୟ

ଅତନୁ ସବ୍ୟସାଚୀ ନାୟକ- ସଦସ୍ୟ

ଅଚ୍ୟୁତାନନ୍ଦ ସାମନ୍ତ- ସଦସ୍ୟ

ଅରୁଣ କୁମାର ସାହୁ- ସଦସ୍ୟ

ସଂତୃପ୍ତ ମିଶ୍ର- ସଦସ୍ୟ, ସଞ୍ଜୟ କୁମାର ଦାସବର୍ମା- ସଦସ୍ୟ,

ସ୍ନେହାଙ୍ଗିନୀ ଛୁରିଆ- ସଦସ୍ୟ

ସୁଶାନ୍ତ ସିଂ- ସଦସ୍ୟ

କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର- ସଦସ୍ୟ

ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର- ସଦସ୍ୟ

ଚିନ୍ମୟ ସାହୁ- ସଦସ୍ୟ

ଚିରଞ୍ଜୀବ ବିଶ୍ୱାଳ- ସଦସ୍ୟ

ସୁବାସ ସିଂ- ସଦସ୍ୟ

ବ୍ୟୋମକେଶ ରାୟ- ସଦସ୍ୟ

ଦେବୀ ରଞ୍ଜନ ତ୍ରିପାଠୀ- ସଦସ୍ୟ

ରମେଶ ଚନ୍ଦ୍ର ମାଝୀ- ସଦସ୍ୟ

ଦିଲୀପ ତିର୍କୀ- ସଦସ୍ୟ

ରବି ନାରାୟଣ ନନ୍ଦ- ସଦସ୍ୟ

ଅମରେଶ ପତ୍ରୀ- ସଦସ୍ୟ

ଏସ.କେ. ନିଜାମୁଦ୍ଦିନ- ସଦସ୍ୟ

ତନ୍ମୟ ସ୍ୱାଇଁ- ସଦସ୍ୟ

ଜୋତ୍ସ୍ନାରାଣୀ ପରିଡ଼ା- ସଦସ୍ୟ

ବିଷ୍ଣୁପ୍ରିୟା ଦାସ- ସଦସ୍ୟ

ସଞ୍ଜିତ ମହାନ୍ତି- ସଦସ୍ୟ

ପଙ୍କିଜିନୀ ମଙ୍ଗରାଜ- ସଦସ୍ୟ

ମାମିନା ନାୟକ- ସଦସ୍ୟ

କିଶୋର ଦେବତା- ସଦସ୍ୟ

କମିଟିର ସଦସ୍ୟମାନେ ବିଭିନ୍ନ ବର୍ଗର ଲୋକ, ଅଞ୍ଚଳବାସୀ ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଆଲୋଚନା କରି ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବେ ବୋଲି ଦଳ କହିଛି।