ବିଜେଡିରୁ ଇସ୍ତଫା ଦେଲେ ହିନ୍ଦୋଳ ବିଧାୟିକା, କାନ୍ଦି କାନ୍ଦି କହିଲେ ମୋ ପ୍ରତି ହୋଇଛି ଅବିଚାର

ଢେଙ୍କାନାଳ ୨୩/୦୪: କାନ୍ଦିଲେ ହିନ୍ଦୋଳ ବିଧାୟିକା । ଦଳରୁ ଇସ୍ତଫା ଦେବା ପରେ ଭୋ ଭୋ ହୋଇ କାନ୍ଦିଲେ ବିଧାୟିକା ସୀମାରାଣୀ ନାୟକ । କହିଲେ ମୋ ପ୍ରତି ଦଳରେ ହୋଇଛି ଅବିଚାର । ତଥାପି ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ସୂଚନା ଥାଉକି, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କୁ ପ୍ରାର୍ଥୀ ଭାବେ ଘୋଷଣା ପରେ ହିନ୍ଦୋଳ ରାଜନୀତି ବେଶ ସରଗରମ ହୋଇଉଠିଛି । ଏପରିକି ବିଧାୟିକା ସୀମାରଣୀ ନାୟକଙ୍କ ଟିକେଟ କାଟି ମହେଶ ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିବା ନେଇ ସୀମାରାଣୀଙ୍କ ସମର୍ଥକ ମହଲରେ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି । ଗୋଟିଏ ପଟରେ ସୀମାରଣୀ ବିଜେଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଗତ ୧୦ବର୍ଷ ହେଲା ହିନ୍ଦୋଳବାସୀଙ୍କ ସେବା କରିଥିବାରୁ ନିଜକୁ କୃତଜ୍ଞତା ଜଣାଇଛନ୍ତି । ତେବେ ତାଙ୍କ ପ୍ରତି ଅବିଚାର କରାଯାଇଥିବାରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ଗଣ ମାଧ୍ୟମକୁ ପ୍ରତିକ୍ରିୟା ରଖିବା ବେଳେ କାନ୍ଦି ପକାଇଛନ୍ତି ସୀମାରାଣୀ । ଅପରପକ୍ଷରେ ସୀମା ବିଜେପି ରେ ସାମିଲ ହେଉଥିବା ଅସମର୍ଥୀତ ସୂତ୍ରରୁ ଜଣାପଡ଼ିଛି। ଏଥିପାଇଁ ଆଜି ତାଙ୍କ ସମର୍ଥକଙ୍କ ସହିତ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ସାମିଲ ହୋଇପାରନ୍ତି ବୋଲି ସୂଚନା ମିଳିଛି । ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ବିଧାନସଭା କ୍ଷେତ୍ରରେ

ବିଜେଡିରୁ ଇସ୍ତଫା ଦେଲେ ହିନ୍ଦୋଳ ବିଧାୟିକା, କାନ୍ଦି କାନ୍ଦି କହିଲେ ମୋ ପ୍ରତି ହୋଇଛି ଅବିଚାର

ଢେଙ୍କାନାଳ ୨୩/୦୪: କାନ୍ଦିଲେ ହିନ୍ଦୋଳ ବିଧାୟିକା । ଦଳରୁ ଇସ୍ତଫା ଦେବା ପରେ ଭୋ ଭୋ ହୋଇ କାନ୍ଦିଲେ ବିଧାୟିକା ସୀମାରାଣୀ ନାୟକ । କହିଲେ ମୋ ପ୍ରତି ଦଳରେ ହୋଇଛି ଅବିଚାର । ତଥାପି ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ । 

ସୂଚନା ଥାଉକି, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କୁ ପ୍ରାର୍ଥୀ ଭାବେ ଘୋଷଣା ପରେ ହିନ୍ଦୋଳ ରାଜନୀତି ବେଶ ସରଗରମ ହୋଇଉଠିଛି । ଏପରିକି ବିଧାୟିକା ସୀମାରଣୀ ନାୟକଙ୍କ ଟିକେଟ କାଟି ମହେଶ ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିବା ନେଇ ସୀମାରାଣୀଙ୍କ ସମର୍ଥକ ମହଲରେ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି । 

ଗୋଟିଏ ପଟରେ ସୀମାରଣୀ ବିଜେଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଗତ ୧୦ବର୍ଷ ହେଲା ହିନ୍ଦୋଳବାସୀଙ୍କ ସେବା କରିଥିବାରୁ ନିଜକୁ କୃତଜ୍ଞତା ଜଣାଇଛନ୍ତି । ତେବେ ତାଙ୍କ ପ୍ରତି ଅବିଚାର କରାଯାଇଥିବାରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ଗଣ ମାଧ୍ୟମକୁ ପ୍ରତିକ୍ରିୟା ରଖିବା ବେଳେ କାନ୍ଦି ପକାଇଛନ୍ତି ସୀମାରାଣୀ । 

ଅପରପକ୍ଷରେ ସୀମା ବିଜେପି ରେ ସାମିଲ ହେଉଥିବା ଅସମର୍ଥୀତ ସୂତ୍ରରୁ ଜଣାପଡ଼ିଛି। ଏଥିପାଇଁ ଆଜି ତାଙ୍କ ସମର୍ଥକଙ୍କ ସହିତ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ସାମିଲ ହୋଇପାରନ୍ତି ବୋଲି ସୂଚନା ମିଳିଛି । ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ବିଧାନସଭା କ୍ଷେତ୍ରରେ  ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି । 

ସୀମାରାଣୀ ଗତ ୨୦୧୪ସାଧାରଣ ନିର୍ବାଚନରେ ବିଜେଡି ଦଳରୁ ହିନ୍ଦୋଳ ବିଧାନସଭା ପାଇଁ ବିଧାୟିକା ଭାବେ ବିପୁଳ ବ୍ୟବଧାନ ୪୯ହଜାର ୮୫୯ ଭୋଟ ବ୍ୟବଧାନରେ ପ୍ରଥମେ ନିର୍ବାଚିତ ହୋଇଥିଲେ । ପରେ ୨୦୧୯ରେ ମଧ୍ୟ ବିଜେଡି ଦଳରୁ ୧୮ହଜାର ୯୬୫ଭୋଟ ବ୍ୟବଧାନରେ ହିନ୍ଦୋଳରେ ବିଧାୟିକା ଭାବେ ପୁନର୍ବାର ନିର୍ବାଚିତ ହୋଇ ଗତ ଦୁଇ ଦୁଇ ଥର ହିନ୍ଦୋଳର ବିଧାୟିକା ଥିଲେ। ତେବେ ଚଳିତ ୨୦୨୪ନିର୍ବାଚନରେ ବିଜେଡି ତାଙ୍କର ଟିକେଟ କାଟିଥିବା ଜଣାପଡିଛି।