ବିଜେଡିରେ ଚିରଞ୍ଜୀବ ବିଶ୍ୱାଳ, ଶଙ୍ଖ ଭବନରେ ସମର୍ଥକଙ୍କ ସହ ହେଲେ ଦଳରେ ସାମିଲ
ଭୁବନେଶ୍ୱର ୩୧।୦୩ : ଶଙ୍ଖ ଫୁଙ୍କିଲେ ଚିରଞ୍ଜୀବ ବିଶ୍ୱାଳ । ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଏହି ମିଶ୍ରଣ ପର୍ବରେ ବିଜେଡି ନେତା ମାନସ ମଙ୍ଗରାଜ, ସସ୍ମତି ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଶନିବାର ଦିନ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲା ଚିରଞ୍ଜୀବ ବିଶ୍ୱାଳ । ଖବର ଅନୁଯାୟୀ, ଚିରଞ୍ଜୀବଙ୍କ ରାଜନୈତିକ କ୍ୟାରିୟର ଜନ୍ମ ମାଟି ତିର୍ତ୍ତୋଲରୁ ଆରମ୍ଭ ହୋଇଥିଲା । ରାଜ୍ୟ କଂଗ୍ରେସର ହେଭିୱେଟ ନେତା ବସନ୍ତ ବିଶ୍ୱାଳଙ୍କ ପୁତ୍ର ଚିରଞ୍ଜୀବ ୨୦୦୪ ନିର୍ବାଚନରେ ତିର୍ତ୍ତୋଲରୁ କଂଗ୍ରେସ ଟିକଟ୍ରେ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୦୯ରେ ସୀମା ପୁନଃନିର୍ଦ୍ଧାରଣ ହେତୁ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଆସନ ସଂରକ୍ଷିତ ରହିଥିଲା । ଫଳରେ ଚିରଞ୍ଜୀବ ନୂଆ ନିର୍ବାଚନମଣ୍ଡଳୀ ପାରାଦୀପ ପରିବର୍ତ୍ତେ ଜଗତସିଂହପୁର ମୁହାଁ ହୋଇଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରି ଏଠାରୁ ବିଷ୍ଣୁ ଦାସଙ୍କଠୁ ସେ ପରାଜୟ ବରଣ କରିଥିଲେ । ୨୦୧୪ ନିର୍ବାଚନରେ ବିଷ୍ଣୁଙ୍କୁ ହରାଇ ଜଗତସିଂହପୁର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ପ୍ରତିନିଧିତ୍ୱ କରିଥିଲେ ଚିରଞ୍ଜୀବ । କିନ୍ତୁ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ଥାଇ ସୁଦ୍ଧା ଚିରଞ୍ଜୀବ ଜନସାଧାରଣଙ୍କ ସମସ୍ୟା ବୁଝିବା ଦିଗରେ ସେତେଟା ତତ୍ପରତା ପ୍ରକାଶ କରିନଥିଲେ । ପରିଣାମ
ଭୁବନେଶ୍ୱର ୩୧।୦୩ : ଶଙ୍ଖ ଫୁଙ୍କିଲେ ଚିରଞ୍ଜୀବ ବିଶ୍ୱାଳ । ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଏହି ମିଶ୍ରଣ ପର୍ବରେ ବିଜେଡି ନେତା ମାନସ ମଙ୍ଗରାଜ, ସସ୍ମତି ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଶନିବାର ଦିନ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲା ଚିରଞ୍ଜୀବ ବିଶ୍ୱାଳ ।
ଖବର ଅନୁଯାୟୀ, ଚିରଞ୍ଜୀବଙ୍କ ରାଜନୈତିକ କ୍ୟାରିୟର ଜନ୍ମ ମାଟି ତିର୍ତ୍ତୋଲରୁ ଆରମ୍ଭ ହୋଇଥିଲା । ରାଜ୍ୟ କଂଗ୍ରେସର ହେଭିୱେଟ ନେତା ବସନ୍ତ ବିଶ୍ୱାଳଙ୍କ ପୁତ୍ର ଚିରଞ୍ଜୀବ ୨୦୦୪ ନିର୍ବାଚନରେ ତିର୍ତ୍ତୋଲରୁ କଂଗ୍ରେସ ଟିକଟ୍ରେ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୦୯ରେ ସୀମା ପୁନଃନିର୍ଦ୍ଧାରଣ ହେତୁ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଆସନ ସଂରକ୍ଷିତ ରହିଥିଲା । ଫଳରେ ଚିରଞ୍ଜୀବ ନୂଆ ନିର୍ବାଚନମଣ୍ଡଳୀ ପାରାଦୀପ ପରିବର୍ତ୍ତେ ଜଗତସିଂହପୁର ମୁହାଁ ହୋଇଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରି ଏଠାରୁ ବିଷ୍ଣୁ ଦାସଙ୍କଠୁ ସେ ପରାଜୟ ବରଣ କରିଥିଲେ । ୨୦୧୪ ନିର୍ବାଚନରେ ବିଷ୍ଣୁଙ୍କୁ ହରାଇ ଜଗତସିଂହପୁର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ପ୍ରତିନିଧିତ୍ୱ କରିଥିଲେ ଚିରଞ୍ଜୀବ । କିନ୍ତୁ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ଥାଇ ସୁଦ୍ଧା ଚିରଞ୍ଜୀବ ଜନସାଧାରଣଙ୍କ ସମସ୍ୟା ବୁଝିବା ଦିଗରେ ସେତେଟା ତତ୍ପରତା ପ୍ରକାଶ କରିନଥିଲେ । ପରିଣାମ ସ୍ୱରୂପ ୨୦୧୯ରେ ପ୍ରଶାନ୍ତ ମୁଦୁଲିଙ୍କଠାରୁ ହାରି ଯାଇଥିଲେ । ତା’ପରଠାରୁ ବୋଧେ ଚିରଞ୍ଜୀବଙ୍କ ମନୋବଳ ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା । କାରଣ ପୂର୍ବଭଳି ସେ ନିର୍ବାଚନମଣ୍ଡଳୀବାସୀଙ୍କ ଠାରୁ କେବଳ ଦୂରେଇ ଯାଇନଥିଲେ କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ମଧ୍ୟ ଏତେଟା ସକ୍ରିୟ ଭୂମିକା ନେଇନଥିଲେ । ଏଭଳି କରଛଡ଼ା ନୀତି ଯୋଗୁଁ ଚିରଞ୍ଜୀବଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରୁଥିବା କର୍ମୀ ଏବଂ ନେତାଙ୍କ ସଂଖ୍ୟା ବି ଧୀରେ ଧୀରେ ହ୍ରାସ ପାଇଥିଲା