ବିଜେଡିରେ ବର୍ଷା-ଭାଜପାରେ ଅନୁଭବ; ରୋଚକ ହେଉଛି ଓଡ଼ିଶାର ରାଜନୀତି

ଭୁବନେଶ୍ୱର,୧୮।୪: ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଦୈନଦିନ ଅନେକ ରୋଚକ ଘଟଣା ସବୁ ଦେଖିବାକୁ ମିଳୁଛି। ଏହି କ୍ରମରେ ଗୁରୁବାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସେ ଦଳରେ ସାମିଲ ହୋଇଥିଲେ। କିଛିଦିନ ତଳେ ବର୍ଷାଙ୍କର ପୂର୍ବତନ ସ୍ୱାମୀ ବିଜେଡି ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିଲେ। ଅନୁଭବ ବିଜେଡିରୁ ରାଜ୍ୟସଭା ଯାଇଥିଲେ ପରେ ୨୦୧୯ରେ ବିଜେଡି ଟିକେଟରେ […] The post ବିଜେଡିରେ ବର୍ଷା-ଭାଜପାରେ ଅନୁଭବ; ରୋଚକ ହେଉଛି ଓଡ଼ିଶାର ରାଜନୀତି appeared first on Dharitri Odia News.

ବିଜେଡିରେ ବର୍ଷା-ଭାଜପାରେ ଅନୁଭବ; ରୋଚକ ହେଉଛି ଓଡ଼ିଶାର ରାଜନୀତି

ଭୁବନେଶ୍ୱର,୧୮।୪: ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଦୈନଦିନ ଅନେକ ରୋଚକ ଘଟଣା ସବୁ ଦେଖିବାକୁ ମିଳୁଛି। ଏହି କ୍ରମରେ ଗୁରୁବାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସେ ଦଳରେ ସାମିଲ ହୋଇଥିଲେ।

କିଛିଦିନ ତଳେ ବର୍ଷାଙ୍କର ପୂର୍ବତନ ସ୍ୱାମୀ ବିଜେଡି ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିଲେ। ଅନୁଭବ ବିଜେଡିରୁ ରାଜ୍ୟସଭା ଯାଇଥିଲେ ପରେ ୨୦୧୯ରେ ବିଜେଡି ଟିକେଟରେ କେନ୍ଦ୍ରାପଡ଼ାରୁ ନିର୍ବାଚିତ ହୋଇ ଯାଇଥିଲେ।

ପୂର୍ବରୁ ଦୁହେଁ ବିଜେଡି ସହିତ ଜଡିତ ଥିଲେ, ଅନୁଭବ ବିଜେଡିରେ ସକ୍ରିୟ ରାଜନୀତି କରଥିବା ବେଳେ ବର୍ଷା ବିଜେଡି ପାଇଁ ଅନେକ ନିର୍ବଚନରେ ଦଳ ପାଇଁ ଷ୍ଟାର କ୍ୟାମ୍ପେନର ଭାବେ ପ୍ରଚାର କରିଛନ୍ତି।

ପାରିବାରିକ କାରଣରୁ ବିବାଦରେ ଆସିବା ପରେ ଅନୁଭବଙ୍କ ଠାରୁ ବିଜେଡି ଦୂରତା ବଜାୟ ରଖିଥିଲା, କିନ୍ତୁ ସମାନ ସମୟରେ ବର୍ଷା ଅନେକ ଉପନିର୍ବାଚନ ଏବଂ ପଂଚାୟତ ନିର୍ବାଚନରେ ବିଜେଡିର ଷ୍ଟାର କ୍ୟାମ୍ପେନର ସାଜି ପ୍ରଚାର ସମ୍ଭାଳିଥିଲେ।

ତେବେ ଆସନ୍ତା ନିର୍ବାଚନ ପୂର୍ବରୁ ଅନୁଭବ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେବା ପରେ ଏବେ ବର୍ଷା ବିଜେଡିରେ ଯୋଗ ଦେଇଛନ୍ତି। ଭାଜପାର ଆଉ କିଛି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ବାକି ଥିବା ବେଳେ ଦଳ ଅନୁଭବଙ୍କୁ କେଉଁଠୁ ଟିକେଟ ଦେଉଛି କି ନାହିଁ ଏବଂ ବର୍ଷଙ୍କୁ ବିଜେଡି କେଉଁ ଦାୟିତ୍ୱ ଦେଉଛି ତାହା ଦେଖିବା ବାକି ରହିଲା।

 

The post ବିଜେଡିରେ ବର୍ଷା-ଭାଜପାରେ ଅନୁଭବ; ରୋଚକ ହେଉଛି ଓଡ଼ିଶାର ରାଜନୀତି appeared first on Dharitri Odia News.