ବିଜେପି କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ଘଟଣା, ଦୁଇ ବିଜେଡି ନେତାଙ୍କୁ ଗିରଫ କଲା ପୋଲିସ
ବ୍ରହ୍ମପୁର: ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ବିଜେପି କର୍ମୀଙ୍କ ସମେତ ୫ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଦୁଇ ଜଣ ହେଲେ ବିଜେଡି ନେତା ସୁଭାଶିଷ ସାହୁ ଓ ରଣ୍ଡା ସରପଞ୍ଚ ଅଜିତ ରାଉଳ। ପୂର୍ବରୁ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଥିବାବେଳେ ଏବେ ସମୁଦାୟ ଗିରଫଦାରୀ ୫ରେ ପହଞ୍ଚିଛି। ଆକ୍ରମଣ ରାଜନୈତିକ ଶତ୍ରୁତା କାରଣରୁ ଘଟିଥିବା କୁହାଯାଉଛି । ନିର୍ବାଚନ ପୂର୍ବରୁ ଓ ପରେ ମଧ୍ୟ ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ କରି ଜେଲ ଯାଇଥିଲେ। ସୂଚନାଥାଉକି, ଗତ ୭ ତାରିଖରେ ୨ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିଲା। ଅଭିଯୋଗ ହୋଇଛି ବିଜେପି ନେତାଙ୍କ ଉପରେ ଆକ୍ରମଣ କରାଇଥିଲେ ବିଜେଡି ନେତା ସୁଭାଶିଷ ସାହୁ ଓ ଅଜିତ ରାଉଳ। ଏହି ଦୁଇ ନେତାଙ୍କ ପ୍ରରୋଚନାରେ ହିଁ ଗୋଳନ୍ଥରା ଥାନା ହଳଦିଆ ପଦର ଗ୍ରାମର ସୁବାସ ଦାସ, ସଦାନନ୍ଦ ଦାସ ଓ କନିସି ଗ୍ରାମର ଆଶିଷ ଦଳାଇ ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଅବଶ୍ୟ ପୋଲିସ ତଦନ୍ତ କରି ତିନି ଆକ୍ରମଣକାରୀ ଗିରଫ କରିଥିଲା। ଆଉ ଏବେ ମାମଲାରେ ସଂପୃକ୍ତ ୨ ନେତାଙ୍କୁ ଗିରଫ କରିଛି। ଜଣାପଡ଼ିଛି ଅଜିତଙ୍କ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି। ସେହିଭଳି ପୂର୍ବରୁ ଗିରଫ ହୋଇଥିବା ତିନି ଆକ୍ରମଣକାରୀ ସୁବାସ ଦାସ ନାମରେ ୧୪ ଟି, ସଦାନନ୍ଦ ଦାସ ନାମରେ ୧୦ଟି ଓ ଆଶିଷ ଦଳାଇ ନାମରେ ୧୨ଟି ମାମଲା ରହିଛି। ଏମାନଙ୍କଠା
ବ୍ରହ୍ମପୁର: ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ବିଜେପି କର୍ମୀଙ୍କ ସମେତ ୫ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଦୁଇ ଜଣ ହେଲେ ବିଜେଡି ନେତା ସୁଭାଶିଷ ସାହୁ ଓ ରଣ୍ଡା ସରପଞ୍ଚ ଅଜିତ ରାଉଳ। ପୂର୍ବରୁ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଥିବାବେଳେ ଏବେ ସମୁଦାୟ ଗିରଫଦାରୀ ୫ରେ ପହଞ୍ଚିଛି। ଆକ୍ରମଣ ରାଜନୈତିକ ଶତ୍ରୁତା କାରଣରୁ ଘଟିଥିବା କୁହାଯାଉଛି । ନିର୍ବାଚନ ପୂର୍ବରୁ ଓ ପରେ ମଧ୍ୟ ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ କରି ଜେଲ ଯାଇଥିଲେ।
ସୂଚନାଥାଉକି, ଗତ ୭ ତାରିଖରେ ୨ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିଲା। ଅଭିଯୋଗ ହୋଇଛି ବିଜେପି ନେତାଙ୍କ ଉପରେ ଆକ୍ରମଣ କରାଇଥିଲେ ବିଜେଡି ନେତା ସୁଭାଶିଷ ସାହୁ ଓ ଅଜିତ ରାଉଳ। ଏହି ଦୁଇ ନେତାଙ୍କ ପ୍ରରୋଚନାରେ ହିଁ ଗୋଳନ୍ଥରା ଥାନା ହଳଦିଆ ପଦର ଗ୍ରାମର ସୁବାସ ଦାସ, ସଦାନନ୍ଦ ଦାସ ଓ କନିସି ଗ୍ରାମର ଆଶିଷ ଦଳାଇ ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଅବଶ୍ୟ ପୋଲିସ ତଦନ୍ତ କରି ତିନି ଆକ୍ରମଣକାରୀ ଗିରଫ କରିଥିଲା। ଆଉ ଏବେ ମାମଲାରେ ସଂପୃକ୍ତ ୨ ନେତାଙ୍କୁ ଗିରଫ କରିଛି।
ଜଣାପଡ଼ିଛି ଅଜିତଙ୍କ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି। ସେହିଭଳି ପୂର୍ବରୁ ଗିରଫ ହୋଇଥିବା ତିନି ଆକ୍ରମଣକାରୀ ସୁବାସ ଦାସ ନାମରେ ୧୪ ଟି, ସଦାନନ୍ଦ ଦାସ ନାମରେ ୧୦ଟି ଓ ଆଶିଷ ଦଳାଇ ନାମରେ ୧୨ଟି ମାମଲା ରହିଛି। ଏମାନଙ୍କଠାରୁ ୨ଟି ବାଇକ୍ ଓ ୨ଟି ଖଣ୍ଡା ମଧ୍ୟ ଜବତ୍ କରିଥିଲା ପୋଲିସ।
ସେପଟେ ସୋମବାର ଘଟଣାକୁ ନେଇ ବିଜେଡିର ଏକ ଟିମ୍ ବ୍ରହ୍ମପୁର ଏସପିଙ୍କୁ ଭେଟିଛନ୍ତି। ଟିମ୍ ଏସପିଙ୍କୁ ନିରପେକ୍ଷ ତଦନ୍ତ କରିବାକୁ ଦାବି ଜଣାଇବା ସହ ଦୁଇ ବିଜେଡି ନେତା ଘଟଣାରେ ଯଦି ପ୍ରକୃତରେ ସାମିଲ ଥିବେ ତା’ହେଲେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲା। ତେବେ ପୋଲିସ ମଙ୍ଗଳବାର ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା କହିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣ ବିବେକ।