ବିଜେପି ଛାଡ଼ିଲେ ପୂର୍ବତନ ସାଂସଦ ତଥା ପୂର୍ବତନ ବିଧାୟକ ରବି ନାରାୟଣ ପାଣି

୧୯୮୯ରୁ ୧୯୯୧ ଯାଏ ସେ ଦେବଗଡ଼ରୁ ଜନତା ଦଳ ସାଂସଦ ଥିଲେ। ୨୦୦୯ରେ ବିଜେଡି ଟିକଟରେ ପାଲଲହଡ଼ାରୁ ବିଧାୟକ ହୋଇଥିଲେ। ଏପରିକି ଦଳର ମୁଖ୍ୟ ସଚେତକ ହୋଇଥିଲେ। ୨୦୧୯ରେ ବିଜେଡି ବିଧାୟକ ଟିକଟ ନ ମିଳିବାରୁ ବିଜେପିରେ ସାମିଲ ହୋଇଥିଲେ ରବି ପାଣି।

ବିଜେପି ଛାଡ଼ିଲେ ପୂର୍ବତନ ସାଂସଦ ତଥା ପୂର୍ବତନ ବିଧାୟକ ରବି ନାରାୟଣ ପାଣି

ବିଜେପି ଛାଡ଼ିଲେ ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ରବି ନାରାୟଣ ପାଣି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ରବି ନାରାୟଣ ପାଣି ଲେକିଛନ୍ତି, ବର୍ତ୍ତମାନର ରାଜନୀତିରେ ନୀତି ଆଦର୍ଶର ଆଉ ସ୍ଥାନ ନାହିଁ। କ୍ଷମତା ପାଇଁ ଯେକୌଣସି ବ୍ୟକ୍ତିକୁ ଆଣି ଦଳରେ ସାମିଲ କରାଯାଉଛି। ଆମ ପରି ବରିଷ୍ଠ ଓ ସଚ୍ଚୋଟ ନେତାଙ୍କୁ ଅଣଦେଖା କରାଯାଇ ଅନ୍ୟମାନଙ୍କୁ ପଦ ପଦବୀ ଦିଆଯାଉଛି। ଆମେ କେବଳ ମୁକ ହୋଇ ବସି ରହୁୁଛୁ। ତେଣୁ ତୁରନ୍ତ ଦଳରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି ରବି ପାଣି।

ଅଧିକ ପଢ଼ନ୍ତୁ: ତୀବ୍ର ହେଲାଣି ବିଦ୍ରୋହ, ବରିଷ୍ଠ ନେତା ଛାଡ଼ୁଛନ୍ତି ଦଳ

୧୯୮୯ରୁ ୧୯୯୧ ଯାଏ ସେ ଦେବଗଡ଼ରୁ ଜନତା ଦଳ ସାଂସଦ ଥିଲେ। ୨୦୦୯ରେ ବିଜେଡି ଟିକଟରେ ପାଲଲହଡ଼ାରୁ ବିଧାୟକ ହୋଇଥିଲେ। ଏପରିକି ଦଳର ମୁଖ୍ୟ ସଚେତକ ହୋଇଥିଲେ। ୨୦୧୯ରେ ବିଜେଡି ବିଧାୟକ ଟିକଟ ନ ମିଳିବାରୁ ବିଜେପିରେ ସାମିଲ ହୋଇଥିଲେ ରବି ପାଣି।