ବିଜେପି ଜାରିକଲା ୧୭ତମ ତାଲିକା, ବ୍ରିଜ ଭୂଷଣଙ୍କ ପୁଅ କେସରଗଞ୍ଜରେ ପ୍ରାର୍ଥୀ
ନୂଆଦିଲ୍ଲୀ : ବିଜେପି ଆଜି ଏହାର ୧୭ ତମ ପ୍ରାର୍ଥୀ ତାଲିକା ଜାରି କରିଛି। ତେବେ ୧୭ତମ ତାଲିକାରେ ବିଜେପି ଉତ୍ତରପ୍ରଦେଶର କେସରଗଞ୍ଜ ଆସନରେ କିଏ ପ୍ରାର୍ଥୀ ହେବ ସେନେଇ ସବୁ କଳ୍ପନାର ଜଳ୍ପନାର ଅନ୍ତ ଘଟାଇଛନ୍ତି। କେସରଗଞ୍ଜ ଆସନରେ ସାଂସଦ ବ୍ରିଜ ଭୂଷଣ ସିଂହଙ୍କୁ ବିଜେପି ଟିକେଟ ଦେଇନାହିଁ। ତାଙ୍କ ବଦଳରେ ବିଜେପି ତାଙ୍କ ପୁଅ କରଣ ଭୂଷଣ ସିଂହଙ୍କୁ ଏଠାରେ ପ୍ରାର୍ଥୀ କରିଛି। ବ୍ରିଜ ଭୁଷଣ ଶରଣ ସିଂହ ମହିଳା ରେସଲରମାନଙ୍କୁ ଯୌନ ନିର୍ଯାତନା […]

ନୂଆଦିଲ୍ଲୀ : ବିଜେପି ଆଜି ଏହାର ୧୭ ତମ ପ୍ରାର୍ଥୀ ତାଲିକା ଜାରି କରିଛି। ତେବେ ୧୭ତମ ତାଲିକାରେ ବିଜେପି ଉତ୍ତରପ୍ରଦେଶର କେସରଗଞ୍ଜ ଆସନରେ କିଏ ପ୍ରାର୍ଥୀ ହେବ ସେନେଇ ସବୁ କଳ୍ପନାର ଜଳ୍ପନାର ଅନ୍ତ ଘଟାଇଛନ୍ତି। କେସରଗଞ୍ଜ ଆସନରେ ସାଂସଦ ବ୍ରିଜ ଭୂଷଣ ସିଂହଙ୍କୁ ବିଜେପି ଟିକେଟ ଦେଇନାହିଁ। ତାଙ୍କ ବଦଳରେ ବିଜେପି ତାଙ୍କ ପୁଅ କରଣ ଭୂଷଣ ସିଂହଙ୍କୁ ଏଠାରେ ପ୍ରାର୍ଥୀ କରିଛି। ବ୍ରିଜ ଭୁଷଣ ଶରଣ ସିଂହ ମହିଳା ରେସଲରମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ବିଜେପି ଚଳିତଥର ବ୍ରିଜ ଭୂଷଣଙ୍କୁ ଟିକେଟ ଦେଇନାହିଁ। ଦଳ ମଧ୍ୟ ରାଏବରେଲିରେ ଦିନେଶ ପ୍ରତାପ ସିଂହଙ୍କୁ ରାଏବରେଲିରୁ ପ୍ରାର୍ଥୀ କରିଛି। ରାଏବରେଲି ଦୀର୍ଘ ବର୍ଷ ଧରି କଂଗ୍ରେସର ଗଡ଼ ହୋଇ ରହିଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଉକ୍ତ ଆସନକୁ ୫ ଥର ପ୍ରତିନିଧିତ୍ବ କରିଛନ୍ତି। କିନ୍ତୁ ସୋନିଆ ଏବେ ରାଜ୍ୟସଭା ସାଂସଦ ଏବଂ କଂଗ୍ରେସ ଉକ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିନି।