ବିଜେପି ଟିକେଟରୁ ନିର୍ବାଚନ ଲଢିବେ ଅବଧ ଓଝା ? ଏହି ଦୁଇ ଆସନକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ମୋଟିଭେସନାଲ ସ୍ପିକର ତଥା ଶିକ୍ଷକ ଅବଧ ଓଝା ଆଗାମୀ ଲୋକସଭା ନିର୍ବାଚନ ଜରିଆରେ ରାଜନୀତିରେ ଏଣ୍ଟ୍ରି କରିବାକୁ ଯାଉଥିବା ଚର୍ଚ୍ଚା ଧରିଛି । ସେ ବିଜେପି ଟିକେଟରେ ଲୋକସଭା ନିର୍ବାଚନରେ ୟୁପିର ଦୁଇଟି ଆସନ ମଧ୍ୟରୁ କୌଣସି ଗୋଟିଏରେ ପ୍ରାର୍ଥୀ ହୋଇପାରନ୍ତି । କିଛି ଦିନ ପୂର୍ବେ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମାଙ୍କ ସହ ତାଙ୍କର ବୈଠକ ହୋଇଥିଲେ, ଯାହା ପରେ ଏହି ଚର୍ଚ୍ଚାକୁ ବଳ ମିଳିଛି ।ଅବଧ ଓଝାଙ୍କୁ ବିଜେପି ଉତ୍ତର ପ୍ରଦେଶର କେଶରଗଞ୍ଜ ଲୋକସଭା ଆସନରୁ ପ୍ରାର୍ଥୀ କରିପାରେ । ଉଲ୍ଲେଖଯୋଗ୍ୟ ବର୍ତ୍ତମାନ ଏହି ଆସନରୁ ବୃଜଭୂଷଣ ଶରଣ ସିଂ ସାଂସଦ ଅଛନ୍ତି । ଅନେକ ଥର ଲୋକସଭା ନିର୍ବାଚନ ଜିତି ସାରିଥିବା ବୃଜଭୂଷଣ ଶରଣ ସିଂଙ୍କ ବିରୋଧରେ ଅନେକ ମହିଳା କୁସ୍ତିଯୋଦ୍ଧା ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗ ଉପରେ ତଦନ୍ତ ଜାରି ରହିଛି । ଏପରି ସ୍ଥଳେ ଏବେ ବୃଜଭୂଷଣଙ୍କୁ ବିଜେପି ଟିକେଟ୍ ଦେଇ ନପାରେ । ତାଙ୍କ ସ୍ଥାନରେ ଅବଧ ଓଝାଙ୍କୁ ମୈଦାନକୁ ଓହ୍ଲାଇପାରେ । ଅବଧ ଓଝା ଉତ୍ତର ପ୍ରଦେଶର ଗୋଣ୍ଡାର ମୂଳ ବାସିନ୍ଦା ହୋଇଥିବା ବେଳେ ସୋସିଆଲ୍ ମିଡିଆରେ ସେ ଖୁବ ଲୋକପ୍ରିୟ ।ପଢନ୍ତୁ: ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ-୨୦୨୪: ୬୦ ପ୍ରାର୍ଥୀଙ୍କ ତାଲିକା ଜାରି କଲା ବିଜେପିଦ୍ୱିତୀୟ ଆସନ ଯେଉଁଠୁ ଅବଧ ଓଝାଙ୍କ ନିର୍ବାଚନ ଲଢିବା ସମ୍ଭାବନା
ନୂଆଦିଲ୍ଲୀ: ମୋଟିଭେସନାଲ ସ୍ପିକର ତଥା ଶିକ୍ଷକ ଅବଧ ଓଝା ଆଗାମୀ ଲୋକସଭା ନିର୍ବାଚନ ଜରିଆରେ ରାଜନୀତିରେ ଏଣ୍ଟ୍ରି କରିବାକୁ ଯାଉଥିବା ଚର୍ଚ୍ଚା ଧରିଛି । ସେ ବିଜେପି ଟିକେଟରେ ଲୋକସଭା ନିର୍ବାଚନରେ ୟୁପିର ଦୁଇଟି ଆସନ ମଧ୍ୟରୁ କୌଣସି ଗୋଟିଏରେ ପ୍ରାର୍ଥୀ ହୋଇପାରନ୍ତି । କିଛି ଦିନ ପୂର୍ବେ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମାଙ୍କ ସହ ତାଙ୍କର ବୈଠକ ହୋଇଥିଲେ, ଯାହା ପରେ ଏହି ଚର୍ଚ୍ଚାକୁ ବଳ ମିଳିଛି ।
ଅବଧ ଓଝାଙ୍କୁ ବିଜେପି ଉତ୍ତର ପ୍ରଦେଶର କେଶରଗଞ୍ଜ ଲୋକସଭା ଆସନରୁ ପ୍ରାର୍ଥୀ କରିପାରେ । ଉଲ୍ଲେଖଯୋଗ୍ୟ ବର୍ତ୍ତମାନ ଏହି ଆସନରୁ ବୃଜଭୂଷଣ ଶରଣ ସିଂ ସାଂସଦ ଅଛନ୍ତି । ଅନେକ ଥର ଲୋକସଭା ନିର୍ବାଚନ ଜିତି ସାରିଥିବା ବୃଜଭୂଷଣ ଶରଣ ସିଂଙ୍କ ବିରୋଧରେ ଅନେକ ମହିଳା କୁସ୍ତିଯୋଦ୍ଧା ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗ ଉପରେ ତଦନ୍ତ ଜାରି ରହିଛି । ଏପରି ସ୍ଥଳେ ଏବେ ବୃଜଭୂଷଣଙ୍କୁ ବିଜେପି ଟିକେଟ୍ ଦେଇ ନପାରେ । ତାଙ୍କ ସ୍ଥାନରେ ଅବଧ ଓଝାଙ୍କୁ ମୈଦାନକୁ ଓହ୍ଲାଇପାରେ । ଅବଧ ଓଝା ଉତ୍ତର ପ୍ରଦେଶର ଗୋଣ୍ଡାର ମୂଳ ବାସିନ୍ଦା ହୋଇଥିବା ବେଳେ ସୋସିଆଲ୍ ମିଡିଆରେ ସେ ଖୁବ ଲୋକପ୍ରିୟ ।
ପଢନ୍ତୁ: ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ-୨୦୨୪: ୬୦ ପ୍ରାର୍ଥୀଙ୍କ ତାଲିକା ଜାରି କଲା ବିଜେପି
ଦ୍ୱିତୀୟ ଆସନ ଯେଉଁଠୁ ଅବଧ ଓଝାଙ୍କ ନିର୍ବାଚନ ଲଢିବା ସମ୍ଭାବନା ରହିଛି, ତାହା ହେଉଛି ପ୍ରୟାଗରାଜ । ସୂତ୍ର ଅନୁସାରେ, ବର୍ତ୍ତମାନର ପ୍ରୟାଗରାଜ ସାଂସଦ ରୀତା ବହୁଗୁଣା ଯୋଶୀଙ୍କୁ ଟିକେଟ୍ ଏଥର କଟିପାରେ । ତାଙ୍କ ସ୍ଥାନରେ ଅବଧ ଓଝାଙ୍କୁ ଟିକେଟ୍ ଦେଇପାରେ । ଉଲ୍ଲେଖଯୋଗ୍ୟ ଯେ କୋଚିଂ ନେବା ପାଇଁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପ୍ରୟାଗରାଜ ଆସିଥାନ୍ତି । ଅବଧ ଓଝା ଜଣେ ଲୋକପ୍ରିୟ ଶିକ୍ଷକ ହୋଇଥିବାରୁ ଏହାର ଲାଭ ପାର୍ଟିକୁ ମିଳିପାରେ । ତେବେ ଏହା ଉପରେ କୌଣସି ଆନୁଷ୍ଠାନିକ ବୟାନ ସାମନାକୁ ଆସି ନାହିଁ ।