ବିଜେପି ନେତା ତେଜସ୍ୱୀ ସୂର୍ଯ୍ୟା ଗୁଣ୍ଡାଗର୍ଦ୍ଦି କରନ୍ତି: ଭାଇରାଲ୍ ହେଲା କଙ୍ଗନା ରାଣାୱତଙ୍କ ଭାଷଣ

ଶିମଲା: ବିରୋଧୀଙ୍କୁ ଟାର୍ଗେଟ୍ କରୁଥିଲେ, ହେଲେ ଭୁଲ୍‌ରେ ନିଜ ଦଳର ପ୍ରାର୍ଥୀଙ୍କ ନାଁ ପାଟିରେ ପଶିଗଲା। କଙ୍ଗନା କହୁ କହୁ କହିଦେଲେ ତେଜସ୍ୱୀ ସୂର୍ଯ୍ୟା ଗୁଣ୍ଡାଗର୍ଦ୍ଦି କରନ୍ତି। ହିମାଚଳ ପ୍ରଦେଶ ମଣ୍ଡିରୁ ବିଜେପି ଲୋକସଭା ପ୍ରାର୍ଥୀ କଙ୍ଗନା ରାଣାୱତ୍ ନିର୍ବାଚନ ପ୍ରଚାର ବେଳେ ଆଜି ଏଭଳି ଭାଷଣ ଦେଇଛନ୍ତି ଯାହାର ଭିଡିଓ କ୍ଲିପ୍ ଭାଇରାଲ୍ ହେଉଛି। ବିରୋଧୀଙ୍କୁ ଟାର୍ଗେଟ୍ କରି କଙ୍ଗନା ରଣାୱତ କହିଛନ୍ତି “ଏମାନେ ନିଜେ ଜାଣି ନାହାନ୍ତି ଯେ ସେମାନେ କୁଆଡ଼େ ଆସୁଛନ୍ତି କୁଆଡ଼େ ଯାଉଛନ୍ତି। ଏଭଳି ବିଗିଡ଼ିଯାଇଥିବା ରାଜକୁମରଙ୍କର ଏକ ଦଳ ରହିଛି। ସେ ରାହୁଲ ଗାନ୍ଧୀ ହୁଅନ୍ତୁ, ଯାହାଙ୍କୁ ଜହ୍ନରେ ଆଳୁ ଉତ୍ପାଦନ କରିବାର ଅଛି। କିମ୍ବା ତେଜସ୍ୱୀ ସୂର୍ଯ୍ୟ ହୁଅନ୍ତୁ, ଯିଏ ଗୁଣ୍ଡାଗର୍ଦ୍ଦି କରନ୍ତି। ମାଛକୁ ହଲେଇ ହଲେଇ ଖାଆନ୍ତି।”ପଢ଼ନ୍ତୁ-ୟୁନିସେଫ୍‌ରେ ଭାରତର ନ୍ୟାସ୍‌ନାଲ ଆମ୍ବାସାଡର ହେଲେ କରୀନା କପୁର ଖାନ୍ସୂଚନା ଥାଉକି ତେଜସ୍ୱୀ ସୂର୍ଯ୍ୟା ବେଙ୍ଗାଲୁର ସାଉଥ୍‌ର ବିଜେପି ପ୍ରାର୍ଥୀ। ସେ ବିଜେପିର ଜଣେ ଫାୟାର ବ୍ରାଣ୍ଡ ନେତା। ହେଲେ କଙ୍ଗନା ରାଣାୱତ କିନ୍ତୁ ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ୍ କରୁଥିଲେ। ପ୍ରକୃତରେ ତେଜସ୍ୱୀ ଯାଦବ ନବରାତ୍ରୀ ସମୟରେ ମାଛ ଖାଉଥିବାର ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। ଏପ୍ରିଲ ୯ ତାରିଖରେ ତେଜସ୍ୱୀ ଏହି ଭିଡିଓ ପୋଷ୍ଟ କରିବା ପରେ ତାଙ୍କୁ ସମାଲୋଚନାର ଶିକାର ହେ

ବିଜେପି ନେତା ତେଜସ୍ୱୀ ସୂର୍ଯ୍ୟା ଗୁଣ୍ଡାଗର୍ଦ୍ଦି କରନ୍ତି: ଭାଇରାଲ୍ ହେଲା କଙ୍ଗନା ରାଣାୱତଙ୍କ ଭାଷଣ

ଶିମଲା: ବିରୋଧୀଙ୍କୁ ଟାର୍ଗେଟ୍ କରୁଥିଲେ, ହେଲେ ଭୁଲ୍‌ରେ ନିଜ ଦଳର ପ୍ରାର୍ଥୀଙ୍କ ନାଁ ପାଟିରେ ପଶିଗଲା। କଙ୍ଗନା କହୁ କହୁ କହିଦେଲେ ତେଜସ୍ୱୀ ସୂର୍ଯ୍ୟା ଗୁଣ୍ଡାଗର୍ଦ୍ଦି କରନ୍ତି। ହିମାଚଳ ପ୍ରଦେଶ ମଣ୍ଡିରୁ ବିଜେପି ଲୋକସଭା ପ୍ରାର୍ଥୀ କଙ୍ଗନା ରାଣାୱତ୍ ନିର୍ବାଚନ ପ୍ରଚାର ବେଳେ ଆଜି ଏଭଳି ଭାଷଣ ଦେଇଛନ୍ତି ଯାହାର ଭିଡିଓ କ୍ଲିପ୍ ଭାଇରାଲ୍ ହେଉଛି। 

ବିରୋଧୀଙ୍କୁ ଟାର୍ଗେଟ୍ କରି କଙ୍ଗନା ରଣାୱତ କହିଛନ୍ତି “ଏମାନେ ନିଜେ ଜାଣି ନାହାନ୍ତି ଯେ ସେମାନେ କୁଆଡ଼େ ଆସୁଛନ୍ତି କୁଆଡ଼େ ଯାଉଛନ୍ତି। ଏଭଳି ବିଗିଡ଼ିଯାଇଥିବା ରାଜକୁମରଙ୍କର ଏକ ଦଳ ରହିଛି। ସେ ରାହୁଲ ଗାନ୍ଧୀ ହୁଅନ୍ତୁ, ଯାହାଙ୍କୁ ଜହ୍ନରେ ଆଳୁ ଉତ୍ପାଦନ କରିବାର ଅଛି। କିମ୍ବା ତେଜସ୍ୱୀ ସୂର୍ଯ୍ୟ ହୁଅନ୍ତୁ, ଯିଏ ଗୁଣ୍ଡାଗର୍ଦ୍ଦି କରନ୍ତି। ମାଛକୁ ହଲେଇ ହଲେଇ ଖାଆନ୍ତି।”

ପଢ଼ନ୍ତୁ-ୟୁନିସେଫ୍‌ରେ ଭାରତର ନ୍ୟାସ୍‌ନାଲ ଆମ୍ବାସାଡର ହେଲେ କରୀନା କପୁର ଖାନ୍

ସୂଚନା ଥାଉକି ତେଜସ୍ୱୀ ସୂର୍ଯ୍ୟା ବେଙ୍ଗାଲୁର ସାଉଥ୍‌ର ବିଜେପି ପ୍ରାର୍ଥୀ। ସେ ବିଜେପିର ଜଣେ ଫାୟାର ବ୍ରାଣ୍ଡ ନେତା। ହେଲେ କଙ୍ଗନା ରାଣାୱତ କିନ୍ତୁ ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ୍ କରୁଥିଲେ। ପ୍ରକୃତରେ ତେଜସ୍ୱୀ ଯାଦବ ନବରାତ୍ରୀ ସମୟରେ ମାଛ ଖାଉଥିବାର ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। ଏପ୍ରିଲ ୯ ତାରିଖରେ ତେଜସ୍ୱୀ ଏହି ଭିଡିଓ ପୋଷ୍ଟ କରିବା ପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ତେଣୁ ସେହି କଥା କହି ଜେଜସ୍ୱୀ ଯାଦବଙ୍କୁ ଟାର୍ଗେଟ୍ କରୁ କରୁ ତାଙ୍କ ପାଟିରେ ତେଜସ୍ୱୀ ସୂର୍ଯ୍ୟାଙ୍କ ନାଁ ପଶିଯାଇଥିଲା।




କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଭୂ ଶ୍ରୀରାମଙ୍କ ଅଂଶ ବୋଲି କହିଛନ୍ତି କଙ୍ଗନା। ମୋଦୀ ଆମର ଯତ୍ନ ନେଉଛନ୍ତି ବୋଲି କଙ୍ଗନା କହିଛନ୍ତି। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି କଙ୍ଗନାଙ୍କୁ କହିଥିଲେ ଯେ ଯେଉଁମାନେ ଦେଶର ଭାଷା ଜାଣନ୍ତି ନାହିଁ ଯେଉଁମାନେ ଦେଶର ସଂସ୍କୃତି ଜାଣନ୍ତି ନାହିଁ ସେମାନେ କଣ ଦେଶ ଚଳାଇବେ ବୋଲି କଙ୍ଗନା କହିଛନ୍ତି।