ବିଜେପି ନେତାଙ୍କୁ ରାସ୍ତା ମଝିରେ ଗୁଳି କରି ହତ୍ୟା

ଭୋପାଳ : ରବିବାର ସକାଳୁ ଜଣେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ନେତା ଜଣଙ୍କ ମଧ୍ୟ ପ୍ରଦେଶର ମନ୍ତ୍ରୀ କୈଳାଶ ବିଜୟଭାର୍ଗିୟାଙ୍କ ନିକଟତର। ତାଙ୍କ ନାମ ମନୁ କଲ୍ୟାଣେ। ମନୁ ବିଜେପି ଯୁବ ମୋର୍ଚ୍ଚାର ନଗର ଉପସଭାପତି ଥିଲେ। ପ୍ରଥମିକ ତଦନ୍ତରୁ ପିୟୁସ୍‌ ଏବଂ ଅର୍ଜୁନ ନାମକ ଦୁଇଜଣ ଯୁବକ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ପୁରୁଣା ଶତ୍ରୁତା ରହିଥିଲା। ହତ୍ୟା ଘଟାଇ ଦୁଇ ଅପରାଧୀ ଫେରାର ହୋଇଥିବା ପୋଲିସ୍‌ […]

ବିଜେପି ନେତାଙ୍କୁ ରାସ୍ତା ମଝିରେ ଗୁଳି କରି ହତ୍ୟା
monu kalyana shoot death

ଭୋପାଳ : ରବିବାର ସକାଳୁ ଜଣେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ନେତା ଜଣଙ୍କ ମଧ୍ୟ ପ୍ରଦେଶର ମନ୍ତ୍ରୀ କୈଳାଶ ବିଜୟଭାର୍ଗିୟାଙ୍କ ନିକଟତର। ତାଙ୍କ ନାମ ମନୁ କଲ୍ୟାଣେ। ମନୁ ବିଜେପି ଯୁବ ମୋର୍ଚ୍ଚାର ନଗର ଉପସଭାପତି ଥିଲେ। ପ୍ରଥମିକ ତଦନ୍ତରୁ ପିୟୁସ୍‌ ଏବଂ ଅର୍ଜୁନ ନାମକ ଦୁଇଜଣ ଯୁବକ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ପୁରୁଣା ଶତ୍ରୁତା ରହିଥିଲା। ହତ୍ୟା ଘଟାଇ ଦୁଇ ଅପରାଧୀ ଫେରାର ହୋଇଥିବା ପୋଲିସ୍‌ କହିଛି।