‘ବିଜେପି ପାଖରେ ପ୍ରାର୍ଥୀ ନାହାଁନ୍ତି’ ବିଜେଡି ଯାହାକୁ ଛାଡୁଛି, ବିଜେପି କୋଳେଇ ନେଉଛି : ସସ୍ମିତ ପାତ୍ର

ଭୁବନେଶ୍ବର: ଆଗାମୀ ନିର୍ବାଚନର ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବାନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଲାଗିରହିଥିଲା। ସାମାଜିକ ଗଣମାଧ୍ୟମରେ ଏନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଥିବା ବେଳେ ଆଜି ଏହି ଚର୍ଚ୍ଚା ଉପରୁ ପରଦା ଉଠାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସସ୍ମିତ ପାତ୍ର କହିଛନ୍ତି ଯେ, ରାଜ୍ୟ ବିଜେପି ମେଣ୍ଟ ଗୁଜବ କରୁଛି। ସୋସିଆଲ ମିଡିଆରେ ମେଣ୍ଟ ନେଇ ପ୍ରଚାର କରୁଛନ୍ତି କିଛି ବିଜେପି […]

‘ବିଜେପି ପାଖରେ ପ୍ରାର୍ଥୀ ନାହାଁନ୍ତି’ ବିଜେଡି ଯାହାକୁ ଛାଡୁଛି, ବିଜେପି କୋଳେଇ ନେଉଛି : ସସ୍ମିତ ପାତ୍ର
Some BJP leaders are spreading rumours about bjd bjp alliance on social media: Sasmit Patra

ଭୁବନେଶ୍ବର: ଆଗାମୀ ନିର୍ବାଚନର ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବାନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଲାଗିରହିଥିଲା। ସାମାଜିକ ଗଣମାଧ୍ୟମରେ ଏନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଥିବା ବେଳେ ଆଜି ଏହି ଚର୍ଚ୍ଚା ଉପରୁ ପରଦା ଉଠାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସସ୍ମିତ ପାତ୍ର କହିଛନ୍ତି ଯେ, ରାଜ୍ୟ ବିଜେପି ମେଣ୍ଟ ଗୁଜବ କରୁଛି। ସୋସିଆଲ ମିଡିଆରେ ମେଣ୍ଟ ନେଇ ପ୍ରଚାର କରୁଛନ୍ତି କିଛି ବିଜେପି ନେତା ।  ବିଜେପି କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଏପରି ଗୁଜବ କରୁଛି ତାହା ଜଣାନାହିଁ । ତେବେ ଆସନ୍ତା ନିର୍ବାଚନରେ ବିଜୁ ଜନତା ଦଳ ୧୨୦ରୁ ଅଧିକ ବିଧାନସଭା ସିଟ୍, ଲୋକସଭା ନିର୍ବାଚନରେ ୧୭ରୁ ଅଧିକ ସିଟ୍ ଜିତିବ ବୋଲି ଦୃଢୋକ୍ତି ଦେଖାଇଛନ୍ତି ସସ୍ମିତ ପାତ୍ର।

ଅନ୍ୟପଟେ ସସ୍ମିତ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟର ଭାରତୀୟ ଜନତା ପାର୍ଟି ପାଖରେ ୧୪୭ ବିଧାନସଭା ଏବଂ ୨୧ ଲୋକସଭା ନିର୍ବାଚନ ଲଢିବାକୁ ପ୍ରାର୍ଥୀ ନାହାଁନ୍ତି । ଏହି କାରଣରୁ ସେମାନେ ବିଜେଡିର କିଛି ନେତାଙ୍କୁ ପାଛୋଟି ନେଉଛି । ବିଜେଡି ଜନବିରୋଧୀ କାର୍ଯ୍ୟପାଇଁ ଯେଉଁନେତାଙ୍କୁ ଦଳରୁ ବିଦା କରୁଛି ଏବଂ ଯେଉଁ ନେତାଙ୍କୁ ଆଉ ଟିକେଟ ଦେବନି ଓ ଯାହାର ଦଳରେ ଆଉ ଭବିଷ୍ୟତ ନାହିଁ, ସେମାନଙ୍କୁ ହିଁ ଦଳକୁ ନେଉଛି ବିଜେପି।

ସସ୍ମିତ କହିଛନ୍ତି ଆଜି ବିଜେପି ଯାଉଥିବା ନେତାମାନଙ୍କ ଯଦି ବିଜେଡି ଟିକେଟ ଦେବାକୁ କହିବ ତେବେ ସେମାନେ ପୁଣି କାଲି ଦଳ ବଦଳାଇଦେବେ । ବିଜେଡି ସବୁବେଳେ ଓଡ଼ିଶାବାସୀଙ୍କ ସେବାରେ ଓ ବିକାଶରେ ନିୟୋଜିତ ହୋଇଛି । ମୁଖ୍ଯମନ୍ତ୍ରୀଙ୍କ ନେତୃତ୍ବରେ ଫାଇଭ-ଟି ଉପକ୍ରମରେ ରାଜ୍ଯର ରୂପାନ୍ତରଣ ଚାଲିଛି । ବିକାଶ ଦେଖି ସାଢେ ଚାରିକୋଟି ଓଡ଼ିଶାବାସୀ ପୁଣିଥରେ ଷଷ୍ଠ ଥର ପାଇଁ ନବୀନଙ୍କୁ ମୁଖ୍ଯମନ୍ତ୍ରୀ କରିବାକୁ ମନସ୍ଥ କରିଛନ୍ତି । ଏହାଛଡ଼ା ଚଳିତ ନିର୍ବାଚନରେ ବିଜେଡି ରେକର୍ଡ ସିଟରେ ବିଜୟ ଲାଭ କରିବ ବୋଲି ମଧ୍ୟ ଦୃଢୋକ୍ତି ପ୍ରକାଶ କରିଛନ୍ତି ସାଂସଦ ସସ୍ମିତ ପାତ୍ର।