ବିଜେପି ବିଧାୟକ ଇଂ ରଘୁନାଥ ଜଗଦଲାଙ୍କୁ ବିନିକାରେ ବିପୁଳ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଇଂ ରଘୁନାଥ ଜଗଦଲା ବିପୁଳ ଭୋଟ ରେ ବିଜୟୀ ହୋଇ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଗତକାଲି ପ୍ରଥମ କରି ବିନିକା ସହରକୁ ପହଞ୍ଚିଥିଲେ। ଏହି ଅବସରରେ ବିନିକା ଠାରେ ଏକ ବିଜୟ ଶୋଭାଯାତ୍ରା ମହା ଆଡ଼ମ୍ବରରେ ବିଜେପି ପକ୍ଷରୁ ଅନଷ୍ଠିତ ହୋଇଥିଲା। ଏଥିପାଇଁ ସ୍ଥାନୀୟ ଯୋଗେଶ୍ବର ମନ୍ଦିରୁ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବିନିକା […] The post ବିଜେପି ବିଧାୟକ ଇଂ ରଘୁନାଥ ଜଗଦଲାଙ୍କୁ ବିନିକାରେ ବିପୁଳ ସମ୍ବର୍ଦ୍ଧନା appeared first on Odisha.News.

ବିଜେପି  ବିଧାୟକ ଇଂ ରଘୁନାଥ ଜଗଦଲାଙ୍କୁ ବିନିକାରେ ବିପୁଳ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଇଂ ରଘୁନାଥ ଜଗଦଲା ବିପୁଳ ଭୋଟ ରେ ବିଜୟୀ ହୋଇ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଗତକାଲି ପ୍ରଥମ କରି ବିନିକା ସହରକୁ ପହଞ୍ଚିଥିଲେ। ଏହି ଅବସରରେ ବିନିକା ଠାରେ ଏକ ବିଜୟ ଶୋଭାଯାତ୍ରା ମହା ଆଡ଼ମ୍ବରରେ ବିଜେପି ପକ୍ଷରୁ ଅନଷ୍ଠିତ ହୋଇଥିଲା। ଏଥିପାଇଁ ସ୍ଥାନୀୟ ଯୋଗେଶ୍ବର ମନ୍ଦିରୁ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବିନିକା ସହରରେ ଥିବା ମାଁ ଦୁର୍ଗାଙ୍କଠାରେ ପୂଜା ଅର୍ଚ୍ଚନା କରି ଏ ଅଞ୍ଚଳ ତଥା ନୂଆଁ ଓଡ଼ିଶା ର ବିକାଶ ଲାଗି ଶ୍ରୀ ଜଗଦଲା ମା ଙ୍କୁ ଆଶିର୍ବାଦ ଭିକ୍ଷା କରିଥିଲେ । ପରେ ସେ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜନସାଧାଣଙ୍କ ସହଯୋଗ ଓ ଆଶିର୍ବାଦ ପ୍ରଦାନ ପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ଆସନ୍ତା ପାଞ୍ଚ ବର୍ଷ ଆପଣମାନଙ୍କ ସାହାଯ୍ୟ ସହଯୋଗ ଓ ଭଲ ପାଇବା ଲାଗି ରହିବା ସହ ସେବା କରିବାକୁ ସୁଯୋଗ ଦେଇଥିବାରୁ ଭୋଟର ମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଏଥିରେ ବିଜେପି ନେତା, କର୍ମୀ ଓ ସାଧାରଣ ଜନତା ସାମିଲ ଥିଲେ।

The post ବିଜେପି ବିଧାୟକ ଇଂ ରଘୁନାଥ ଜଗଦଲାଙ୍କୁ ବିନିକାରେ ବିପୁଳ ସମ୍ବର୍ଦ୍ଧନା appeared first on Odisha.News.