ବିଜେପି ବିରୋଧରେ CEOଙ୍କ ନିକଟରେ ଫେରାଦ ହେଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବାରେ ବିଜେପି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି କହିଲେ ଅତ୍ୟୁକ୍ତି... The post ବିଜେପି ବିରୋଧରେ CEOଙ୍କ ନିକଟରେ ଫେରାଦ ହେଲା ବିଜେଡି appeared first on .

ବିଜେପି ବିରୋଧରେ CEOଙ୍କ ନିକଟରେ ଫେରାଦ ହେଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବାରେ ବିଜେପି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଜେଡି ଏଭଳି ଅଭିଯୋଗ କରିଛି । କେତେବେଳେ କୋମଳମତି ଶିଶୁଙ୍କୁ ବିଜେପି ନିର୍ବାଚନରେ ବ୍ୟବହାର କରୁଛି।  ସରକାରୀ ଅଧିକାରୀଙ୍କୁ ବିଜେପି ନେତା ଧମକ ଦେଉଛନ୍ତି। ଏସବୁ ସମ୍ପର୍କରେ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଅବଗତ କରିଛି। ଗତକାଲି ବିଜେପିର ଆସିକା ବିଧାୟକ ପ୍ରାର୍ଥୀ ସରୋଜ ପାଢ଼ୀ ଫ୍ଲାଇଂ ସ୍କ୍ବାଡକୁ ନୂଆପାଲି ଛକରେ ଚେକିଂ କରିବାରେ ବାଧା ଦେବା ସହ ନିଜ କ୍ଷମତାର ଅପବ୍ୟବହାର କରିଥିଲେ। ଏ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଜେପି ନେତାଙ୍କୁ ଏପରି କାମରୁ ନିବୃତ୍ତ ରଖିବାରୁ ପଦକ୍ଷେପ ନେବା ପାଇଁ ବିଜେଡି ଦାବି କରିଛି।

The post ବିଜେପି ବିରୋଧରେ CEOଙ୍କ ନିକଟରେ ଫେରାଦ ହେଲା ବିଜେଡି appeared first on .