ବିଜେପି ବିରୋଧରେ ଆରଏସଏସ ପାଖରେ ଫେରାଦ ହେଲା ଆପ୍: ସଂଘ ମୁଖ୍ୟାଙ୍କୁ କେଜରିୱାଲ୍ଙ୍କ ଚିଠି
ନୂଆଦିଲ୍ଲୀ: ନାନା ପ୍ରକାର ବିରୋଧ କରି ଥକିଯିବା ପରେ ଶେଷରେ ବିଜେପି ବିରୋଧରେ ସଂଘରେ ନିକଟରେ ଫେରାଦ ହେଲେ ଆମ ଆଦ୍ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ୍। କେଜରିୱାଲ୍ ବୁଧବାର ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଚିଠି ଲେଖିଛନ୍ତି। ଏଥିରେ ବିଜେପିର କାର୍ଯ୍ୟାକୁ ନିନ୍ଦା କରିବା ସହିତ ଏହା ଦେଶର ଗଣନ୍ତ୍ରକୁ ଦୁର୍ବଳ କରୁଛି ବୋଲି କେଜରିୱାଲ୍ ଅଭିଯୋଗ କରିଛନ୍ତି। ଏବଂ କ’ଣ ଏଥିରେ ମୋହନ ଭାଗବତଙ୍କର ସମର୍ଥନ ଅଛି କି ବୋଲି କେଜରିୱାଲ୍ ପ୍ରଶ୍ନ କରିଛନ୍ତି।ଅନ୍ଯପଟେ ବିଜେପି ମଧ୍ୟ କେଜରିୱାଲ୍ଙ୍କୁ ଟାର୍ଗେଟ୍ କରିଛି। ନୂଆ ବର୍ଷରେ ଏକ ଚିଠି ଲେଖି କେଜରିୱାଲ୍ଙ୍କୁ କିଛି ପରାମର୍ଶ ଦେଇଛି ଦଳ। ମିଛ ନ କହିବାକୁ କେଜରିୱାଲ୍ଙ୍କୁ କହିଛି ବିଜେପି। ସେପଟେ କେଜରିୱାଲ୍ ଭାଗତବତଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ବିଜେପି ଟଙ୍କା ବାଣ୍ଟି ଭୋଟ୍ କିଣୁଛି। ସଂଘ ଏହାର ସମର୍ଥନ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି। କେଜରିୱାଲ୍ ତାଙ୍କ ଚିଠିରେ ଭାଗବତଙ୍କୁ ପଚାରିଛନ୍ତି ଯେ “ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରଏସଏସ ବିଜେପି ପାଇଁ ଭୋଟ ମାଗିବ ବୋଲି ମିଡିଆରେ ଖବର ପ୍ରକାଶ ପାଉଛି। କଣ ଏହା ସତ? ତେବେ ତା ପୂର୍ବରୁ ଲୋକେ ଏହା ଜାଣିବାକୁ ଚାହୁଁଛନ୍ତି ଯେ ବିଜେପି ନିକଟରେ କରିଥିବା ଭୁଲ କାମକୁ କଣ ଆରଏସଏସ ସମର୍ଥନ କରେ?”୧. ବିଜେପି ନେତାମାନେ ଟଙ୍କା ବଣ୍ଟନ କରି ଖୋଲାଖୋଲି ଭାବେ ଭୋଟ୍ କିଣୁଛନ୍ତି। ଆରଏସଏସ ଭୋଟ୍ କିଣିବା
ନୂଆଦିଲ୍ଲୀ: ନାନା ପ୍ରକାର ବିରୋଧ କରି ଥକିଯିବା ପରେ ଶେଷରେ ବିଜେପି ବିରୋଧରେ ସଂଘରେ ନିକଟରେ ଫେରାଦ ହେଲେ ଆମ ଆଦ୍ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ୍। କେଜରିୱାଲ୍ ବୁଧବାର ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଚିଠି ଲେଖିଛନ୍ତି। ଏଥିରେ ବିଜେପିର କାର୍ଯ୍ୟାକୁ ନିନ୍ଦା କରିବା ସହିତ ଏହା ଦେଶର ଗଣନ୍ତ୍ରକୁ ଦୁର୍ବଳ କରୁଛି ବୋଲି କେଜରିୱାଲ୍ ଅଭିଯୋଗ କରିଛନ୍ତି। ଏବଂ କ’ଣ ଏଥିରେ ମୋହନ ଭାଗବତଙ୍କର ସମର୍ଥନ ଅଛି କି ବୋଲି କେଜରିୱାଲ୍ ପ୍ରଶ୍ନ କରିଛନ୍ତି।
ଅନ୍ଯପଟେ ବିଜେପି ମଧ୍ୟ କେଜରିୱାଲ୍ଙ୍କୁ ଟାର୍ଗେଟ୍ କରିଛି। ନୂଆ ବର୍ଷରେ ଏକ ଚିଠି ଲେଖି କେଜରିୱାଲ୍ଙ୍କୁ କିଛି ପରାମର୍ଶ ଦେଇଛି ଦଳ। ମିଛ ନ କହିବାକୁ କେଜରିୱାଲ୍ଙ୍କୁ କହିଛି ବିଜେପି। ସେପଟେ କେଜରିୱାଲ୍ ଭାଗତବତଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ବିଜେପି ଟଙ୍କା ବାଣ୍ଟି ଭୋଟ୍ କିଣୁଛି। ସଂଘ ଏହାର ସମର୍ଥନ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

କେଜରିୱାଲ୍ ତାଙ୍କ ଚିଠିରେ ଭାଗବତଙ୍କୁ ପଚାରିଛନ୍ତି ଯେ “ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରଏସଏସ ବିଜେପି ପାଇଁ ଭୋଟ ମାଗିବ ବୋଲି ମିଡିଆରେ ଖବର ପ୍ରକାଶ ପାଉଛି। କଣ ଏହା ସତ? ତେବେ ତା ପୂର୍ବରୁ ଲୋକେ ଏହା ଜାଣିବାକୁ ଚାହୁଁଛନ୍ତି ଯେ ବିଜେପି ନିକଟରେ କରିଥିବା ଭୁଲ କାମକୁ କଣ ଆରଏସଏସ ସମର୍ଥନ କରେ?”
୧. ବିଜେପି ନେତାମାନେ ଟଙ୍କା ବଣ୍ଟନ କରି ଖୋଲାଖୋଲି ଭାବେ ଭୋଟ୍ କିଣୁଛନ୍ତି। ଆରଏସଏସ ଭୋଟ୍ କିଣିବାକୁ ସମର୍ଥନ କରେ କି?
୨. ବହୁ ପରିମାଣରେ ଗରିବ, ଦଳିତ, ପୂର୍ବାଞ୍ଚଳ ଲୋକ ଏବଂ ବସ୍ତି ବାସିନ୍ଦାଙ୍କ ଭୋଟ୍ କାଟିବାକୁ ଉଦ୍ୟମ କରାଯାଉଛି, ଯଦିଓ ଏହି ଲୋକମାନେ ବହୁ ବର୍ଷ ଧରି ଏଠାରେ ରହିଆସୁଛନ୍ତି। ଭାରତୀୟ ଗଣତନ୍ତ୍ର ପାଇଁ ଏହା କରିବା ଠିକ୍ ବୋଲି ଆରଏସଏସ ଭାବୁଛି କି? ” କେଜରିୱାଲ୍ ପଚାରିଛନ୍ତି।
କେଜରିୱାଲ୍ଙ୍କ ଏପରି ଚିଠିରେ ଉତ୍ତର ଦେଇଛି ବିଜେପି। ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚଦେବା କହିଛନ୍ତି “କେଜ୍ରିୱାଲ ମିଛ କହିବା ବନ୍ଦ କରି ଆମର ପ୍ରଶ୍ନ ଶୁଣନ୍ତୁ। ନୂଆ ବର୍ଷରେ କେଜ୍ରିୱାଲ ମିଛ କହିବା ବନ୍ଦ କରିବେ ବୋଲି ଦିଲ୍ଲୀର ଲୋକମାନେ ଆଶା କରୁଛନ୍ତି। ଆଶାକରେ, ବର୍ତ୍ତମାନ କେଜ୍ରିୱାଲ ତାଙ୍କ ପିଲାମାନଙ୍କ ଉପରେ ମିଥ୍ୟା ଶପଥ ନେବେ ନାହିଁ। କେଜ୍ରିୱାଲ ଏକ ପ୍ରତିଶ୍ରୁତି ଦେବା ଉଚିତ ଯେ ସେ ଦେଶ ବିରୋଧୀ ତତ୍ୱଙ୍କର ଚାନ୍ଦା ଗ୍ରହଣ କରିବେ ନାହିଁ। କେଜ୍ରିୱାଲ ଦିଲ୍ଲୀର ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେବେ ନାହିଁ। କେଜ୍ରିୱାଲ ନୂଆ ବର୍ଷରେ ଏହି ଶପଥ ଗ୍ରହଣ କରିବା ଉଚିତ୍।” ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟ ପାଖେଇ ଆସିଥିବା ବେଳେ ଆପ୍ ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଲାଗି ରହିଛି। ଫେବ୍ରୁଆରୀରେ ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇପାରେ। ଏଥର ବି ଆପ୍ କ୍ଷମତା ଦଖଲ କରିବାକୁ ଚେଷ୍ଟା କରୁଛି। ସେପଟେ ବିଜେପି କଳେବଳେ କୌଶଳେ ଆପ୍କୁ ହରାଇବାରେ ଲାଗି ପଡ଼ିଛି।