ବିଜେପି ସଦସ୍ୟତା ଅଭିଯାନରେ ସାମିଲ ହେଲେ ଜେପି ନଡ୍ଡା
'ମୋଦିଙ୍କ ନେତୃତ୍ବରେ ଆମେ ଆଜି ବ୍ରିଟେନକୁ ପଛରେ ପକାଇଛୁ। ଭାରତ ଆଜି ବିଶ୍ବର ପଞ୍ଚମ ଅର୍ଥଶକ୍ତିରେ ପରିଣତ ହୋଇଛି।'
ସଦସ୍ୟତା ଅଭିଯାନରେ ଜେପି ନଡ୍ଡାଙ୍କ ବକ୍ତବ୍ୟ। ୨୦୪୭ରେ ଭାରତକୁ ବିକଶିତ କରିବା, ସମସ୍ତଙ୍କ ଯୋଗଦାନ ଜରୁରୀ। ଆମେରିକା, ୟୁରୋପ, ଅଷ୍ଟ୍ରେଲିଆର ଅର୍ଥନୀତି ଅସ୍ଥିର ରହିଛି। କିନ୍ତୁ ଭାରତର ଅର୍ଥନୀତି କ୍ରମଶଃ ଅଗ୍ରଗତି କରୁଛି। ମୋଦିଙ୍କ ନେତୃତ୍ବରେ ଆମେ ଆଜି ବ୍ରିଟେନକୁ ପଛରେ ପକାଇଛୁ। ଭାରତ ଆଜି ବିଶ୍ବର ପଞ୍ଚମ ଅର୍ଥଶକ୍ତିରେ ପରିଣତ ହୋଇଛି। ମୋଦିଙ୍କ ନେତୃତ୍ବରେ ଭାରତ ତୃତୀୟ ବୃହତ ଅର୍ଥଶକ୍ତି ହେବାକୁ ଯାଉଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।