ବିଜେପି ସପକ୍ଷରେ ବଙ୍ଗୀୟ ପ୍ରାନ୍ତୀୟ ହିନ୍ଦୁ ମହାସଭା, ପଶ୍ଚିମବଙ୍ଗର ୪୨ ଲୋକସଭା ସିଟ୍‌ରେ ଦେବ ସମର୍ଥନ

କୋଲକାତା ୦୯।୦୪ : ଲୋକସଭା ନିର୍ବାଚନ ୨୦୨୪ । ଆଉ ଦିନ କେଇଟା ପରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏପ୍ରିଲ ୧୯ ତାରିଖରେ ମତଦାନ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରୁ ବିଜେପି ପାଇଁ ଆସିଛି ଖୁସିର ଖବର । ରାଜ୍ୟରେ ଥିବା ମୋଟ ୪୨ଟି ଯାକ ଲୋକସଭା ସିଟ୍‌ରେ ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରିବାକୁ ଘୋଷଣା କରିଛି ବଙ୍ଗୀୟ ପ୍ରାନ୍ତୀୟ ହିନ୍ଦୁ ମହାସଭା । କୋଲକାତା ସ୍ଥିତ ପ୍ରେସ୍‌ କ୍ଲବରେ ଆୟୋଜିତ ପ୍ରେସ୍‌ ମିଟ୍‌ରେ ବଙ୍ଗୀୟ ପ୍ରାନ୍ତୀୟ ହିନ୍ଦୁ ମହାସଭା ପକ୍ଷରୁ ଏହି ଘୋଷଣା କରାଯାଇଛି । ପଶ୍ଚିମବଙ୍ଗରେ ଆଗକୁ ହେବାକୁ ଥିବା ଲୋକସଭା ନିର୍ବାଚନରେ ସମସ୍ତ ୪୨ଟି ଯାକ ସିଟ୍‌ରେ ମହାସଭା ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରିବ । ଏହି ସମର୍ଥନ ପଛରେ ବଙ୍ଗୀୟ ପ୍ରାନ୍ତୀୟ ହିନ୍ଦୁ ମହାସଭା କହିଛି ଯେ, ଦୀର୍ଘ ଦିନ ଧରି ହିନ୍ଦୁମାନଙ୍କ ରହିଆସୁଥିବା ଦାବି ପୂରଣ ହୋଇଛି । ଯେପରି କି ରାମ ମନ୍ଦିରର ପ୍ରତିଷ୍ଠା, ଧାରା ୩୭୦ ଉଚ୍ଛେଦ ପରି ଅନେକ ରହିଛି । ଏହିସବୁ ପୁରୁଣା ଆଇନ୍‌ ହଟାଇବା ଦ୍ୱାରା ବିଶ୍ୱ ଦରବାରରେ ଭାରତ ବିଶେଷ ସ୍ଥାନ ହାସଲ କରିଛି । ନରେନ୍ଦ୍ର ମୋଦିଙ୍କ ସରକାର ହିଁ  ହିନ୍ଦୁମାନଙ୍କର ଏହିସବୁ ଦାବି ପୂରଣ କରିବ ବୋଲି  ଆମର ବିଶ୍ୱାସ ରହିଥିଲା । ଆଉ ସରକାର ମଧ୍ୟ ହିନ୍ଦୁ ଏବଂ ଆମ ମହାସଭାର ଦାବିକୁ ପୂରଣ କରିଛନ୍ତି । ତେଣୁ ଆସନ୍ତା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିକୁ ସମର୍ଥନ କରିବ ମହାସଭ

ବିଜେପି ସପକ୍ଷରେ ବଙ୍ଗୀୟ ପ୍ରାନ୍ତୀୟ ହିନ୍ଦୁ ମହାସଭା, ପଶ୍ଚିମବଙ୍ଗର ୪୨ ଲୋକସଭା ସିଟ୍‌ରେ ଦେବ ସମର୍ଥନ

କୋଲକାତା ୦୯।୦୪ : ଲୋକସଭା ନିର୍ବାଚନ ୨୦୨୪ । ଆଉ ଦିନ କେଇଟା ପରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏପ୍ରିଲ ୧୯ ତାରିଖରେ ମତଦାନ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରୁ ବିଜେପି ପାଇଁ ଆସିଛି ଖୁସିର ଖବର । ରାଜ୍ୟରେ ଥିବା ମୋଟ ୪୨ଟି ଯାକ ଲୋକସଭା ସିଟ୍‌ରେ ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରିବାକୁ ଘୋଷଣା କରିଛି ବଙ୍ଗୀୟ ପ୍ରାନ୍ତୀୟ ହିନ୍ଦୁ ମହାସଭା । 

କୋଲକାତା ସ୍ଥିତ ପ୍ରେସ୍‌ କ୍ଲବରେ ଆୟୋଜିତ ପ୍ରେସ୍‌ ମିଟ୍‌ରେ ବଙ୍ଗୀୟ ପ୍ରାନ୍ତୀୟ ହିନ୍ଦୁ ମହାସଭା ପକ୍ଷରୁ ଏହି ଘୋଷଣା କରାଯାଇଛି । ପଶ୍ଚିମବଙ୍ଗରେ ଆଗକୁ ହେବାକୁ ଥିବା ଲୋକସଭା ନିର୍ବାଚନରେ ସମସ୍ତ ୪୨ଟି ଯାକ ସିଟ୍‌ରେ ମହାସଭା ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରିବ । ଏହି ସମର୍ଥନ ପଛରେ ବଙ୍ଗୀୟ ପ୍ରାନ୍ତୀୟ ହିନ୍ଦୁ ମହାସଭା କହିଛି ଯେ, ଦୀର୍ଘ ଦିନ ଧରି ହିନ୍ଦୁମାନଙ୍କ ରହିଆସୁଥିବା ଦାବି ପୂରଣ ହୋଇଛି । ଯେପରି କି ରାମ ମନ୍ଦିରର ପ୍ରତିଷ୍ଠା, ଧାରା ୩୭୦ ଉଚ୍ଛେଦ ପରି ଅନେକ ରହିଛି । ଏହିସବୁ ପୁରୁଣା ଆଇନ୍‌ ହଟାଇବା ଦ୍ୱାରା ବିଶ୍ୱ ଦରବାରରେ ଭାରତ ବିଶେଷ ସ୍ଥାନ ହାସଲ କରିଛି । ନରେନ୍ଦ୍ର ମୋଦିଙ୍କ ସରକାର ହିଁ  ହିନ୍ଦୁମାନଙ୍କର ଏହିସବୁ ଦାବି ପୂରଣ କରିବ ବୋଲି  ଆମର ବିଶ୍ୱାସ ରହିଥିଲା । ଆଉ ସରକାର ମଧ୍ୟ ହିନ୍ଦୁ ଏବଂ ଆମ ମହାସଭାର ଦାବିକୁ ପୂରଣ କରିଛନ୍ତି । ତେଣୁ ଆସନ୍ତା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିକୁ ସମର୍ଥନ କରିବ ମହାସଭା ।  

ସୂଚନାଯୋଗ୍ୟ ଯେ, ଦେଶରେ ଆଗାମୀ ସାଧାରଣ ନିର୍ବାଚନ ଲାଗି ଘୋଷଣା ହୋଇଛି ତାରିଖ ।  ଚଳିତ ଥର ମୋଟ ସାତୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ ।  ପ୍ରଥମ ପର୍ଯ୍ୟାୟ ଭୋଟିଂ ଏପ୍ରିଲ ୧୯ , ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬,  ତୃତୀୟ ପର୍ଯ୍ୟାୟ ନିର୍ବାଚନ ମେ ୭ରେ, ମେ ୧୪ରେ ଚତୁର୍ଥ ପର୍ଯ୍ୟାୟ, ମେ ୨୦ରେ ପଞ୍ଚମ ପର୍ଯ୍ୟାୟ, ମେ ୨୫ରେ ଷଷ୍ଠ ପର୍ଯ୍ୟାୟ ଏବଂ ଜୁନ ୧ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ହେବ । ଏହାପରେ  ଜୁନ ୪ରେ ଘୋଷଣା ହେବ ନିର୍ବାଚନ ରେଜଲ୍ଟ।