ବିଜେପି ସଭାପତି ମନମୋହନ ସାମଲଙ୍କୁ ବାର କାଉନସିଲର ନୋଟିସ୍, ୧୫ ଦିନରେ ଜବାବ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ରାଜ୍ୟ ବାର କାଉନସିଲର ନୋଟିସ୍ । ୧୫ ଦିନ ଭିତରେ ନୋଟିସର ଜବାବ ରଖିବାକୁ ନିର୍ଦ୍ଦେଶ । ମନ୍ତ୍ରୀ ଥିବା ବେଳେ ଅଫିସ୍ ଅଫ୍ ପ୍ରଫିଟ ନିୟମକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ମନମୋହନଙ୍କୁ ନୋଟିସ୍ କରିଛି ରାଜ୍ୟ ବାର କାଉନସିଲ। ସୂଚନାଯୋଗ୍ୟ, ମନମୋହନ ସାମଲ ୧୯୮୬ ମସିହାରୁ ଅଦ୍ୟାବଧି ଲାଇସେନ୍ସ ପ୍ରାପ୍ତ ଆଇନଜୀବୀ ଅଛନ୍ତି । ତେବେ ୨୦୦୪ ମସିହାରୁ ୨୦୦୮ ମସିହା […]

ବିଜେପି ସଭାପତି ମନମୋହନ ସାମଲଙ୍କୁ ବାର କାଉନସିଲର ନୋଟିସ୍, ୧୫ ଦିନରେ ଜବାବ ରଖିବାକୁ ନିର୍ଦ୍ଦେଶ
Odisha State Bar Council issues notice to State BJP President Manmohan Samal

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ରାଜ୍ୟ ବାର କାଉନସିଲର ନୋଟିସ୍ । ୧୫ ଦିନ ଭିତରେ ନୋଟିସର ଜବାବ ରଖିବାକୁ ନିର୍ଦ୍ଦେଶ । ମନ୍ତ୍ରୀ ଥିବା ବେଳେ ଅଫିସ୍ ଅଫ୍ ପ୍ରଫିଟ ନିୟମକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ମନମୋହନଙ୍କୁ ନୋଟିସ୍ କରିଛି ରାଜ୍ୟ ବାର କାଉନସିଲ।

ସୂଚନାଯୋଗ୍ୟ, ମନମୋହନ ସାମଲ ୧୯୮୬ ମସିହାରୁ ଅଦ୍ୟାବଧି ଲାଇସେନ୍ସ ପ୍ରାପ୍ତ ଆଇନଜୀବୀ ଅଛନ୍ତି । ତେବେ ୨୦୦୪ ମସିହାରୁ ୨୦୦୮ ମସିହା ପର୍ଯ୍ୟନ୍ତ ସେ ଧାମନଗର ନିର୍ବାଚନ ମଣ୍ଡଳୀରୁ ବିଧାନସଭା ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ଏବଂ ତତ୍ ସହିତ ରାଜ୍ୟ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ । ସେ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ପଦରେ ରହିଥିଲେ ଯାହାକି ଏକ ଅଫିସ ଅଫ ପ୍ରଫିଟ୍ ହୋଇଥିବାରୁ ଆଇନଗତ ଭାବେ ମନମୋହନ ସାମଲ ତାଙ୍କର ଆଇନଜୀବୀ ରୂପେ ପ୍ରାପ୍ୟ ସନନ୍ଦକୁ ଉପରୋକ୍ତ ସମୟ ପାଇଁ ରାଜ୍ୟ ଆଇନଜୀବୀ ପରିଷଦକୁ ଅବଗତ କରାଇ ଆଇନ ବ୍ୟବସାୟରୁ ବିରତ ରହିବା ଏବଂ ମନ୍ତ୍ରୀ ପଦରୁ ଅବ୍ୟାହତି ନେଲା ପରେ ପୁନର୍ବାର ଆଇନଜୀବୀ ପରିଷଦର ଅନୁମତି କ୍ରମେ ଉକ୍ତ ଆଇନ ପେଶାକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତେ। କିନ୍ତୁ ସେ ଏଭଳି କରି ନଥିଲେ ।

ମନମୋହନ ସାମଲ ତାଙ୍କର ମନ୍ତ୍ରୀ ପଦରେ ଅଧିଷ୍ଠିତ ହେବାର କୌଣସି ସୂଚନା ବା ତଥ୍ୟ ପ୍ରଦାନ ନକରି ଏକ ସମୟରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଯାହା ଏକ ଅଫିସ ଅଫ ପ୍ରଫିଟ ଏବଂ ଓକିଲାତି ପେଶା ଯାହାକି ଏକ ପୂର୍ଣ୍ଣକାଳୀନ ପେଶା ଉଭୟଟିରେ କାର୍ଯ୍ୟରତ ରହିବା ଆଇନଜୀବୀ ଅଧିନିୟମର ବିରୁଦ୍ଧାଚରଣ। ଏନେଇ ଜଣେ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ବାର କାଉନସିଲ୍ ମନମୋହନ ସାମଲଙ୍କୁ ୧୫ ଦିନିଆ ନୋଟିସ୍ ଜାରି କରିଛି । ଏ ସମ୍ପର୍କରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ଆମେ ଯୋଗାଯୋଗ କରିଥିଲେ ମଧ୍ୟ ସେ ପରବର୍ତ୍ତୀ ମସୟରେ ଏନେଇ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି ।

ଏକଥା ସେ ବାର କାଉନସିଲକୁ ଜଣାଇ ନଥିଲେ । ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବେ ରହିବା ଦ୍ବାରା ସେ ଅଫିସ ଅଫ୍ ପ୍ରଫିଟ୍ ନିୟମ ଭିତରକୁ ଆସୁଛନ୍ତି । ଏହି ସମୟ ମଧ୍ୟରେ ସେ ସାମୟିକ ଭାବେ ଆଇନଜୀବୀ ବୃତ୍ତିରୁ ଦୂରେଇ ରହିବା ପାଇଁ ବାର କାଉନସିଲ ନିକଟରେ ଆଇନଜୀବୀ ଲାଇସେନ୍ସ ଦାଖଲ କରିବାର ଥିଲା । କିନ୍ତୁ ସେ ଏଭଳି କରି ନଥିଲେ । ଏନେଇ ଜଣେ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ବାର କାଉନସିଲ୍ ମନମୋହନ ସାମଲଙ୍କୁ ୧୫ ଦିନିଆ ନୋଟିସ୍ ଜାରି କରିଛି । ଏ ସମ୍ପର୍କରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ଆମେ ଯୋଗାଯୋଗ କରିଥିଲେ ମଧ୍ୟ ସେ ପରବର୍ତ୍ତୀ ମସୟରେ ଏନେଇ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି ।