ସୋମବାର ରାଶିଫଳ (୧୬-୧୨-୨୦୨୪)
ମେଷ: ଗୁରୁଜନଙ୍କ ସହ ଉତ୍ତମ ବୁଝାମଣା ରହିବ। ଆର୍ଥିକ ଦୃଷ୍ଟିରୁ ଦିନଟି ଉତ୍ତମ। ରୋଜଗାର ବୃଦ୍ଧି ହେବ। ମନ ପ୍ରସନ୍ନ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ବ୍ୟବସାୟୀ କୌଣସି ଶୁଭ ଖବର ପାଇବେ। ବୃଷ:ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ସ୍ବଭାବରେ ନିୟନ୍ତ୍ରଣ ରକ୍ଷା କରିବେ। ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ। ନିବେଶ ଲାଗି ଉପଯୁକ୍ତ ସମୟ। ବ୍ୟକ୍ତିଗତ କଥା କାହା ଆଗେ ସେୟାର କରନ୍ତୁନି। ମିଥୁନ: ବିରୋଧୀଙ୍କ ସହ ମତାନ୍ତର ଦୂର ହେବ। ଭୁଲ୍ କାମରୁ […]

ମେଷ: ଗୁରୁଜନଙ୍କ ସହ ଉତ୍ତମ ବୁଝାମଣା ରହିବ। ଆର୍ଥିକ ଦୃଷ୍ଟିରୁ ଦିନଟି ଉତ୍ତମ। ରୋଜଗାର ବୃଦ୍ଧି ହେବ। ମନ ପ୍ରସନ୍ନ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ବ୍ୟବସାୟୀ କୌଣସି ଶୁଭ ଖବର ପାଇବେ।
ବୃଷ:ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ସ୍ବଭାବରେ ନିୟନ୍ତ୍ରଣ ରକ୍ଷା କରିବେ। ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ। ନିବେଶ ଲାଗି ଉପଯୁକ୍ତ ସମୟ। ବ୍ୟକ୍ତିଗତ କଥା କାହା ଆଗେ ସେୟାର କରନ୍ତୁନି।
ମିଥୁନ: ବିରୋଧୀଙ୍କ ସହ ମତାନ୍ତର ଦୂର ହେବ। ଭୁଲ୍ କାମରୁ ଦୂରେଇ ରହିବେ। ପାରିବାରିକ ଜୀବନରେ ସୁଖଶାନ୍ତି ରହିବ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ। ବିଦ୍ୟାର୍ଥୀ ପଢ଼ାରେ ଧ୍ୟାନ ଦେବେ।
କର୍କଟ: ଦାନଧର୍ମରେ ଦିନଟି ଅତିବାହିତ ହେବ। ବିଦ୍ୟାର୍ଥୀ ବିଦେଶ ଯାତ୍ରା କରିପାରନ୍ତି। ଗରିବଙ୍କୁ ସାହାଯ୍ୟ କରିବେ। ମାନସିକ ଶାନ୍ତି ମିଳିବ। ଖର୍ଚ୍ଚରେ ନିୟନ୍ତ୍ରଣ ରକ୍ଷା କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ସିଂହ: ଆର୍ଥିକ ସମସ୍ୟା ସୃଷ୍ଟି ହେବ। କାର୍ଯ୍ୟକ୍ଷେତ୍ରରେ ବିଶେଷ ଧ୍ୟାନ ଦେବେ। କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। କୋର୍ଟ କଚେରୀ ମାମଲାର ଶୁଣାଣି ହେବ।
କନ୍ୟା: ବନ୍ଧୁଙ୍କ ସହାୟତାରେ କାମ ପୂରା କରିବେ। ଛାତ୍ରଛାତ୍ରୀ ପଢ଼ାକୁ ନେଇ ଚିନ୍ତାରେ ରହିବେ। ସ୍ବାସ୍ଥ୍ୟ ସମସ୍ୟା ଉପୁଜିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଜୀବନସାଥୀଙ୍କଠାରୁ ଉପହାର ପାଇବେ।
ତୁଳା: ଦିନଟିରେ ସଫଳତା ମିଳିବ। ପୈତୃକ ବ୍ୟବସାୟରୁ ଲାଭବାନ ହେବେ। ସକାରାତ୍ମକ ଚିନ୍ତାଧାରାରେ ସମସ୍ତ କାର୍ଯ୍ୟ କରିବେ। ଆର୍ଥିକ ଲାଭ ମିଳିବ। ଉଧାର ଦେଇ ସମସ୍ୟାରେ ପଡ଼ିପାରନ୍ତି।
ବିଛା: ବାଦବିବାଦରୁ ଦୂରେଇ ରହିବେ। କାମରୁ ସଫଳତା ମିଳିବ। ବ୍ୟବସାୟରେ ଦୂରସ୍ଥାନକୁ ଯାତ୍ରା କରିବେ। ଜମିବାଡ଼ିକୁ ନେଇ ବିବାଦ ଦେଖା ଦେବ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ ହେବ।
ଧନୁ: ଆତ୍ମବିଶ୍ବାସ ବଢ଼ିବ। କୌଣସି ସମସ୍ୟାରେ ପଡ଼ିପାରନ୍ତି। ନକାରାତ୍ମକ ଚିନ୍ତାଧାର ଦୂର ହେବ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ଅତିବାହିତ କରିବେ। ନୂତନ ଜମି କ୍ରୟ କରିପାରନ୍ତି।
ମକର: ଧନଲାଭ ଯୋଗ ଅଛି। କୌଣସି କଥାକୁ ନେଇ ବିଚଳିତ ହେବେ। ଭାଇ,ଭଉଣୀଙ୍କ ସହ ହସଖୁସିରେ ଦିନ କାଟିବେ। ନିଯୁକ୍ତି ସୁଯୋଗ ମିଳିବ। ନିଜ ଲୋକ ଆପଣଙ୍କୁ ସମସ୍ୟାରେ ପକାଇ ପାରନ୍ତି।
କୁମ୍ଭ: ପରନିନ୍ଦାରୁ ଦୂରେଇ ରୁହନ୍ତୁ। ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ମତାନ୍ତର ଦେଖା ଦେବ। ରଣନୀତିରେ କାମ କରିବେ ଏବଂ ସଫଳତା ପ୍ରାପ୍ତି ହେବ। ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖର୍ଚ୍ଚାନ୍ତ ହେବେ। ବିବାହ ବିଳମ୍ବ ହେବ।
ମୀନ: ଅଫିସ୍ରେ ପ୍ରତିଷ୍ଠା ବଢ଼ିବ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। ଆର୍ଥିକ ଦୃଷ୍ଟିରୁ ଦିନଟି ଶୁଭ। କାମ ଆରମ୍ଭ ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ। ନୂତନ ବ୍ୟବସାୟ ପାଇଁ ବର୍ତ୍ତମାନ ଅନୁକୂଳ ସମୟ।