ବିଜେପି ସରକାର ଉପରେ ରହିବ ବିଜେଡିର ତୀକ୍ଷ୍ଣ ନଜର, ୫୦ ବିଧାୟକଙ୍କୁ ବିଭାଗ ବାଣ୍ଟିଲେ ନବୀନ
ଭୁବନେଶ୍ଵର: ରାଜ୍ୟରେ ଦୀର୍ଘ ୨୪ ବର୍ଷ ଶାସନ କରିବା ପରେ ପ୍ରଥମ ଥର ବିରୋଧୀ ଦଳ ଭୂମିକାରେ ବିଜୁ ଜନତା ଦଳ। ପରାଜୟର ଗ୍ଲାନିକୁ ଭୁଲି ଦୃଢ ବିରୋଧୀ ଦଳ ଭାବେ ରାଜ୍ୟ ସରକାରଙ୍କୁ ପ୍ରତିଟି କ୍ଷେତ୍ରରେ ଉତ୍ତରାଦାୟୀ କରାଇବା ପାଇଁ ପ୍ରସ୍ତୁତ ବିଜେଡି। ଦଳର ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ଆସିଛି। ଏହାର ଝଲକ ସଂସଦର ଉଚ୍ଚ ସଦନ ରାଜ୍ୟସଭାରେ ଦେଖିବାକୁ ମିଳିଛି। କେନ୍ଦ୍ରରେ ହେଉ କି ରାଜ୍ୟରେ ବିଜେଡି ଏକ ଦୃଢ ବିରୋଧୀ ଦଳର ଭୂମିକା ନିର୍ବାହ କରିବ ବୋଲି ସ୍ପଷ୍ଟ ସଙ୍କେତ ଦେଇ ସାରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ପରିପ୍ରେକ୍ଷୀରେ ବୁଧବାର ବିଜେଡି ନିଜର ୫୦ ବିଧାୟକମାନଙ୍କୁ ସ୍ଵତନ୍ତ୍ର ଦାୟିତ୍ଵ ଦେଇଛି। ଏ ସଂପର୍କରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ଵାରା ବିଜ୍ଞପ୍ତି ଜାରି କରାଯାଇଛି।Also read: ବଜେଟ୍ ପୂର୍ବରୁ ହାଲ୍ୱା ସେରେମନୀ, ପାଟି ମିଠା କଲେ ଅର୍ଥମନ୍ତ୍ରୀରାଜ୍ୟର ବିଭିନ୍ନ ବିଭାଗରେ ସରକାରଙ୍କ କାର୍ଯ୍ୟ ଉପରେ ପ୍ରତ୍ୟେକ୍ଷ ଭାବେ ନଜର ରଖିବା, ବିଧାନସଭାରେ ଏ ସଂପର୍କରେ ପ୍ରଶ୍ନ କରିବା ଏବଂ ରାଜ୍ୟ ସରକାରଙ୍କୁ ଉତ୍ତରଦାୟୀ କରିବା ପାଇଁ ବିଜେଡିର ୫୦ ବିଧାୟକଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି ଦଳ ସୁପ୍ରିମୋ। ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଦିଆଯାଇଛି। ସେହିପରି ବିଧାୟିକ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରମିଳା ମଲ୍ଲି
ଭୁବନେଶ୍ଵର: ରାଜ୍ୟରେ ଦୀର୍ଘ ୨୪ ବର୍ଷ ଶାସନ କରିବା ପରେ ପ୍ରଥମ ଥର ବିରୋଧୀ ଦଳ ଭୂମିକାରେ ବିଜୁ ଜନତା ଦଳ। ପରାଜୟର ଗ୍ଲାନିକୁ ଭୁଲି ଦୃଢ ବିରୋଧୀ ଦଳ ଭାବେ ରାଜ୍ୟ ସରକାରଙ୍କୁ ପ୍ରତିଟି କ୍ଷେତ୍ରରେ ଉତ୍ତରାଦାୟୀ କରାଇବା ପାଇଁ ପ୍ରସ୍ତୁତ ବିଜେଡି। ଦଳର ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ଆସିଛି। ଏହାର ଝଲକ ସଂସଦର ଉଚ୍ଚ ସଦନ ରାଜ୍ୟସଭାରେ ଦେଖିବାକୁ ମିଳିଛି। କେନ୍ଦ୍ରରେ ହେଉ କି ରାଜ୍ୟରେ ବିଜେଡି ଏକ ଦୃଢ ବିରୋଧୀ ଦଳର ଭୂମିକା ନିର୍ବାହ କରିବ ବୋଲି ସ୍ପଷ୍ଟ ସଙ୍କେତ ଦେଇ ସାରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ପରିପ୍ରେକ୍ଷୀରେ ବୁଧବାର ବିଜେଡି ନିଜର ୫୦ ବିଧାୟକମାନଙ୍କୁ ସ୍ଵତନ୍ତ୍ର ଦାୟିତ୍ଵ ଦେଇଛି। ଏ ସଂପର୍କରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ଵାରା ବିଜ୍ଞପ୍ତି ଜାରି କରାଯାଇଛି।
Also read: ବଜେଟ୍ ପୂର୍ବରୁ ହାଲ୍ୱା ସେରେମନୀ, ପାଟି ମିଠା କଲେ ଅର୍ଥମନ୍ତ୍ରୀ
ରାଜ୍ୟର ବିଭିନ୍ନ ବିଭାଗରେ ସରକାରଙ୍କ କାର୍ଯ୍ୟ ଉପରେ ପ୍ରତ୍ୟେକ୍ଷ ଭାବେ ନଜର ରଖିବା, ବିଧାନସଭାରେ ଏ ସଂପର୍କରେ ପ୍ରଶ୍ନ କରିବା ଏବଂ ରାଜ୍ୟ ସରକାରଙ୍କୁ ଉତ୍ତରଦାୟୀ କରିବା ପାଇଁ ବିଜେଡିର ୫୦ ବିଧାୟକଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି ଦଳ ସୁପ୍ରିମୋ। ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଦିଆଯାଇଛି। ସେହିପରି ବିଧାୟିକ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ପଞ୍ଚାୟତିରାଜ, ପାନୀୟ ଜଳ ଏବଂ ସଂସଦୀୟ ବ୍ୟାପାର ବିଭାଗର ଦାୟିତ୍ଵ ଦିଆଯାଇଛି। ବଦ୍ରି ନାରାୟଣ ପାତ୍ରଙ୍କୁ ମହିଳା ଓ ଶିଶୁ କଲ୍ୟାଣ, ନିରଞ୍ଜବ ପୂଜାରୀଙ୍କୁ ଗୃହ, ଖାଦ୍ୟ ଯୋଗାଣ ବିଭାଗ, ପ୍ରତାପ କେଶରୀ ଦେବଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଅରୁଣ କୁମାର ସାହୁଙ୍କୁ ଜଳ ସମ୍ବଳ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ, ବ୍ରଜ କିଶୋର ପ୍ରଧାନଙ୍କୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଦିବ୍ୟ ଶଙ୍କର ମିଶ୍ରଙ୍କୁ ଶକ୍ତି, ତୁଷାରକାନ୍ତି ବେହେରାଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଅନନ୍ତ ନାରାୟଣ ଜେନାଙ୍କୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆଦି ୫୦ ବିଧାୟକଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରାଯାଇଛି।
ସୂଚନାଯୋଗ୍ୟ, ଓଡ଼ିଶାର ସ୍ଵାର୍ଥ ପାଇଁ ବିଜେଡି କାମ କରିବ ବୋଲି ସ୍ପଷ୍ଟ ସନ୍ଦେଶ ଦେଇ ସାରିଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟର ପ୍ରତ୍ୟେକ କ୍ଷେତ୍ରରେ ବିକାଶ ପାଇଁ ନିଜର ଦାବି କେନ୍ଦ୍ର ସରକାରଙ୍କ ନିକଟରେ ଦୃଢତାର ସହ ରଖିବା ପାଇଁ ଦଳ ନିଷ୍ପତ୍ତି ନେଇଛି। ସେହି ହିସାବରେ ଜାତୀୟ ରାଜନୀତିରେ ନିଜର ସକ୍ରିୟତା ବଢାଇ ବିଜେଡି ରାଜ୍ୟସଭାରେ ନିଜର ମଜବୁତ ସ୍ଥିତି ଜାହିର କରିବାକୁ ମନସ୍ଥ କରି ସାରିଛି। ଏହାର ସଙ୍କେତ ମଧ୍ୟ ନିକଟରେ ସଂପନ୍ନ ସଂସଦର ସ୍ଵତନ୍ତ୍ର ଅଧିବେଶନରେ ଦେଖିବାକୁ ମିଳିଛି। ଲୋକସଭାର ଅନୁପସ୍ଥିତିକୁ ରାଜ୍ୟସଭାରେ ଦଳ ଭରଣା କରିବ ବୋଲି ଦଳର ନେତା କହି ସାରିଛନ୍ତି।