ବିଜେପି ସରକାରକୁ ବର୍ଷେ ପୂର୍ତ୍ତିରେ ପୂରଣ ହେବ କି ମନ୍ତ୍ରୀପଦ ?
ଭୁବନେଶ୍ୱର: ବର୍ଷ ପୂର୍ତ୍ତିରେ ପୂରଣ ହେବ କି ମନ୍ତ୍ରୀପଦ ? ବଣ୍ଟନ ହେବ କି ନିଗମ ? ବିଜେପି ବିଧାୟକ... The post ବିଜେପି ସରକାରକୁ ବର୍ଷେ ପୂର୍ତ୍ତିରେ ପୂରଣ ହେବ କି ମନ୍ତ୍ରୀପଦ ? appeared first on .
ଭୁବନେଶ୍ୱର: ବର୍ଷ ପୂର୍ତ୍ତିରେ ପୂରଣ ହେବ କି ମନ୍ତ୍ରୀପଦ ? ବଣ୍ଟନ ହେବ କି ନିଗମ ? ବିଜେପି ବିଧାୟକ ଖୋଲିଲେଣି ମୁହଁ । ୬ଟି ମନ୍ତ୍ରୀପଦ ପାଇଁ ଲମ୍ବା ଆଶାୟୀ । ବିଜେଡି କହିଲା, ପ୍ରଚାର ଓ ଭାଷଣରେ ସୀମିତ ସରକାର। ବିଜେପି ସରକାର ଗଠନର ୧୧ମାସ ପରେ ପୁଣିଥରେ ମନ୍ତ୍ରିମଣ୍ଡଳ ଖାଲି ପଡିଥିବା ପଦବୀ ଓ ନିଗମ ବଣ୍ଟନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଜୁନ ୧୨ ବର୍ଷ ପୂର୍ତ୍ତିବେଳକୁ ମନ୍ତ୍ରିମଣ୍ଡଳରେ ଖାଲି ପଡିଥିବା ୬ଟି ଆସନ ମୁଖ୍ୟମନ୍ତ୍ରୀ ପୂରଣ କରିବେ ଆଶା ବାନ୍ଧିଛନ୍ତି ବିଜେପି ବିଧାୟକ। ସେଥିପାଇଁ କିଛି ଦିନର ନିରବତା ପରେ ପୁଣି ବିଜେପି ବିଧାୟକମାନେ ମୁହଁ ଖୋଲିଛନ୍ତି । ବିଧାୟକ ଅଗସ୍ତି ବେହେରା କହିଛନ୍ତି ଯେ ଯୁଦ୍ଧ ପାଇଁ ଏସବୁ ପ୍ରକ୍ରିୟା ଟିକେ ବିଳମ୍ୱ ହୋଇଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଖାଲି ପଡିଥିବା ମନ୍ତ୍ରୀ ପଦ ଓ ନିଗମ ଘୋଷଣା କରିବେ । ଏନେଇ ଦଳୀୟ ସ୍ତରରେ ନିଷ୍ପତ୍ତି ହୋଇଛି l ଖୁବଶୀଘ୍ର ନାଁ ଘୋଷଣା କରାଯିବ ବୋଲି ସେ କହିଛନ୍ତି l ସେହିପରି ଦଳର ବରିଷ୍ଠ ବିଧାୟକ ଅଶୋକ ମହାନ୍ତି ମଧ୍ୟ ସମାନ କଥା କହିଛନ୍ତି । ତାଙ୍କ ଯୁକ୍ତି ହେଉଛି ଖାଲି ପଡ଼ିଥିବା ୬ ମନ୍ତ୍ରୀପଦ ପୂରଣ ହେବାର ଆବଶ୍ୟକ ରହିଛି । ସେହିପରି ଚିକିଟି ବିଜେପି ବିଧାୟକ ମନୋରଞ୍ଜନ ଦ୍ଯାନସାମନ୍ତରାୟ ମଧ୍ୟ ଦୁଇ ବିଧାୟକଙ୍କ ସ୍ଵରରେ ସ୍ୱର ମିଳାଇଛନ୍ତି । ବିଜେପି ବିଧାୟକ ମନ୍ତ୍ରୀ ପଦ ପୂରଣ ନେଇ ମୁହଁ ଖୋଲିବା ପରେ ମୋହନ ବର୍ଷ ପୂର୍ତ୍ତି ଅବସରରେ ମୋହନ ଅଧାଗଢା ମନ୍ତ୍ରିମଣ୍ଡଳ ପୂରଣ କରିବେ କି ନାହିଁ ତାକୁ ନେଇ ବିଜେପି ମହଲରେ ଚର୍ଚ୍ଚା ସୃଷ୍ଟି ହୋଇଛି ।
ସେପଟେ କିଛି ବିଧାୟକ ଏ ପ୍ରସଙ୍ଗକୁ ଏଡାଇ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ଅନ୍ଯପଟେ ବିଜେପିର ଏପରି ଦୋଦୁଲ୍ଯମାନ ସ୍ଥିତି ଦେଖି ବିଜେଡି ଏହାକୁ ସମାଲୋଚନା କରିଛି । ବିଜେପି ସରକାର ବର୍ଷେ ହେବ କେବଳ ଭାଷଣବାଜି ଓ ପ୍ରଚାରରେ ମାତିଛନ୍ତି । ବଜେଟ୍ ଅର୍ଥ ଠିକ୍ ସେ ସରକାର ଖର୍ଚ୍ଚ କରିପାରୁନାହାଁନ୍ତି । ବିକାଶ କାମ ଓଡ଼ିଶାରେ ଠପ୍ ହୋଇଯାଇଛି କହି ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ମନୋହର ରନ୍ଧାରୀ ।
ଗୋଟେ ପଟେ ବର୍ଷ ପୂର୍ତ୍ତି ପାଳନ ପ୍ରସ୍ତୁତି ଶାସକ ଦଳ ଜୋରଦାର କରୁଥିବା ବେଳେ ଅଧାଗଢା ମନ୍ତ୍ରିମଣ୍ଡଳ ଓ ନିଗମ ବଣ୍ଟନ ଅଙ୍କକଷାରେ ଛନ୍ଦି ହୋଇପଡିଛି । ତଥାପି ନିଜ ସଫଳତାର ପ୍ରଚାର ପାଇଁ ସରକାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।
The post ବିଜେପି ସରକାରକୁ ବର୍ଷେ ପୂର୍ତ୍ତିରେ ପୂରଣ ହେବ କି ମନ୍ତ୍ରୀପଦ ? appeared first on .