ଭାଜପା ୧୦ ବର୍ଷ ରେକର୍ଡ ଆଧାରରେ ଜନତାଙ୍କ ଆସ୍ଥାଭାଜନ ହେବ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୭।୩(ଅସମାପିକା ସାହୁ)ନିର୍ବାଚନ କମିଶନଙ୍କ ୨୦୨୪ ନିର୍ବାଚନ ତାରିଖ ଘୋଷଣାକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି। ଏହି ନିର୍ବାଚନରେ ଭାଜପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଲ୍ୟାଣକାରୀ ଯୋଜନା ଓ ବିଗତ ୧୦ ବର୍ଷର ଟ୍ରାକ୍‌ ରେକର୍ଡ ଆଧାରରେ ଜନତାଙ୍କ ଆସ୍ଥାଭାଜନ ହେବା ପାଇଁ ଚେଷ୍ଟା କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଗଣତନ୍ତ୍ରର ଜଣେ ବିଦ୍ୟାର୍ଥୀ ଭାବରେ ୨୦୨୪ ନିର୍ବାଚନକୁ ସ୍ବାଗତ କରୁଛି। ଓଡ଼ିଶା ସମେତ […] The post ଭାଜପା ୧୦ ବର୍ଷ ରେକର୍ଡ ଆଧାରରେ ଜନତାଙ୍କ ଆସ୍ଥାଭାଜନ ହେବ: ଧର୍ମେନ୍ଦ୍ର appeared first on Dharitri Odia News.

ଭାଜପା ୧୦ ବର୍ଷ ରେକର୍ଡ ଆଧାରରେ ଜନତାଙ୍କ ଆସ୍ଥାଭାଜନ ହେବ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୭।୩(ଅସମାପିକା ସାହୁ)ନିର୍ବାଚନ କମିଶନଙ୍କ ୨୦୨୪ ନିର୍ବାଚନ ତାରିଖ ଘୋଷଣାକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି। ଏହି ନିର୍ବାଚନରେ ଭାଜପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଲ୍ୟାଣକାରୀ ଯୋଜନା ଓ ବିଗତ ୧୦ ବର୍ଷର ଟ୍ରାକ୍‌ ରେକର୍ଡ ଆଧାରରେ ଜନତାଙ୍କ ଆସ୍ଥାଭାଜନ ହେବା ପାଇଁ ଚେଷ୍ଟା କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଗଣତନ୍ତ୍ରର ଜଣେ ବିଦ୍ୟାର୍ଥୀ ଭାବରେ ୨୦୨୪ ନିର୍ବାଚନକୁ ସ୍ବାଗତ କରୁଛି। ଓଡ଼ିଶା ସମେତ ସମଗ୍ର ଦେଶର ଜନସାଧାରଣ ଓ ସମସ୍ତ ରାଜନୈତିକ ଦଳଙ୍କୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସମାଜର ସବୁବର୍ଗ ବିଶେଷକରି ଗରିବ, ବଞ୍ଚତ୍ତ, ମହିଳା, ଯୁବ, ଚାଷୀ, ଏସ୍‌ସି, ଏସ୍‌ଟି, ଓବିସି ସମ୍ପ୍ରଦାୟର ଲୋକମାନେ ଏହି ଗଣତନ୍ତ୍ରର ମହାନ୍‌ ଉତ୍ସବରେ ନିଜକୁ ସାମିଲ କରିବେ। ସମସ୍ତ ରାଜନୈତିକ ଦଳ ନାଗରିକଙ୍କ ପାଖକୁ ଯିବେ। ପ୍ରସଙ୍ଗଭିତ୍ତିକ ନିର୍ବାଚନ ଲଢ଼ାଯିବ। ଆଲୋଚନା, ସମାଲୋଚନା ସହ ନିର୍ବାଚନ ପ୍ରଚାରରେ ଅଭିନବ ଉପାୟ ଅବଲମ୍ବନ ହେବ। ଉନ୍ମାଦନାର ସହ ନିର୍ବାଚନ ଆଚରଣବିଧିର ସୀମା ଭିତରେ ରହି ସମସ୍ତେ ପ୍ରଚାର କରିବା। ‘ଫିର୍‌ ଏକ୍‌ ବାର୍‌ ୪୦୦ ପାର୍‌, ଫିର୍‌ ଏକ୍‌ ବାର୍‌ ମୋଦି ସରକାର’ର ନାରା ଦେବା ସହ ଲୋକଙ୍କ ଆଶୀର୍ବାଦ କାମନା କରିଛନ୍ତି ଧର୍ମେନ୍ଦ୍ର।

The post ଭାଜପା ୧୦ ବର୍ଷ ରେକର୍ଡ ଆଧାରରେ ଜନତାଙ୍କ ଆସ୍ଥାଭାଜନ ହେବ: ଧର୍ମେନ୍ଦ୍ର appeared first on Dharitri Odia News.