ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ କବୟତ୍ରୀ ଡ. ଗାୟତ୍ରୀବାଳା ପଣ୍ଡା ସମ୍ମାନୀତ

ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ସମ୍ମାନୀତ ହେଲେ ବିଶେଷ ପ୍ରତିଭା । ଓଡ଼ିଆ ଭାଷା ପ୍ରତି ବିଶେଷ... The post ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ କବୟତ୍ରୀ ଡ. ଗାୟତ୍ରୀବାଳା ପଣ୍ଡା ସମ୍ମାନୀତ appeared first on .

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ କବୟତ୍ରୀ ଡ. ଗାୟତ୍ରୀବାଳା ପଣ୍ଡା ସମ୍ମାନୀତ

ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ସମ୍ମାନୀତ ହେଲେ ବିଶେଷ ପ୍ରତିଭା । ଓଡ଼ିଆ ଭାଷା ପ୍ରତି ବିଶେଷ ଅବଦାନ ଓ ସମ୍ମାନ ଲାଭ କରି ଗର୍ବ ଆଣିଥିବା ବିଶେଷ ବ୍ଯକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଡ. ଗାୟତ୍ରୀବାଳା ପଣ୍ଡା ସମ୍ମାନିତ ହୋଇଛନ୍ତି । ୨୦୨୨ ଲାଗି ଗାୟତ୍ରୀବାଳା ପାଇଥିଲେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର । କବିତା ସଂକଳନ ଦୟାନଦୀ ଲାଗି ତାଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା ।

ଗଳ୍ପ, କବିତା, ଉପନ୍ୟାସ ରଚନା କରି ସାହିତ୍ୟ ଜଗତକୁ ସମୃଦ୍ଧ କରିବାରେ ତାଙ୍କର ବିଶେଷ ଅବଦାନ ରହିଛି । ସେ ୧୨ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ୨ଟି ଉପନ୍ୟାସ, ଗୋଟିଏ ପ୍ରବନ୍ଧ ସଂକଳନ ରଚନା କରିଛନ୍ତି । ତିନି ଦଶନ୍ଧି ଧରି ଓଡ଼ିଆ ସାହିତ୍ୟରେ କରିଛନ୍ତି ବଳିଷ୍ଠ ସାଧନା । ତାଙ୍କ ସହ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅପୂର୍ବ ବୀର, ଯଶୋଧରା ମିଶ୍ର, ଡ. ରାଜେନ୍ଦ୍ର ପଣ୍ଡା, ସୌଭାଗ୍ୟ ମିଶ୍ର, ଡ. ପ୍ରଫୁଲ ମହାନ୍ତି, ଡ. ରାମଚନ୍ଦ୍ର ବେହେରା, ଡ. ବଂଶୀଧର ଷଡ଼ଙ୍ଗୀ, ଗୌରହରି ଦାସ, ଗାୟତ୍ରୀ ସରାଫ, ତରୁଣକାନ୍ତି ମିଶ୍ର, ଡ. ହୃଶିକେଷ ମଲ୍ଲିକ ଏବଂ ଡ. ଆଶୁତୋଷ ପରିଡା ସମ୍ମାନୀତ ହୋଇଛନ୍ତି । ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଣବ ପଟ୍ଟନାୟକ, ଘନଶ୍ୟାମ ମହାପାତ୍ରଙ୍କୁ ମଧ୍ଯ ସମ୍ମାନିତ କରାଯାଇଛି ।

The post ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ କବୟତ୍ରୀ ଡ. ଗାୟତ୍ରୀବାଳା ପଣ୍ଡା ସମ୍ମାନୀତ appeared first on .