ବିଜେପି ହାଇଦ୍ରାବାଦ ପ୍ରାର୍ଥୀ ମାଧବୀ ଲତାଙ୍କ ବିରୋଧରେ ମାମଲା ରୁଜୁ

ହାଇଦ୍ରାବାଦ: ହାଇଦ୍ରାବାଦ ବିଜେପି ଲୋକସଭା ପ୍ରାର୍ଥୀ କୋମ୍ପେଲ୍ଲା ମାଧବୀ ଲତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ରାମ ନବମୀ ପ୍ରୋସେସନ୍ ସମୟରେ ମାଧବୀ ଲତା ଏକ ମସ୍‌ଜିଦ୍‌କୁ ଲକ୍ଷ୍ୟ କରି ତୀର ମାରିବାର ଆକ୍ସନ କରିଥିଲେ। ଯାହାକୁ ନେଇ ଥାନାରେ ମାମଲା ହୋଇଛି।ଗତ ସପ୍ତାହର ମାଧବୀ ଲତାଙ୍କର ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏଥିରେ ମାଧବୀ ଲତା ନିଜ ହାତକୁ ତୀର ଟାଣିବା ଭଳି ତଳକୁ ଟାଣି ବାଣ ମାରିବାର ଅଭିନୟ କରିଥିଲେ। ମସ୍‌ଜିଦ୍ ଆଡ଼କୁ ଲକ୍ଷ୍ୟ କରି ଏହି ଅଭିନୟ କରିଥିଲେ ମାଧବୀ। ଏହି ଘଟଣାରେ ମାଧବୀଙ୍କ ବିରୋଧରେ ବେଗମବଜାର ପୁଲିସ ଷ୍ଟେସନ୍‌ରେ ଆଇପିସି ଧାରା ୨୯୫(ସଂକେତ ମାଧ୍ୟମରେ ଧାର୍ମିକ ଭାବନାକୁ ଆଘାତ ଦେବା)ରେ ମାମଲା ରୁଜୁ କରାଯାଇଛି।   ପଢ଼ନ୍ତୁ-ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟଙ୍କ ବିରୋଧରେ ମାମଲା ରୁଜୁ କଲା ଟିଏମ୍‌ସିମସ୍‌ଜିଦ୍‌କୁ ଦେଖାଇ ବାଣ ମାରିବା ଅଭିନୟ କରିବା ପରେ ମାଧବୀ ଲତା ଖୁସି ବ୍ୟକ୍ତ କରିଥିଲେ ବୋଲି ଏଫ୍ଆଇଆର୍‌ରେ କୁହାଯାଇଛି। ମାଧବୀ ଲତାଙ୍କର ଭିଡିଓ ଭାଇରାଲ୍ ହେବା ପରେ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀ ଏହାକୁ ବିରୋଧ କରିଥିଲେ। ବିଜେପି ଓ ଆର୍‌ଏସ୍‌ଏସ ଶାନ୍ତି ହାଇଦ୍ରାବାଦର ଶାନ୍ତି ଭଙ୍ଗ କରିବାକୁ ଚାହୁଁଛନ୍ତି। ତେଣୁ ସହରର ଯୁବବର୍ଗମାନେ ଏସବୁ ଦେଖି ସାରି ଭୋଟ୍ ଦେବାକୁ ନିଷ୍ପତ୍ତି ନିଅନ୍ତୁ ବୋଲି ଓୱେସୀ କହିଥିଲେ। 

ବିଜେପି ହାଇଦ୍ରାବାଦ ପ୍ରାର୍ଥୀ ମାଧବୀ ଲତାଙ୍କ ବିରୋଧରେ ମାମଲା ରୁଜୁ

ହାଇଦ୍ରାବାଦ: ହାଇଦ୍ରାବାଦ ବିଜେପି ଲୋକସଭା ପ୍ରାର୍ଥୀ କୋମ୍ପେଲ୍ଲା ମାଧବୀ ଲତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ରାମ ନବମୀ ପ୍ରୋସେସନ୍ ସମୟରେ ମାଧବୀ ଲତା ଏକ ମସ୍‌ଜିଦ୍‌କୁ ଲକ୍ଷ୍ୟ କରି ତୀର ମାରିବାର ଆକ୍ସନ କରିଥିଲେ। ଯାହାକୁ ନେଇ ଥାନାରେ ମାମଲା ହୋଇଛି।

ଗତ ସପ୍ତାହର ମାଧବୀ ଲତାଙ୍କର ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏଥିରେ ମାଧବୀ ଲତା ନିଜ ହାତକୁ ତୀର ଟାଣିବା ଭଳି ତଳକୁ ଟାଣି ବାଣ ମାରିବାର ଅଭିନୟ କରିଥିଲେ। ମସ୍‌ଜିଦ୍ ଆଡ଼କୁ ଲକ୍ଷ୍ୟ କରି ଏହି ଅଭିନୟ କରିଥିଲେ ମାଧବୀ। ଏହି ଘଟଣାରେ ମାଧବୀଙ୍କ ବିରୋଧରେ ବେଗମବଜାର ପୁଲିସ ଷ୍ଟେସନ୍‌ରେ ଆଇପିସି ଧାରା ୨୯୫(ସଂକେତ ମାଧ୍ୟମରେ ଧାର୍ମିକ ଭାବନାକୁ ଆଘାତ ଦେବା)ରେ ମାମଲା ରୁଜୁ କରାଯାଇଛି।   

ପଢ଼ନ୍ତୁ-ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟଙ୍କ ବିରୋଧରେ ମାମଲା ରୁଜୁ କଲା ଟିଏମ୍‌ସି

ମସ୍‌ଜିଦ୍‌କୁ ଦେଖାଇ ବାଣ ମାରିବା ଅଭିନୟ କରିବା ପରେ ମାଧବୀ ଲତା ଖୁସି ବ୍ୟକ୍ତ କରିଥିଲେ ବୋଲି ଏଫ୍ଆଇଆର୍‌ରେ କୁହାଯାଇଛି। ମାଧବୀ ଲତାଙ୍କର ଭିଡିଓ ଭାଇରାଲ୍ ହେବା ପରେ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀ ଏହାକୁ ବିରୋଧ କରିଥିଲେ। ବିଜେପି ଓ ଆର୍‌ଏସ୍‌ଏସ ଶାନ୍ତି ହାଇଦ୍ରାବାଦର ଶାନ୍ତି ଭଙ୍ଗ କରିବାକୁ ଚାହୁଁଛନ୍ତି। ତେଣୁ ସହରର ଯୁବବର୍ଗମାନେ ଏସବୁ ଦେଖି ସାରି ଭୋଟ୍ ଦେବାକୁ ନିଷ୍ପତ୍ତି ନିଅନ୍ତୁ ବୋଲି ଓୱେସୀ କହିଥିଲେ।