ବିଜେପିକୁ କାହାର ସହାୟତା ଆବଶ୍ୟକ ନାହିଁ, ଆମେ ଏକାକୀ ନିର୍ବାଚନ ଲଢ଼ି ଜିତିଛୁ: ଜୟନାରାୟଣ
ବିଜେପିକୁ ବିଜେଡିର ସହାୟତା ଖବର ଚର୍ଚ୍ଚାକୁ ଖଣ୍ଡନ କରିଛି ବିଜେପି। ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ବିଜେପିକୁ କାହାର ସହାୟତା ଆବଶ୍ୟକ ନାହିଁ।
ବିଜେପିକୁ ବିଜେଡିର ସହାୟତା ଖବର ଚର୍ଚ୍ଚାକୁ ଖଣ୍ଡନ କରିଛି ବିଜେପି। ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ବିଜେପିକୁ କାହାର ସହାୟତା ଆବଶ୍ୟକ ନାହିଁ। ପୂର୍ବରୁ ବି ଏମିତି ଚର୍ଚ୍ଚା ହେଉଥିଲା କିନ୍ତୁ ବିଜେପି ଏକାକୀ ନିର୍ବାଚନ ଜିତିଛି। ତେବେ ବିଜେଡିର ଆୟୁଷ ବହୁତ କମ୍ ବୋଲି କହି ଦମ୍ଭୋକ୍ତି ବାଢ଼ିଛନ୍ତି ଜୟନାରାୟଣ।
ଅପରପକ୍ଷେ ଜୟନାରାୟଣଙ୍କ ବୟାନର ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ। ସେ କଟ୍ଟାକ୍ଷ କରି କହିଛନ୍ତି, ଜୟନାରାୟଣ ଜ୍ୟୋତିଷ ଦୋକାନ ଖୋଲନ୍ତୁ, କାହା ଆୟୁଷ କେତେ କହିବେ।
ଅଧିକ ପଢ଼ନ୍ତୁ: ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ନବୀନ, କହିଲେ...
ତେବେ ଇଂରାଜୀ ଖବର କାଗଜରେ ବାହାରିଥିବା ଖବର ଅନୁସାରେ, ପାଣ୍ଡିଆନ ବିଜେଡି ଭାଙ୍ଗିବାକୁ କାଳେ ଦିଲ୍ଲୀରେ ଡେରା ପକାଇଥିଲେ । ବିଜେଡିକୁ ଦୁଇଭାଗରେ ଭାଙ୍ଗି ଦେଇ ବିଜେପିକୁ ରାଜ୍ୟରେ ବଢ଼ିବାରେ ସହଯୋଗ କରିବା ନେଇ ଯୋଜନା ହୋଇଥିଲା । ଏସବୁ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହାୟତାରେ ଚାଲିଥିଲା ବୋଲି ଖବର ବାହାରିଥିଲା । ଖାଲି ଏତିକି ନୁହେଁ ଏ ଖବର ଜାଣିବା ପରେ କାଳେ ନବୀନ ବିଜେପି ଶୀର୍ଷ ନେତୃତ୍ବକୁ ଜଣାଇଛନ୍ତି କି ପାଣ୍ଡିଆନକୁ ଏସବୁ ଭିତରେ ନପୁରାଇବାକୁ । ଆଉ ଏହା ପ୍ରତିବଦଳରେ ରାଜ୍ୟସଭା ସମର୍ଥନ ଓ ଆଗାମୀ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ସହଯୋଗ କରିବ ବିଜେଡି ।
ଅନ୍ୟପଟେ ପାଣ୍ଡିଆନକୁ ନେଇ ଏକ ଇଂରାଜୀ ଦୈନିକ ଖବର କାଗଜରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଖବରକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ନବୀନ । ସେ ସୋସିଆଲ ମିଡିଆରେ ଲେଖିଛନ୍ତି କି, ‘ମୁଁ ପୂର୍ବରୁ ବି କହିଥିଲି ପାଣ୍ଡିଆନ ରାଜ୍ୟ ଓ ଦଳ ପାଇଁ ନିଷ୍ଠାପର ଭାବେ କାମ କରିଥିଲେ । ସଂପୂର୍ଣ୍ଣ ସମର୍ପଣ ମନୋଭାବ, ଦକ୍ଷତା ଓ ନିଷ୍ଠାର ସହ ସେବା କରିଛନ୍ତି । ପାଣ୍ଡିଆନ ଏହି ଦକ୍ଷତା ଓ ନିଷ୍ଠା ପାଇଁ ଜଣାଶୁଣା’ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।