ବିଜେପିକୁ ପ୍ରାର୍ଥୀ ମିଳୁନି, ବସଷ୍ଟାଣ୍ଡ ଓ ରେଲୱେ ପ୍ଲାଟଫର୍ମରୁ ପ୍ରାର୍ଥୀ ଖୋଜାଚାଲିଛି : ବିଜେଡି

ଭୁବନେଶ୍ବର : ବିଜେପିକୁ ରାଜ୍ୟରେ ପ୍ରାର୍ଥୀ ମିଳୁନାହାନ୍ତି। ୨୦୨୪ ନିର୍ବାଚନରେ ୮୦ ଟି ବିଧାନସଭା ଆସନରେ ଜିତିବ ବୋଲି କହୁଥିବା ବିଜେପି ଏଯାଏଁ ୮୦ ଆସନ ପାଇଁ ବି ପ୍ରାର୍ଥୀ ପାଉନି। ବିଜେଡି ପକ୍ଷରୁ ଆମେ ଲଗାତାର ଯାହା ଉକ୍ତି ଦେଉଥିଲୁ, ତାହା ସତ ପ୍ରମାଣିତ ହେଉଛି ବୋଲି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି। ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି ଯେ ୧୪୭ ବିଧାୟକ […]

ବିଜେପିକୁ ପ୍ରାର୍ଥୀ ମିଳୁନି, ବସଷ୍ଟାଣ୍ଡ ଓ ରେଲୱେ ପ୍ଲାଟଫର୍ମରୁ ପ୍ରାର୍ଥୀ ଖୋଜାଚାଲିଛି : ବିଜେଡି
BJP finding candidates for 147 assembly seats

ଭୁବନେଶ୍ବର : ବିଜେପିକୁ ରାଜ୍ୟରେ ପ୍ରାର୍ଥୀ ମିଳୁନାହାନ୍ତି। ୨୦୨୪ ନିର୍ବାଚନରେ ୮୦ ଟି ବିଧାନସଭା ଆସନରେ ଜିତିବ ବୋଲି କହୁଥିବା ବିଜେପି ଏଯାଏଁ ୮୦ ଆସନ ପାଇଁ ବି ପ୍ରାର୍ଥୀ ପାଉନି। ବିଜେଡି ପକ୍ଷରୁ ଆମେ ଲଗାତାର ଯାହା ଉକ୍ତି ଦେଉଥିଲୁ, ତାହା ସତ ପ୍ରମାଣିତ ହେଉଛି ବୋଲି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି।

ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି ଯେ ୧୪୭ ବିଧାୟକ ପ୍ରାର୍ଥୀ ପାଉନି ବିଜେପି। ବାସ୍ତବ କଥା ହେଲା, ୮୦ ଆସନ ପାଇଁ ବି ପ୍ରାର୍ଥୀ ମିଳୁନି। ୨୦୨୪ ରେ ୮୦  ଆସନ ଜିତି ସରକାର କରିବାକୁ ବିଜେପି କହିଥିଲା।  ହେଲେ ଏଯାଏଁ ଗୋଟେ ବି ଆସନ ଘୋଷଣା କରିବାରେ ସକ୍ଷମ ନୁହନ୍ତି। ଏହା ଓଡିଶା ବିଜେପିର ଅସଲ ସ୍ଥିତି।  ଓଡ଼ିଶା ବିଜେପି ନେତା କହିଥିଲେ, ଜିଲ୍ଲାକୁ ଜିଲ୍ଲା ନେତା ଯାଇଛନ୍ତି। ପ୍ରାର୍ଥୀ ଖୋଜା ହୋଇଛି।  ହେଲେ ଏ ଯାଏଁ ଘୋଷଣା କରି ପାରିଲେ ନାହିଁ।

ସ୍ୱୟଂ ପ୍ରକାଶ ଆହୁରି ମଧ୍ୟ କହିଛନ୍ତି ଓଡିଶା ବିଜେପି ପାଖରେ ୧୪୭ ଆସନ ପାଇଁ ଯେହେତୁ ପ୍ରାର୍ଥୀ ନାହାଁନ୍ତି ତେଣୁ ଅନ୍ୟ ଦଳରୁ ବିତାଡିତ ନେତା, ଅନ୍ୟ ଦଳରେ ଟିକେଟରୁ ବଞ୍ଚିତ ହୋଇଥିବା ନେତା ଏବଂ ଅପରାଧିକ କାମରେ ଲିପ୍ତ ଥିବା ଲୋକଙ୍କୁ ପ୍ରାର୍ଥୀ କରିବାକୁ ବିଜେପି ଭରସା କରୁଛି । ବିଜେପି ଦଳ କେବଳ ତାଲିକା କରି ସେଥିରେ ନିର୍ବାଚନ ମଣ୍ଡଳୀର ନାଁ ଲେଖିଛି ହେଲେ ପ୍ରାର୍ଥୀଙ୍କ କଲମ୍ ଖାଲି ପଡିଛି । ଅପରାଧିକ କାମରେ ସମ୍ପୃକ୍ତ ଲୋକଙ୍କ ନାଁ ସେହି ତାଲିକାରେ ଲେଖୁଛନ୍ତି । ଗାଁ ଗଣ୍ଡାରେ ଦଳ ପ୍ରାର୍ଥୀ ଦରାଣ୍ଡିବା ଆରମ୍ଭ କଲାଣି । ବସଷ୍ଟାଣ୍ଡ, ରେଲୱେ ପ୍ଲାଟଫର୍ମ ଯେଉଁଠି ପାଉଛନ୍ତି ସେଠୁ ଆଣି ଲୋକଙ୍କୁ ପ୍ରାର୍ଥୀ କରିଦେଉଛନ୍ତି । ଏ ହେଉଛି ଆଜିର ଦିନରେ ରାଜ୍ୟରେ ବିଜେପିର ସ୍ଥିତି । ଯାହା ଦେଖି ରାଜ୍ୟବାସୀ ହୁସୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର ।