ବିଜେପିରେ ନେତା ପୁଅ ନେତା ହୁଏନି – ଜେ.ପି. ନଡ୍ଡା
ଭୁବନେଶ୍ୱର : ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ। ଦଳର ସଦସ୍ୟତା ଗ୍ରହଣ କରିଥିବା କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜେ.ପି ନଡ୍ଡା । ନଡ୍ଡା ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇବା ସହ ଭାଜପା ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡରଯୁକ୍ତ ରାଜନୈତିକ ଦଳ ବୋଲି […]

ଭୁବନେଶ୍ୱର : ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ।
ଦଳର ସଦସ୍ୟତା ଗ୍ରହଣ କରିଥିବା କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜେ.ପି ନଡ୍ଡା । ନଡ୍ଡା ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇବା ସହ ଭାଜପା ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡରଯୁକ୍ତ ରାଜନୈତିକ ଦଳ ବୋଲି କହିଛନ୍ତି । ଭାରତରେ ୫ ହଜାର ଦଳ, ୫୦ରୁ ଅଧିକ ପାର୍ଟି ରହିଛି । ସଦସ୍ୟତା ଗ୍ରହଣ ସରିବା ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ ବୋଲି ସେ କହିଛନ୍ତି । ବିଜେପିରେ ଅତ୍ୟନ୍ତ ସ୍ବଚ୍ଛ ଭାବେ ସଦସ୍ୟତା ଗ୍ରହଣ ହୁଏ। ବିଜେପିରେ ଜଣେ ନେତାଙ୍କ ପୁଅ ନେତା ହୁଅନ୍ତିନି, ବରଂ ମାଟିରୁ ଆସିଥିବା ସାଧାରଣ ବ୍ୟକ୍ତି ନେତା ହୁଅନ୍ତି ବୋଲି କହି କଂଗ୍ରେସ ପରିବାଦ ରାଜନୀତି ଉପରେ ତେରଚ୍ଛା ବାଣ ମାରିଛନ୍ତି ନଡ୍ଡା।
ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ସଦସ୍ୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନଡ୍ଡା କହିଛନ୍ତି, ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ସମସ୍ତଙ୍କ ଯୋଗଦାନ ଜରୁରୀ ଅଟେ । ଆମେରିକା, ୟୁରୋପ, ଅଷ୍ଟ୍ରେଲିଆର ଅର୍ଥନୀତି ଅସ୍ଥିର ରହିଛି । ଜାପାନ ଏବଂ ଚାଇନାର ଅର୍ଥନୀତିରେ ସଙ୍କଟରେ ରହିଛି । କିନ୍ତୁ ଭାରତର ଅର୍ଥନୀତି କ୍ରମଶଃ ଅଗ୍ରଗତି କରିଛୁ । ମୋଦୀଙ୍କ ନେତୃତ୍ୱରେ ଭାରତ ବ୍ରିଟେନକୁ ପଛରେ ପକାଇ ଏକାଦଶ ସ୍ଥାନରୁ ଆଜି ବିଶ୍ଵର ପଞ୍ଚମ ଅର୍ଥଶକ୍ତିରେ ପରିଣତ ହୋଇଛି । ମୋଦିଙ୍କ ନେତୃତ୍ଵରେ ଭାରତ ତୃତୀୟ ବୃହତ ଅର୍ଥଶକ୍ତି ହେବାକୁ ଯାଉଛି ।
ସେହିପରି ସେ ନାଁ ନନେଇ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ରାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଭାଇ ଭଉଣୀଙ୍କୁ ଭାରତର ଆଉ କିଛି ବିକାଶ ଦିଶୁ ନାହିଁ, ଭାଇ ଭଉଣୀଙ୍କୁ ସବୁ ବେଳେ କେବଳ ଦୁଇଟି କଥା ଦେଖାଯାଉଛି । ବେକାରୀ ଓ ଦରଦାମ ବୃଦ୍ଧି କଥା । ସେମାନଙ୍କ ଅଭିଧାନରେ ଯେମିତି ଆଉ କିଛି ପ୍ରସଙ୍ଗ ନାହିଁ । ବିଜେପି ଲାଷ୍ଟ୍ ମ୍ୟାନ୍ ଆଟ୍ ଲାଷ୍ଟ୍ ମାଇଲରେ ବିଶ୍ବାସ କରେ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ।