ବିଜୟ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ୱୋଧନ, କହିଲେ ମୋ ପ୍ରତିଟି ନିଶ୍ୱାସରେ ଆମେରିକା

ନୂଆଦିଲ୍ଲୀ ୦୬/୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଐତିହାସକ ବିଜୟ । ଡେମୋକ୍ରାଟ ହାରିସ୍‌ଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ରିପବ୍ଲିକାନ ପ୍ରାର୍ଥୀ । ପୁଣିଥରେ ହାତେଇଛନ୍ତି ରାଷ୍ଟ୍ରପତି ଗାଦି । ବିପୁଲ ବିଜୟ ପରେ ଆମେରିକା ବାସୀଙ୍କୁ ସମ୍ୱୋଧ କରିଛନ୍ତି  ଡୋନାଲ୍ଡ ଟ୍ରମ୍ପ । ଏହି ଅବସରରେ ସ୍ୱିଙ୍ଗ୍ ଷ୍ଟେଟ୍ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଥିଲେ ମୁଁ ତୁମ ପରିବାର ଏବଂ ଭବିଷ୍ୟତ ପାଇଁ ଲଢେି ଜାରି ରଖିବି । ସ୍ୱିଙ୍ଗ୍ ଷ୍ଟେଟ୍ ଭୋଟରଙ୍କଠାରୁ ମଧ୍ୟ ଆମେ ସମର୍ଥନ ପାଇଲୁ । ଆଗାମୀ ଚାରି ବର୍ଷ ଆମେରିକା ପାଇଁ ସୁବର୍ଣ୍ଣ ହେବାକୁ ଯାଉଛି ।  ଜନସାଧାରଣ ଆମକୁ ଏକ ଦୃଢ ଆଦେଶ ଦେଇଛନ୍ତି । ଆମେରିକାର ନିର୍ବାଚନରେ ଜିତିବା ପରେ ୪୭ ତମ ରାଷ୍ଟ୍ରପତି ହେବାକୁ ଯାଉଥିବା ଡୋନାଲ୍ଡ ଟ୍ରମ୍ପ ଆମେରିକାର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । #WATCH | West Palm Beach, Florida | Donald Trump says, "This is a great job. There is no job like this. This is the most important job in the world...Nothing will stop me from keeping my word to you..."#USElection2024(Video source: Reuters) pic.twitter.com/wRo1IMsz3Z— ANI (@ANI) November 6, 2024ସେ କହିଛନ୍ତି ଆଜି ପୂର୍ବରୁ ଏପରି ଦୃଶ୍ୟ କେବେ ଦେଖି ନଥିଲି । ଆମେ ଆମର ସୀମାକୁ ମଜବୁତ କରିବୁ । ଦେଶର ସମସ୍ତ ସମ

ବିଜୟ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ୱୋଧନ, କହିଲେ ମୋ ପ୍ରତିଟି ନିଶ୍ୱାସରେ ଆମେରିକା

ନୂଆଦିଲ୍ଲୀ ୦୬/୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଐତିହାସକ ବିଜୟ । ଡେମୋକ୍ରାଟ ହାରିସ୍‌ଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ରିପବ୍ଲିକାନ ପ୍ରାର୍ଥୀ । ପୁଣିଥରେ ହାତେଇଛନ୍ତି ରାଷ୍ଟ୍ରପତି ଗାଦି । ବିପୁଲ ବିଜୟ ପରେ ଆମେରିକା ବାସୀଙ୍କୁ ସମ୍ୱୋଧ କରିଛନ୍ତି  ଡୋନାଲ୍ଡ ଟ୍ରମ୍ପ । ଏହି ଅବସରରେ ସ୍ୱିଙ୍ଗ୍ ଷ୍ଟେଟ୍ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଥିଲେ ମୁଁ ତୁମ ପରିବାର ଏବଂ ଭବିଷ୍ୟତ ପାଇଁ ଲଢେି ଜାରି ରଖିବି । 

ସ୍ୱିଙ୍ଗ୍ ଷ୍ଟେଟ୍ ଭୋଟରଙ୍କଠାରୁ ମଧ୍ୟ ଆମେ ସମର୍ଥନ ପାଇଲୁ । ଆଗାମୀ ଚାରି ବର୍ଷ ଆମେରିକା ପାଇଁ ସୁବର୍ଣ୍ଣ ହେବାକୁ ଯାଉଛି ।  ଜନସାଧାରଣ ଆମକୁ ଏକ ଦୃଢ ଆଦେଶ ଦେଇଛନ୍ତି । ଆମେରିକାର ନିର୍ବାଚନରେ ଜିତିବା ପରେ ୪୭ ତମ ରାଷ୍ଟ୍ରପତି ହେବାକୁ ଯାଉଥିବା ଡୋନାଲ୍ଡ ଟ୍ରମ୍ପ ଆମେରିକାର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । 


ସେ କହିଛନ୍ତି ଆଜି ପୂର୍ବରୁ ଏପରି ଦୃଶ୍ୟ କେବେ ଦେଖି ନଥିଲି । ଆମେ ଆମର ସୀମାକୁ ମଜବୁତ କରିବୁ । ଦେଶର ସମସ୍ତ ସମସ୍ୟାର ସମାଧାନ କରିବି । କହିବାକୁ ଗଲେ ମିଡିଆ ଆଉଟଲେଟ୍ ଫକ୍ସ ନ୍ୟୁଜ୍ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ବିଜୟ ଘୋଷଣା କରିଛି। ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ସ୍ୱିଙ୍ଗ୍ ଷ୍ଟେଟ୍‌ ତଥା ବ୍ୟାଟେଲ ଗ୍ରାଉଣ୍ଡ ଷ୍ଟେଟ୍‌ରେ କମାଲ୍‌ କରିଛନ୍ତି। ସେ ଉତ୍ତର କାରୋଲିନା ଏବଂ ଜର୍ଜିଆରେ ବଡ଼ ବିଜୟ ହାସଲ କରିଛନ୍ତି। 


ଏଥିସହିତ ଅନ୍ୟ ୫ ସ୍ୱିଙ୍ଗ ଷ୍ଟେଟ୍‌ ଆରିଜୋନା, ମିଶିଗାନ୍, ନେଭାଦା, ପେନସିଲଭାନିଆ ଏବଂ ୱିସ୍କନ୍ସିନରେ ମଧ୍ୟ ନିଜ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସ୍‌ଙ୍କ ଠାରୁ ବହୁତ ଆଗରେ ଅଛନ୍ତି। ମ୍ୟାଜିକ ନମ୍ବର ୨୭୦ ଥିବା ବେଳେ ଇଲେକ୍ଟୋରାଲ ଭୋଟ୍‌ ଗଣନା ଟ୍ରେଣ୍ଡରେ କମଲା ହାରିସ ୨୧୪ଟି ଆସନରେ ଅଟକି ଯାଇଛନ୍ତି । 

ଡୋନାଲ୍ଡ ଟ୍ରମ୍ପ ୨୬୭ଟି ଆସନରେ ବାଜି ମାରିଛନ୍ତି । ଏହି ନିର୍ବାଚନରେ ଉଭୟ ପ୍ରାର୍ଥୀ ଇତିହାସ ରଚିବେ। ହ୍ୟାରିସ୍‌ ରାଷ୍ଟ୍ରପତି ପଦ ଗ୍ରହଣ କରି ପ୍ରଥମ ଆମେରିକାର ମହିଳା ରାଷ୍ଟ୍ରପତି ହେବାର ସ୍ୱପ୍ନ ଦେଖୁଥିବା ବେଳେ ଟ୍ରମ୍ପ କ୍ରମାଗତ ଦ୍ୱିତୀୟ ଥର ପାଇଁ ଗାଦିରେ ରହିବାକୁ ଉଦ୍ୟମରତ ।