ଋଷ୍କୁ ଡବଲ ବିପଦ; କୁସର୍କ ପରେ ଏବେ ଟାର୍ଗେଟରେ ଦକ୍ଷିଣ ପ୍ରାନ୍ତ, ଡ୍ରୋନ୍ ମାଡ଼ କଲା ୟୁକ୍ରେନ୍
ନୂଆଦିଲ୍ଲୀ: ୟୁକ୍ରେନ-ଋଷ୍ ଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ବଡ଼ ଝଟକା ଲାଗିଛି । ୟୁକ୍ରେନ ସେନା ପ୍ରଥମ ଥର ପାଇଁ ଋଷର ଦକ୍ଷିଣ ପ୍ରାନ୍ତକୁ ଟାର୍ଗେଟ୍ କରିଛି । କୁସର୍କ ଅଞ୍ଚଳରେ ଧ୍ବଂସଲୀଳା ଖେଳିବା ପରେ ଏବେ ଦକ୍ଷିଣ ପ୍ରାନ୍ତରେ ଜୋରଦାର ଆଟାକ୍ କରିଛି । ଏହି ହମଲା ଡ୍ରୋନ୍ ଦ୍ବାରା ହୋଇଛି । ଏକ ହେଲିକପ୍ଟର ଆକାରର ମାନବ ବିହୀନ ଡ୍ରୋନ୍, ପ୍ରୋଲେଟାର୍ସ୍କ ସହରରେ ଥିବା ତୈଳ ଭଣ୍ଡାର ଉପରେ ମାଡ଼ ହୋଇଛି । ଫଳରେ ଦକ୍ଷିଣ ରିସ୍ତୋଭ୍ ଅଞ୍ଚଳ ଭୟଙ୍କର ବିସ୍ଫୋରଣ ହୋଇଛି । ତୈଳ ଭଣ୍ଡାରରେ ନିଆଁ ଲାଗିଯାଇଛି । ୟୁକ୍ରେନ ପକ୍ଷରୁ ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ ଡ୍ରୋନ୍ ଆକ୍ରମଣର ଦୃଶ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ଗଭର୍ଣ୍ଣର କହିଛନ୍ତି, ପ୍ରୋଲେଟାର୍ସ୍କ ସହରରେ ଭୂମିକମ୍ପ ଭଳି ଅନୁଭୂତ ହୋଇଛି । ଋଷ୍-ୟୁକ୍ରେନ ମଧ୍ୟରେ ପ୍ରାୟ ଅଢ଼େଇ ବର୍ଷ ହେଲା ଯୁଦ୍ଧ ଜାରି ରହିଛି । ହେଲେ କିଛି ଦିନ ପୂର୍ବରୁ ମନ୍ଥର ଥିବା ଯୁଦ୍ଧ ଏବେ ପୁଣି ଥରେ ତୀବ୍ର ହୋଇଛି । ଅଗଷ୍ଟ ମାସରେ ଯୁଦ୍ଧ ରୋଚକ ମୋଡ ନେଇଛି । ୟୁକ୍ରେନ ନିଜକୁ ବଞ୍ଚାଇବା ବଦଳରେ ରକ୍ତମୁଖା ହୋଇଛି । ଋଷର ଗୋଟିଏ ପରେ ଗୋଟିଏ ସହରକୁ ଟାର୍ଗେଟ୍ କରୁଛି । ଦକ୍ଷିଣ ପ୍ରାନ୍ତକୁ ଟାର୍ଗେଟ୍ କରିବା ପୂର୍ବରୁ କୁସର୍କ କ୍ଷେତ୍ରରେ ଧ୍ବଂସଲୀଳା ଖେଳିଥିଲେ ଯୁକ୍ରେନ ସୈନ୍ୟ । ପ୍ରାୟ ୩୮୨ ବର୍ଗ କିଲୋମିଟର ଅଞ୍ଚଳ କବଜା କରିନେଇଛନ୍ତି । ରାଷ୍ଟ୍ରପ
ନୂଆଦିଲ୍ଲୀ: ୟୁକ୍ରେନ-ଋଷ୍ ଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ବଡ଼ ଝଟକା ଲାଗିଛି । ୟୁକ୍ରେନ ସେନା ପ୍ରଥମ ଥର ପାଇଁ ଋଷର ଦକ୍ଷିଣ ପ୍ରାନ୍ତକୁ ଟାର୍ଗେଟ୍ କରିଛି । କୁସର୍କ ଅଞ୍ଚଳରେ ଧ୍ବଂସଲୀଳା ଖେଳିବା ପରେ ଏବେ ଦକ୍ଷିଣ ପ୍ରାନ୍ତରେ ଜୋରଦାର ଆଟାକ୍ କରିଛି । ଏହି ହମଲା ଡ୍ରୋନ୍ ଦ୍ବାରା ହୋଇଛି । ଏକ ହେଲିକପ୍ଟର ଆକାରର ମାନବ ବିହୀନ ଡ୍ରୋନ୍, ପ୍ରୋଲେଟାର୍ସ୍କ ସହରରେ ଥିବା ତୈଳ ଭଣ୍ଡାର ଉପରେ ମାଡ଼ ହୋଇଛି । ଫଳରେ ଦକ୍ଷିଣ ରିସ୍ତୋଭ୍ ଅଞ୍ଚଳ ଭୟଙ୍କର ବିସ୍ଫୋରଣ ହୋଇଛି । ତୈଳ ଭଣ୍ଡାରରେ ନିଆଁ ଲାଗିଯାଇଛି । ୟୁକ୍ରେନ ପକ୍ଷରୁ ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ ଡ୍ରୋନ୍ ଆକ୍ରମଣର ଦୃଶ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ଗଭର୍ଣ୍ଣର କହିଛନ୍ତି, ପ୍ରୋଲେଟାର୍ସ୍କ ସହରରେ ଭୂମିକମ୍ପ ଭଳି ଅନୁଭୂତ ହୋଇଛି ।
ଋଷ୍-ୟୁକ୍ରେନ ମଧ୍ୟରେ ପ୍ରାୟ ଅଢ଼େଇ ବର୍ଷ ହେଲା ଯୁଦ୍ଧ ଜାରି ରହିଛି । ହେଲେ କିଛି ଦିନ ପୂର୍ବରୁ ମନ୍ଥର ଥିବା ଯୁଦ୍ଧ ଏବେ ପୁଣି ଥରେ ତୀବ୍ର ହୋଇଛି । ଅଗଷ୍ଟ ମାସରେ ଯୁଦ୍ଧ ରୋଚକ ମୋଡ ନେଇଛି । ୟୁକ୍ରେନ ନିଜକୁ ବଞ୍ଚାଇବା ବଦଳରେ ରକ୍ତମୁଖା ହୋଇଛି । ଋଷର ଗୋଟିଏ ପରେ ଗୋଟିଏ ସହରକୁ ଟାର୍ଗେଟ୍ କରୁଛି । ଦକ୍ଷିଣ ପ୍ରାନ୍ତକୁ ଟାର୍ଗେଟ୍ କରିବା ପୂର୍ବରୁ କୁସର୍କ କ୍ଷେତ୍ରରେ ଧ୍ବଂସଲୀଳା ଖେଳିଥିଲେ ଯୁକ୍ରେନ ସୈନ୍ୟ । ପ୍ରାୟ ୩୮୨ ବର୍ଗ କିଲୋମିଟର ଅଞ୍ଚଳ କବଜା କରିନେଇଛନ୍ତି । ରାଷ୍ଟ୍ରପତି ଭ୍ଲଦିମୀର ପୁଟିନ୍ ବାଧ୍ୟ ହୋଇ ଏହି ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଥିଲେ ।
ଏବେ ୟୁକ୍ରେନ ସେନା ଋଷ୍ ଦକ୍ଷିଣ ଅଞ୍ଚଳରେ ଧ୍ବଂସଲୀଳା ଆରମ୍ଭ କରିଛି । ରବିବାର ଏହି ହମଲା ପ୍ରୋଲେଟାର୍ସ୍କ ସହରରେ ହୋଇଛି । ତୈଳ ଭଣ୍ଡାର ଉପରେ ଡ୍ରୋନ ପଡ଼ିବା ପରେ ଡିଜେଲ୍ ଇନ୍ଧନ ନିଆଁ ଲାଗିଯାଇଛି । ତେବେ ବିସ୍ଫୋରଣରେ ସାଧାରଣ ଲୋକ ଆହତ ହୋଇନଥିବା ସୋସିଆଲ୍ ମିଡିଆ ପୋଷ୍ଟରେ ସ୍ପଷ୍ଟ କରାଯାଇଛି । ସ୍ଥାନୀୟ ପ୍ରଶାସନ ନିଆଁକୁ ଆୟତ୍ତ କରିଥିଲା ।