ବିଜୟ ମହାକାଳପଡ଼ାରୁ ପ୍ରାର୍ଥୀ ହେବା ଆଶାବାଦୀ
ମହାକାଳପଡ଼ା,୧୬ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ଛେଡ଼ାକଣିସ୍ଥିତ ସତ୍ୟନାରାୟଣ ପୀଠରେ ମକର ଉତ୍ସବରେ ଭାଜପା ନେତା ବିଜୟ ମହାପାତ୍ର ଯୋଗଦାନ ସହ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। କେନାଲ ବ୍ରିଜ୍ଠାରୁ ନିଜ ଦଳୀୟ ସମର୍ଥକ, ଶୁଭେଚ୍ଛୁମାନଙ୍କୁ ସାଥିରେ ଧରି ଶୋଭାଯାତ୍ରାରେ ଆସି ନାରାୟଣଙ୍କ ପୀଠରେ ପହଞ୍ଚି ଥିଲେ। ବହୁଦିନ ପରେ କର୍ମୀମାନେ ବିଜୟଙ୍କୁ ଅତି ନିକଟରେ ପାଇ ଖୁସି ବ୍ୟକ୍ତ କରିଛନ୍ତି। ପରେ ଗଣମାଧ୍ୟମର ପ୍ରତିନିଧିଙ୍କ ପ୍ରଶ୍ନ ଥିଲା ଆସନ୍ତା […] The post ବିଜୟ ମହାକାଳପଡ଼ାରୁ ପ୍ରାର୍ଥୀ ହେବା ଆଶାବାଦୀ appeared first on Dharitri Odia News.
ମହାକାଳପଡ଼ା,୧୬ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ଛେଡ଼ାକଣିସ୍ଥିତ ସତ୍ୟନାରାୟଣ ପୀଠରେ ମକର ଉତ୍ସବରେ ଭାଜପା ନେତା ବିଜୟ ମହାପାତ୍ର ଯୋଗଦାନ ସହ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। କେନାଲ ବ୍ରିଜ୍ଠାରୁ ନିଜ ଦଳୀୟ ସମର୍ଥକ, ଶୁଭେଚ୍ଛୁମାନଙ୍କୁ ସାଥିରେ ଧରି ଶୋଭାଯାତ୍ରାରେ ଆସି ନାରାୟଣଙ୍କ ପୀଠରେ ପହଞ୍ଚି ଥିଲେ। ବହୁଦିନ ପରେ କର୍ମୀମାନେ ବିଜୟଙ୍କୁ ଅତି ନିକଟରେ ପାଇ ଖୁସି ବ୍ୟକ୍ତ କରିଛନ୍ତି।
ପରେ ଗଣମାଧ୍ୟମର ପ୍ରତିନିଧିଙ୍କ ପ୍ରଶ୍ନ ଥିଲା ଆସନ୍ତା ସାଧାରଣ ନିର୍ବାଚନରେ ମହାକାଳପଡ଼ାରୁ ପ୍ରାର୍ଥୀ ହେବେ କି। ଏହାର ଉତ୍ତରରେ ସିଧାସଳଖ ନ କହି ପରୋକ୍ଷ କହିଛନ୍ତି, ମା’ଙ୍କ ଆଶୀର୍ବାଦ ରହିଲେ ମହାକାଳପଡ଼ାବାସୀଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେବ। ୨୦୨୪ରେ ମହାକାଳପଡ଼ାର ଶୁଭେଚ୍ଛୁ ଓ ସମର୍ଥକଙ୍କୁ ନିରାଶ କରାଯିବ ନାହିଁ ବୋଲି ବିଜୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବିଜୟଙ୍କ ମୁହଁରୁ ଏହି ପଦକ କଥା ଶୁଣି ଶୁଭେଚ୍ଛୁ ଓ କର୍ମୀମାନଙ୍କ ମଧ୍ୟରେ ଆଶାର ସଞ୍ଚାର ସୃଷ୍ଟି ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏହି କାର୍ଯ୍ୟକ୍ରମରେ ସୁକାନ୍ତ କୁମାର ଦ୍ୱିବେଦୀ, ମାନସ ଦାସ, ମମତା ସାମଲ , ରଞ୍ଜନ ଚୌଧୁରୀ, ଅଶୋକ ସେନାପତି, କୁଳମଣି ଚୌଧୁରୀ, ଭୀମ ମାଇତି, ଅଚିନ୍ତ ମାଇତି, ରାମଚନ୍ଦ୍ର ରାଉତଙ୍କ ସମେତ ଶତାଧିକ ଦଳୀୟ ଭାଜପା କର୍ମୀ ଯୋଗ ଦେଇଥିଲେ।
The post ବିଜୟ ମହାକାଳପଡ଼ାରୁ ପ୍ରାର୍ଥୀ ହେବା ଆଶାବାଦୀ appeared first on Dharitri Odia News.