ବିଜୟ ମାଲ୍ୟାଙ୍କ ଉପରେ ସେବିର ବଡ଼ କାର୍ଯ୍ୟାନୁଷ୍ଠାନ: ଲାଗିଲା ୩ ବର୍ଷର ବ୍ୟାନ

ନୂଆଦିଲ୍ଲୀ: ଷ୍ଟକ୍ ମାର୍କେଟ୍ ରେଗୁଲେଟର ସିକ୍ୟୁରିଟି ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (SEBI) ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ବିଜୟ ମାଲ୍ୟା ଭାରତୀୟ ସିକ୍ୟୁରିଟି ମାର୍କେଟ୍‌ରେ ଟ୍ରେଡିଂ କିମ୍ବା ପଞ୍ଜିକୃତ କୌଣସି କମ୍ପାନୀ ସହ କାରବାର ନ କରିବାକୁ ୩ ବର୍ଷ ପାଇଁ ବ୍ୟାନ ଲଗାଇଛି। କିଙ୍ଗ୍‌ ଫିସର ଏୟରଲାଇନ୍ସ ଦେବାଳିଆ ମାମଲାରେ ଋଣ ନେଇ ଫେରାର ହୋଇଯାଇଥିବା ବିଜୟ ମାଲ୍ୟାଙ୍କୁ ସ୍ୱଦେଶକୁ ଫେରାଇ ଆଣିବା ପାଇଁ ସେବି ଚେଷ୍ଟା ଜାରି ରଖିଛି। ବିଜୟ ମାଲ୍ୟା ବର୍ତ୍ତମାନ ବ୍ରିଟେନରେ ରହୁଛନ୍ତି। ପ୍ରତିବନ୍ଧକ ଲଗାଇ ସେବି କହିଛି ବିଜୟ ମାଲ୍ୟାଙ୍କୁ ସିକ୍ୟୁରିଟି ମାର୍କେଟ୍‌ରେ ଆକ୍‌ସେସ୍‌ ଉପରେ ରୋକ ଲଗାଯାଇଛି। ଏଥିସହିତ ପ୍ରତ୍ୟୋକ୍ଷ କିମ୍ବା ପରୋକ୍ଷ ଭାବରେ ସିକ୍ୟୁରିଟିଜ କିଣିବା କିମ୍ବା ବିକିବା କୌଣସି ପ୍ରକାରେ ଡିଲିଂ କରିବା ସିକ୍ୟୁରିଟି ମାର୍କେଟ ସହ କୌଣସି ପ୍ରକାର ଜଡିତ ହେବା ଉପରେ ପରବର୍ତ୍ତୀ ତିନି ବର୍ଷ ପାଇଁ ପ୍ରତିବନ୍ଧକ ଲଗା ଯାଉଛି। ବିଜୟ ମାଲ୍ୟା ନିଜ ଗ୍ରୁପ୍ କମ୍ପାନୀଗୁଡିକର ସେୟାରରେ ପ୍ରତ୍ୟେକ୍ଷରେ ହେଉ କିମ୍ବା ପରୋକ୍ଷରେ କାରବାର କରୁଛନ୍ତି କି ନାହିଁ ସେବି ତଦନ୍ତ କରିଥିଲା। ତଦନ୍ତରେ ଜଣାପଡ଼ିଲା ଯେ ବିଜୟ ମାଲ୍ୟା ହର୍ବର୍ଟସନ ଏବଂ ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡର ସେୟାରରେ ଟ୍ରେଡ୍ କରିବାର ଉପାୟ ଖୋଜିଛନ୍ତି। ସେ ୟୁବିଏସରେ ଅଲଗା ନାଁରେ ୱେବ୍‌ସାଇଟ,

ବିଜୟ ମାଲ୍ୟାଙ୍କ ଉପରେ ସେବିର ବଡ଼ କାର୍ଯ୍ୟାନୁଷ୍ଠାନ: ଲାଗିଲା ୩ ବର୍ଷର ବ୍ୟାନ

ନୂଆଦିଲ୍ଲୀ: ଷ୍ଟକ୍ ମାର୍କେଟ୍ ରେଗୁଲେଟର ସିକ୍ୟୁରିଟି ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (SEBI) ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ବିଜୟ ମାଲ୍ୟା ଭାରତୀୟ ସିକ୍ୟୁରିଟି ମାର୍କେଟ୍‌ରେ ଟ୍ରେଡିଂ କିମ୍ବା ପଞ୍ଜିକୃତ କୌଣସି କମ୍ପାନୀ ସହ କାରବାର ନ କରିବାକୁ ୩ ବର୍ଷ ପାଇଁ ବ୍ୟାନ ଲଗାଇଛି। 

କିଙ୍ଗ୍‌ ଫିସର ଏୟରଲାଇନ୍ସ ଦେବାଳିଆ ମାମଲାରେ ଋଣ ନେଇ ଫେରାର ହୋଇଯାଇଥିବା ବିଜୟ ମାଲ୍ୟାଙ୍କୁ ସ୍ୱଦେଶକୁ ଫେରାଇ ଆଣିବା ପାଇଁ ସେବି ଚେଷ୍ଟା ଜାରି ରଖିଛି। ବିଜୟ ମାଲ୍ୟା ବର୍ତ୍ତମାନ ବ୍ରିଟେନରେ ରହୁଛନ୍ତି। ପ୍ରତିବନ୍ଧକ ଲଗାଇ ସେବି କହିଛି ବିଜୟ ମାଲ୍ୟାଙ୍କୁ ସିକ୍ୟୁରିଟି ମାର୍କେଟ୍‌ରେ ଆକ୍‌ସେସ୍‌ ଉପରେ ରୋକ ଲଗାଯାଇଛି। ଏଥିସହିତ ପ୍ରତ୍ୟୋକ୍ଷ କିମ୍ବା ପରୋକ୍ଷ ଭାବରେ ସିକ୍ୟୁରିଟିଜ କିଣିବା କିମ୍ବା ବିକିବା କୌଣସି ପ୍ରକାରେ ଡିଲିଂ କରିବା ସିକ୍ୟୁରିଟି ମାର୍କେଟ ସହ କୌଣସି ପ୍ରକାର ଜଡିତ ହେବା ଉପରେ ପରବର୍ତ୍ତୀ ତିନି ବର୍ଷ ପାଇଁ ପ୍ରତିବନ୍ଧକ ଲଗା ଯାଉଛି। 

ବିଜୟ ମାଲ୍ୟା ନିଜ ଗ୍ରୁପ୍ କମ୍ପାନୀଗୁଡିକର ସେୟାରରେ ପ୍ରତ୍ୟେକ୍ଷରେ ହେଉ କିମ୍ବା ପରୋକ୍ଷରେ କାରବାର କରୁଛନ୍ତି କି ନାହିଁ ସେବି ତଦନ୍ତ କରିଥିଲା। ତଦନ୍ତରେ ଜଣାପଡ଼ିଲା ଯେ ବିଜୟ ମାଲ୍ୟା ହର୍ବର୍ଟସନ ଏବଂ ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡର ସେୟାରରେ ଟ୍ରେଡ୍ କରିବାର ଉପାୟ ଖୋଜିଛନ୍ତି। ସେ ୟୁବିଏସରେ ଅଲଗା ନାଁରେ ୱେବ୍‌ସାଇଟ, ଓ ସନକୋଷ୍ଟ ଓ ବିର୍ଚ୍ଚବୁଡ ନାଁରେ ଖାତା ଖୋଲିଥିଲେ। ଏଥିରେ ସେ ଲାଭ ଉଠାଉଥିଲେ।  ଏଥିରେ ସେ ୬.୧୫ ମିଲିଅନ ଡଲାର ଟ୍ରାନ୍ସଫର କରିଥିଲେ। ଏହା ଜାଣିବା ପରେ ସେବି ବିଜୟ ମାଲ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।