ବିଜୟଙ୍କ ହାତରେ କ୍ଷତ ଚିହ୍ନ, ଭାଇରାଲ ଫଟୋକୁ ନେଇ ଚିନ୍ତାରେ ଫ୍ୟାନ୍ସ

ଭାଇରାଲ ହେଉଛି ଥାଲାପତି ବିଜୟଙ୍କ ଆହତ ସମୟର ଫଟୋ । ଯେଉଁଥିରେ ଜଣାପଡିଛି ସାଉଥ ସୁପରଷ୍ଟାର ଥାଲାପତି ବିଜୟ ଆହତ ହୋଇଛନ୍ତି । ଫିଲ୍ମ ଶୁଟିଂ ସମୟରେ ବିଜୟଙ୍କର ମୁଣ୍ଡ ଓ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି । ଏନେଇ ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଖବର ପାଇବା ପରେ ବିଜୟଙ୍କର ଫ୍ୟାନ୍ସଙ୍କର ଚିନ୍ତା ବଢ଼ିଯାଇଛି । କହିବାକୁ ଚାହିଁବୁ ଯେ ବର୍ତ୍ତମାନ ସମୟରେ ବିଜୟ ତାଙ୍କର ଆଗମୀ ଫିଲ୍ମ […] The post ବିଜୟଙ୍କ ହାତରେ କ୍ଷତ ଚିହ୍ନ, ଭାଇରାଲ ଫଟୋକୁ ନେଇ ଚିନ୍ତାରେ ଫ୍ୟାନ୍ସ appeared first on KNews Odisha.

ବିଜୟଙ୍କ ହାତରେ କ୍ଷତ ଚିହ୍ନ, ଭାଇରାଲ ଫଟୋକୁ ନେଇ ଚିନ୍ତାରେ ଫ୍ୟାନ୍ସ
vijay

ଭାଇରାଲ ହେଉଛି ଥାଲାପତି ବିଜୟଙ୍କ ଆହତ ସମୟର ଫଟୋ । ଯେଉଁଥିରେ ଜଣାପଡିଛି ସାଉଥ ସୁପରଷ୍ଟାର ଥାଲାପତି ବିଜୟ ଆହତ ହୋଇଛନ୍ତି । ଫିଲ୍ମ ଶୁଟିଂ ସମୟରେ ବିଜୟଙ୍କର ମୁଣ୍ଡ ଓ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି । ଏନେଇ ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଖବର ପାଇବା ପରେ ବିଜୟଙ୍କର ଫ୍ୟାନ୍ସଙ୍କର ଚିନ୍ତା ବଢ଼ିଯାଇଛି ।

କହିବାକୁ ଚାହିଁବୁ ଯେ ବର୍ତ୍ତମାନ ସମୟରେ ବିଜୟ ତାଙ୍କର ଆଗମୀ ଫିଲ୍ମ ‘ଦି ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍’ର ଶୁଟିଂରେ ବ୍ୟସ୍ତ ରହିଛନ୍ତି । ନିକଟରେ ବିଜୟ ନିଜର ବ୍ଲକବଷ୍ଟର ଫିଲ୍ମ ଗିଲ୍ଲୀକୁ ନେଇ ନିର୍ମାତାଙ୍କ ସହିତ ଆଲୋଚନା କରିଥିଲେ । ଫିଲ୍ମକୁ ସିନେମା ଘରେ ଦ୍ୱିତୀୟ ଥର ପାଇଁ ରିଲିଜ କରାଯାଇଥିଲା । ଫିଲ୍ମ ପୁନଃ ରିଲିଜ ହେବାର ଖାସ୍ ଅବସରରେ ଫିଲ୍ମ ମେକର୍ସଙ୍କ ତରଫରୁ ବିଜୟଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଫିଲ୍ମକୁ ଦର୍ଶକ ବେଶ୍ ପସନ୍ଦ କରିଥିବା ବେଳେ ସେନେଇ ଅଭିନେତାଙ୍କୁ ସମ୍ମାନିତ କରାଯାଇ ବେକରେ ଏକ ଫୁଲ ହାର ପିନ୍ଧାଯାଇଥିଲା ।
ତେବେ ସେହି ସମୟର ଏକ ଫଟୋ ସୋସିଆଲ ମିଡ଼ିଆରେ ଦ୍ରୁତ ଭାବେ ଭାଇରାଲ ହୋଇଯାଇଥିଲା । ସେହି ଫଟୋରେ ବିଜୟଙ୍କର ହାତରେ କିଛି ଆଘାତ ଲାଗିଥିବା ଦେଖିବାକୁ ମିଳିଛି ।

bijay

The post ବିଜୟଙ୍କ ହାତରେ କ୍ଷତ ଚିହ୍ନ, ଭାଇରାଲ ଫଟୋକୁ ନେଇ ଚିନ୍ତାରେ ଫ୍ୟାନ୍ସ appeared first on KNews Odisha.