ବିଜୟଠାରୁ ଦୁଇ ରନ୍ ଦୂରରେ ଅଟକିଲା ପଞ୍ଜାବ, ହାଇଦ୍ରାବାଦର ସଂଘର୍ଷପୂର୍ଣ୍ଣ ବିଜୟ

ଚଣ୍ଡୀଗଡ,୯ା୪: ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌(ଆଇପିଏଲ୍‌)ରେ ସନରାଇଜର୍ସ ହାଇଦ୍ରାବାଦ ୨ ରନରେ ପଞ୍ଜାବ କିଙ୍ଗ୍ସକୁ ହରାଇ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ସନରାଇଜର୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୮୨ ରନ୍‌ କରିଥିଲା। ଜବାବରେ ପଞ୍ଜାବ ୨୦ ଓଭରରେ ୬ ଉଇକେଟ ହରାଇ ୧୮୦ ରନ୍‌ କରିଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ସନ୍‌ରାଇଜର୍ସ ଟପ୍‌ ଅର୍ଡର କିନ୍ତୁ ପଞ୍ଜାବ ବୋଲରଙ୍କ ଆଗରେ ଫେଲ ମାରିଥିଲା। ଟ୍ରାଭିସ୍‌ ହେଡ୍‌(୨୧) ଓ ଅଭିଷେକ ଶର୍ମା(୧୬) ପ୍ରଥମ ଉଇକେଟରେ […] The post ବିଜୟଠାରୁ ଦୁଇ ରନ୍ ଦୂରରେ ଅଟକିଲା ପଞ୍ଜାବ, ହାଇଦ୍ରାବାଦର ସଂଘର୍ଷପୂର୍ଣ୍ଣ ବିଜୟ appeared first on Dharitri Odia News.

ବିଜୟଠାରୁ ଦୁଇ ରନ୍ ଦୂରରେ ଅଟକିଲା ପଞ୍ଜାବ, ହାଇଦ୍ରାବାଦର ସଂଘର୍ଷପୂର୍ଣ୍ଣ ବିଜୟ

ଚଣ୍ଡୀଗଡ,୯ା୪: ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌(ଆଇପିଏଲ୍‌)ରେ ସନରାଇଜର୍ସ ହାଇଦ୍ରାବାଦ ୨ ରନରେ ପଞ୍ଜାବ କିଙ୍ଗ୍ସକୁ ହରାଇ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ସନରାଇଜର୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୮୨ ରନ୍‌ କରିଥିଲା। ଜବାବରେ ପଞ୍ଜାବ ୨୦ ଓଭରରେ ୬ ଉଇକେଟ ହରାଇ ୧୮୦ ରନ୍‌ କରିଥିଲା।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ସନ୍‌ରାଇଜର୍ସ ଟପ୍‌ ଅର୍ଡର କିନ୍ତୁ ପଞ୍ଜାବ ବୋଲରଙ୍କ ଆଗରେ ଫେଲ ମାରିଥିଲା। ଟ୍ରାଭିସ୍‌ ହେଡ୍‌(୨୧) ଓ ଅଭିଷେକ ଶର୍ମା(୧୬) ପ୍ରଥମ ଉଇକେଟରେ ୨୭ ରନ୍‌ ଯୋଡିଥିଲେ। ତେବେ ମଧ୍ୟକ୍ରମ ବ୍ୟାଟିଂ ବିଫଳତା କାରଣରୁ ଦଳ ୬୪ ରନ୍‌ରେ ୪ ଉଇକେଟ ହରାଇଥିଲା। ପ୍ରଥମ ଅର୍ଦ୍ଧଶତକ ହାସଲ କରି ନୀତୀଶ ରେଡ୍ଡୀ ୬୪ ରନ୍‌ର ଇନିଂସ ଖେଳିଥିଲେ। ୩୭ ବଲ୍‌ ଖେଳିଥିବା ନୀତୀଶ ୪ ଚୌକା ଓ ୫ ଛକା ମାରିଥିଲେ। ଅବଦୁଲ ସମଦ(୨୫)ଙ୍କ ସହ ମିଶି ସେ ପଞ୍ଚମ ଉଇକେଟରେ ୫୦ ରନ୍‌ ଯୋଡିଥିଲେ। ପଞ୍ଜାବ ପକ୍ଷରୁ ଅର୍ଶଦୀପ ୪, ସାମ୍‌ କୁରାନ୍‌ ଓ ହର୍ଷଲ ପଟେଲ ୨ଟି ଲେଖାଏ ଉଇକେଟ ନେଇଥିଲେ।

୧୮୩ ରନ୍‌ ଲକ୍ଷ୍ୟର ପିଛା କରୁଥିବା ପଞ୍ଜାବ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୦ ରନ୍‌ରେ ୩ ଉଇକେଟ ହରାଇଥିଲା। ସାମ କୁରାନ ୨୯ ଓ ସିକନ୍ଦର ରାଜା ୨୮ ରନ୍‌ କରି ଇନିଂସ ସଜାଡିଥିଲେ। ଗତ ମ୍ୟାଚ୍‌ର ହିରୋ ଶଶାଙ୍କ ଓ ଆଶୁତୋଷ ପୁଣି ଥରେ କମାଣ ସମ୍ଭାଳିଥିଲେ। ଶଶାଙ୍କ ୨୫ ବଲ୍‌ ଖେଳି ୬ ଚୌକା ଓ ୧ ଛକା ସହ ୪୬ ରନ୍‌ କରିଥିଲେ। ଆଶୁତୋଷ ୧୫ ବଲ୍‌ ଖେଳି ୩ ଚୌକା ଓ ୨ ଛକା ସହ ୩୩ ରନ୍‌ କରିଥିଲେ। ଅନ୍ତିମ ଓଭରରେ ୨୯ ରନ୍‌ ଆବଶ୍ୟକ ଥିବା ବେଳେ ଉଭୟ ୨୭ ରନ୍‌ ସଂଗ୍ରହ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର ୨, କୁମିନ୍ସ, ନଟରାଜନ, ନୀତୀଶ, ଉନାଡକଟ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

 

The post ବିଜୟଠାରୁ ଦୁଇ ରନ୍ ଦୂରରେ ଅଟକିଲା ପଞ୍ଜାବ, ହାଇଦ୍ରାବାଦର ସଂଘର୍ଷପୂର୍ଣ୍ଣ ବିଜୟ appeared first on Dharitri Odia News.