ବିଜୟନଗରମ୍‌ରେ ନାଗାବଳୀ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ, ଚାଲିଛି ଉଦ୍ଧାର କାର୍ଯ୍ୟ

ସମ୍ବଲପୁର ୦୨।୦୪ : ନାଗାବଳୀ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ । ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ନିକଟରେ ସମ୍ବଲପୁର-ନାନ୍ଦେଡ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇଛି । ଯେଉଁଥିରେ ୨ଟି ବଗି ଟ୍ରାକ୍‌କୁ ଖସିଥିବା ସୂଚନା ମିଳିଛି । ବର୍ତ୍ତମାନ ଯାଏଁ କୌଣସି ମୃତାହତର ସୂଚନା ମିଳିନାହିଁ ।ବୁଧବାର ଦିନ ୧୧ଟା ୪୦ ମିନିଟ୍‌ରେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଷ୍ଟେସନ ନିକଟରେ ନାନ୍ଦେଡ-ସମ୍ବଲପୁର ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଥିଲା । ଏହି ଦୁର୍ଘଟଣାରେ ଟ୍ରେନ୍‌ର ଗୋଟିଏ ବଗି ଟ୍ରାକ୍‌ରୁ ଖସିଯାଇଥିଲା । ଯାହାଫଳରେ ସେହି ଟ୍ରାକ୍‌ରେ ଅଟକି ରହିଥିଲା ଟ୍ରେନ୍‌ । ଖବର ପାଇ ରେଲ୍‌ୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣାର କିଛି ସମୟ ମଧ୍ୟରେ ଲାଇନଚ୍ୟୁତ ହୋଇଥିବା ଶେଷ ବଗିକୁ ବାଦ୍ ଦେଇ ଟ୍ରେନ୍‌ଟି ୧୨ଟା ୪୭ରେ ଗନ୍ତବ୍ୟ ସ୍ଥଳକୁ ଗଲା ।ସେହିପରି ଗତ ୩୦ ତାରିଖ ମଧ୍ୟାହ୍ନ ସମୟରେ କଟକ ନିର୍ଗୁଣ୍ଡି ରେଳ ଷ୍ଟେସନରେ ନିକଟରେ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା । ଯେଉଁଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ୧୧ଟି ବଗି ଟ୍ରାକ୍‌ରୁ ଖସିପଡିଥିଲା ।   

ବିଜୟନଗରମ୍‌ରେ ନାଗାବଳୀ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ, ଚାଲିଛି ଉଦ୍ଧାର କାର୍ଯ୍ୟ

ସମ୍ବଲପୁର ୦୨।୦୪ : ନାଗାବଳୀ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ । ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ନିକଟରେ ସମ୍ବଲପୁର-ନାନ୍ଦେଡ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇଛି । ଯେଉଁଥିରେ ୨ଟି ବଗି ଟ୍ରାକ୍‌କୁ ଖସିଥିବା ସୂଚନା ମିଳିଛି । ବର୍ତ୍ତମାନ ଯାଏଁ କୌଣସି ମୃତାହତର ସୂଚନା ମିଳିନାହିଁ ।

ବୁଧବାର ଦିନ ୧୧ଟା ୪୦ ମିନିଟ୍‌ରେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଷ୍ଟେସନ ନିକଟରେ ନାନ୍ଦେଡ-ସମ୍ବଲପୁର ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଥିଲା । ଏହି ଦୁର୍ଘଟଣାରେ ଟ୍ରେନ୍‌ର ଗୋଟିଏ ବଗି ଟ୍ରାକ୍‌ରୁ ଖସିଯାଇଥିଲା । ଯାହାଫଳରେ ସେହି ଟ୍ରାକ୍‌ରେ ଅଟକି ରହିଥିଲା ଟ୍ରେନ୍‌ । ଖବର ପାଇ ରେଲ୍‌ୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣାର କିଛି ସମୟ ମଧ୍ୟରେ ଲାଇନଚ୍ୟୁତ ହୋଇଥିବା ଶେଷ ବଗିକୁ ବାଦ୍ ଦେଇ ଟ୍ରେନ୍‌ଟି ୧୨ଟା ୪୭ରେ ଗନ୍ତବ୍ୟ ସ୍ଥଳକୁ ଗଲା ।

ସେହିପରି ଗତ ୩୦ ତାରିଖ ମଧ୍ୟାହ୍ନ ସମୟରେ କଟକ ନିର୍ଗୁଣ୍ଡି ରେଳ ଷ୍ଟେସନରେ ନିକଟରେ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା । ଯେଉଁଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ୧୧ଟି ବଗି ଟ୍ରାକ୍‌ରୁ ଖସିପଡିଥିଲା ।