ବିଡିଓଙ୍କ ଘରେ ବିଡା ବିଡା ଟଙ୍କା: ହୋସ ଉଡାଇ ଦେଲା ହୀରା ହାର!

କନକ ବ୍ୟୁରୋ: ଆଠଗଡ ବିଡିଓଙ୍କର ଅମାପ ସଂପତି। ଘରର ଥାକରେ ବିଡା ବିଡା ଟଙ୍କା, କପ ବୋର୍ଡରେ ସୁନା, ରୂପା ସହିତ ହୀରା ହାର । ଭିଜାଲାନ୍ସ ଏକକାଳୀନ ୮ଟି ସ୍ଥାନରେ ଚଢାଉ କରି ଏହିପରି ଅମାପ ସଂପତିର ସୂଚନା ପାଇଛି । ଚାଲିଛି ଆଠଗଡ ବିଡିଓଙ୍କ ଅମାପ ସମ୍ପତିର ଆକଳନ। ୫୬ ଲକ୍ଷର ଏହି ଫ୍ଲାଟରେ ରେଡ୍ ବେଳେ ଭିଜିଲାନ୍ସ ବି ତାଜୁବ। ଘରର ଥାକ ଖୋଜିବା ବେଳେ ମିଳିଲା ବିଡା ବିଡା ଟଙ୍କା। କପବୋର୍ଡରୁ […] The post ବିଡିଓଙ୍କ ଘରେ ବିଡା ବିଡା ଟଙ୍କା: ହୋସ ଉଡାଇ ଦେଲା ହୀରା ହାର! first appeared on Kanak News.

ବିଡିଓଙ୍କ ଘରେ ବିଡା ବିଡା ଟଙ୍କା: ହୋସ ଉଡାଇ ଦେଲା ହୀରା ହାର!

କନକ ବ୍ୟୁରୋ: ଆଠଗଡ ବିଡିଓଙ୍କର ଅମାପ ସଂପତି। ଘରର ଥାକରେ ବିଡା ବିଡା ଟଙ୍କା, କପ ବୋର୍ଡରେ ସୁନା, ରୂପା ସହିତ ହୀରା ହାର । ଭିଜାଲାନ୍ସ ଏକକାଳୀନ ୮ଟି ସ୍ଥାନରେ ଚଢାଉ କରି ଏହିପରି ଅମାପ ସଂପତିର ସୂଚନା ପାଇଛି ।

ଚାଲିଛି ଆଠଗଡ ବିଡିଓଙ୍କ ଅମାପ ସମ୍ପତିର ଆକଳନ। ୫୬ ଲକ୍ଷର ଏହି ଫ୍ଲାଟରେ ରେଡ୍ ବେଳେ ଭିଜିଲାନ୍ସ ବି ତାଜୁବ। ଘରର ଥାକ ଖୋଜିବା ବେଳେ ମିଳିଲା ବିଡା ବିଡା ଟଙ୍କା। କପବୋର୍ଡରୁ ମିଳିଲା ଅଧ କିଲୋରୁ ଅଧିକ ସୁନା ଓ ରୁପା ଗହଣା। ଆଉ ଆଖି ଖୋସି ଦେଲା ଭଳି ହୀରା ହାର। ହୀରା କାନଫୁଲ । ଭଳିକି ଭଳି ସୁନାର ହାର, ମୁଦି, ମଙ୍ଗଳସୁତ୍ର ସାଙ୍ଗକୁ ଭରି ଭରି ଓଜନର ଚେନ। ଖାଲି ସେତିକି ନୁହେଁ ସୁନା ବ୍ରେସେଲେଟ ପ୍ରତି ମଧ୍ୟ ବାବୁଙ୍କ ଦୁର୍ବଳତା ଥିବା ଜଣା ପଡିଛି।

ଖାଲି ସେତିକି ନୁହେଁ ଖୋର୍ଧା ଭାଲିଆବାଡି ଓ ନୟାଗଡ ରାଜ ସୁନାଖଳାରେ ରହିଛି ବିଲ୍ଡିଂ। ନୟାଗଡରେ ରହିଛି ୩ଟି ପ୍ଲଟ ଓ ଭୁବନେଶ୍ୱରରେ ଫ୍ଲାଟ। ବାବୁଙ୍କ ବ୍ୟାଙ୍କ ଓ ପୋଷ୍ଟାଲ ଜମା, ବୀମା, ଲକର ଏବଂ ଡିପୋଜିଟକୁ ନେଇ ଚାଲିଛି ଖୋଳତାଡ। ଏବେସୁଦ୍ଧା ସମ୍ପତି କୋଟିଏ ଟପି ଯାଇଥିବା ବେଳେ ଏବେ ବି ୮ଟି ସ୍ଥାନରେ ଚଢାଉ କରି ଖାନତଲାସ ଚାଲିଛି।

ପ୍ରତାପ ବାବୁଙ୍କ ସିଆଜ କାର, ଇଭି କାର, ବୁଲେଟ, ସ୍କୁଟି ଓ ଇଭି ସ୍କୁଟି ଜବତ କରାଯାଇଛି। ପ୍ରଶ୍ନ ବାଣରେ ଘାଇଲା ବିଡିଓ ପ୍ରଦୀପ ସାହୁଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଡାକି ତନାଘନା ଜେରା କରାଯାଇଛି।

The post ବିଡିଓଙ୍କ ଘରେ ବିଡା ବିଡା ଟଙ୍କା: ହୋସ ଉଡାଇ ଦେଲା ହୀରା ହାର! first appeared on Kanak News.