ବିଦେଶ ମାଟିରେ ବସି ଚାଇନାର କ୍ଲାସ ନେଲେ ଜୟଶଙ୍କର

ସିଙ୍ଗାପୁର,୨୪।୩: ଅରୁଣାଚଳ ପ୍ରଦେଶ ଉପରେ ଚାଇନାର ଦାବିକୁ କଡ଼ା ନିନ୍ଦା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ଏହି ଉତ୍ତର-ପୂର୍ବ ରାଜ୍ୟ ଭାରତର ଏକ ଅଂଶ ବୋଲି କହିଛନ୍ତି। ବେଜିଂର ଦାବିକୁ ହାସ୍ୟାସ୍ପଦ ବୋଲି ବର୍ଣ୍ଣନା କରି ବୈଦେଶିକ ମନ୍ତ୍ରୀ କହିଛନ୍ତି, ଅରୁଣାଚଳ ପ୍ରଦେଶ ଭାରତର ଏକ ଅଂଶ କାରଣ ଏହା ସର୍ବଦା ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଆସୁଛି। ତିନି ଦେଶ ଗସ୍ତର ଅଂଶ ଭାବରେ ବୈଦେଶିକ ମନ୍ତ୍ରୀ ସିଙ୍ଗାପୁରରେ ପହଞ୍ଚିଛନ୍ତି। ଏଠାରେ ଥିବା ନ୍ୟାଶନାଲ […] The post ବିଦେଶ ମାଟିରେ ବସି ଚାଇନାର କ୍ଲାସ ନେଲେ ଜୟଶଙ୍କର appeared first on Dharitri Odia News.

ବିଦେଶ ମାଟିରେ ବସି ଚାଇନାର କ୍ଲାସ ନେଲେ ଜୟଶଙ୍କର

ସିଙ୍ଗାପୁର,୨୪।୩: ଅରୁଣାଚଳ ପ୍ରଦେଶ ଉପରେ ଚାଇନାର ଦାବିକୁ କଡ଼ା ନିନ୍ଦା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ଏହି ଉତ୍ତର-ପୂର୍ବ ରାଜ୍ୟ ଭାରତର ଏକ ଅଂଶ ବୋଲି କହିଛନ୍ତି। ବେଜିଂର ଦାବିକୁ ହାସ୍ୟାସ୍ପଦ ବୋଲି ବର୍ଣ୍ଣନା କରି ବୈଦେଶିକ ମନ୍ତ୍ରୀ କହିଛନ୍ତି, ଅରୁଣାଚଳ ପ୍ରଦେଶ ଭାରତର ଏକ ଅଂଶ କାରଣ ଏହା ସର୍ବଦା ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଆସୁଛି।
ତିନି ଦେଶ ଗସ୍ତର ଅଂଶ ଭାବରେ ବୈଦେଶିକ ମନ୍ତ୍ରୀ ସିଙ୍ଗାପୁରରେ ପହଞ୍ଚିଛନ୍ତି। ଏଠାରେ ଥିବା ନ୍ୟାଶନାଲ ୟୁନିଭରସିଟିର ସାଉଥ ଏସିଆନ ଷ୍ଟଡିଜ ଇନଷ୍ଟିଚ୍ୟୁଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜୟଶଙ୍କର ପଡୋଶୀ ଦେଶ ଚାଇନାର ଦାବିକୁ ଭୁଲ ବୋଲି କହିଛନ୍ତି। ବେଜିଂ ଠାରୁ ୩୭୦୦ କିଲୋମିଟର ଦୂରରେ ଥିବା ସିଙ୍ଗାପୁରରେ ବୈଦେଶିକ ମନ୍ତ୍ରୀ ତାଙ୍କ ପୁସ୍ତକ ‘ହ୍ବାଏ ଇଣ୍ଡିଆ ମ୍ୟାଟର୍ସ’ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅରୁଣାଚଳ ଉପରେ ଚାଇନାର ଦାବି ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ଜୟଶଙ୍କର କହିଛନ୍ତି, ଏହା ଏକ ନୂଆ ପ୍ରସଙ୍ଗ ନୁହେଁ। ଚାଇନା ଏହା ପୂର୍ବରୁ ମଧ୍ୟ ଦାବି କରିଛି। ଏହି ଦାବି ହାସ୍ୟାସ୍ପଦ। ଅରୁଣାଚଳ ପ୍ରଦେଶ ଭାରତର ଏକ ଅଂଶ କାରଣ ଏହା ସର୍ବଦା ରହିଆସିଛି।
ନିକଟରେ ଚାଇନା ଅରୁଣାଚଳ ପ୍ରଦେଶ ବିଷୟରେ କହିଛି ଯେ, ଏହା ଚାଇନା ଅଞ୍ଚଳର ଏକ ଅନ୍ତନିର୍ହିତ ଅଂଶ। ଚାଇନା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ବେଜିଂ ଭାରତ ଦ୍ୱାରା ବେଆଇନ ଭାବେ ପ୍ରତିଷ୍ଠିତ ତଥାକଥିତ ଅରୁଣାଚଳ ପ୍ରଦେଶକୁ କଦାପି ଗ୍ରହଣ କରେ ନାହିଁ। ଅନ୍ୟପକ୍ଷରେ ଚାଇନା ଏହି ଅବୈଧ ଦାବିକୁ ଭାରତ ପ୍ରତ୍ୟାଖ୍ୟାନ କରିଛି।

The post ବିଦେଶ ମାଟିରେ ବସି ଚାଇନାର କ୍ଲାସ ନେଲେ ଜୟଶଙ୍କର appeared first on Dharitri Odia News.