ବିଦେଶରେ ଚାକିରି ଦେବା ନାଁରେ ଲଗାଇଲେ ଚୂନ, ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକିନେଲା ଠକ ସଂସ୍ଥା

ଭୁବନେଶ୍ବର ୮।୩: ବିଦେଶରେ ଚାକିରି ଦେବା ନାଁରେ ଲଗାଇଲେ ଚୂନ । ନିରୀହ ଯୁବକଙ୍କ ଜୀବନ ସହ ଖେଳିଲା ଠକ ସଂସ୍ଥା । ଆବୁଧାବିରେ ଚାକିରି ଦେବାକୁ କହି ୭୮ ଓଡ଼ିଆ ପିଲାଙ୍କ ଠାରୁ ପାଖାପାଖି ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇର ସଙ୍ଗୀନ ଅଭିଯୋଗ ଆସିଛି । ସୂଚନାଯୋଗ୍ୟ ଯେ, ବିଜୟନଗରମ୍ ସ୍ଥିତ ଲାଇଫ୍ ଲାଇନ୍ ଟ୍ରାଭେଲ ନାମକ ସଂସ୍ଥା ଆବୁଧାବିରେ ଚାକିରି ଦେବାକୁ କହି ବାଲୁଗାଁ ଓ ବାଣପୁର ଅଞ୍ଚଳର ୭୮ଜଣ ଯୁବକଙ୍କ ଠାରୁ ମୁଣ୍ଡପିଛା ୬୦ ହଜାର ଟଙ୍କା ଲେଖାଏଁ ନେଇଥିଲା । ଚେନ୍ନାଇରୁ ଆବୁଧାବି ଯିବା ପାଇଁ ସମସ୍ତ ଲୋକଙ୍କ ପାଖକୁ ବିମାନ ଟିକେଟ୍ ଓ ଭିସା ଆସିଥିଲା । ଏଥିସହ ଚଳିତ ମାସ ୫ ତାରିଖରେ ସମସ୍ତ ଲୋକଙ୍କୁ ବିଜୟନଗରମରେ ପହଞ୍ଚିବାକୁ କୁହାଯାଇଥିଲା । ସେହି ଅନୁଯାୟୀ ସମସ୍ତେ ୫ ତାରିଖ ସକାଳୁ ନିଜର ସାର୍ଟିଫିକେଟ ଓ ପୋଷାକପତ୍ର ଧରି ପହଞ୍ଚିଥିଲେ । ଫୋନ ଯୋଗେ ସୋସିଆଲ ମିଡିଆରେ ତାଙ୍କର ମୋଟିଭେସନାଲ କ୍ଳାସ ହେବ ବୋଲି କୁହାଯାଇଥିଲା । କିନ୍ତୁ ସେଠାରେ ପହଞ୍ଚିବା ବେଳକୁ ନିର୍ଦ୍ଧିଷ୍ଟ ଠିକଣାରୁ ଉଭାନ ହୋଇଯାଇଥିଲା ସଂସ୍ଥା । ଯୋଗାଯୋଗ କରିବା ବେଳକୁ ସଂସ୍ଥା ପରିଚାଳକଙ୍କ ଫୋନ୍ ସୁଇଚ ଅଫ ହୋଇଯାଇଥିଲା । ସେପଟେ ଏୟାରପୋର୍ଟରେ ଖବର ନେବା ବେଳକୁ ଫ୍ଲାଇଟ୍ ଟିକେଟ ମଧ୍ୟ କ୍ୟାନସଲ ହୋଇଯାଇଥିଲା । ଝାଳବୁହା ଟଙ୍କା ନେଇ ଛୁ ମାରିଥିଲା ଠକ ସଂସ୍ଥା । ଏ ନେଇ ଯୁବକମାନେ ବିଜୟନଗରମ୍ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଛନ୍ତି । ସ୍ଥା

ବିଦେଶରେ ଚାକିରି ଦେବା ନାଁରେ ଲଗାଇଲେ ଚୂନ, ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକିନେଲା ଠକ ସଂସ୍ଥା

ଭୁବନେଶ୍ବର ୮୩: ବିଦେଶରେ ଚାକିରି ଦେବା ନାଁରେ ଲଗାଇଲେ ଚୂନ । ନିରୀହ ଯୁବକଙ୍କ ଜୀବନ ସହ ଖେଳିଲା ଠକ ସଂସ୍ଥା । ଆବୁଧାବିରେ ଚାକିରି ଦେବାକୁ କହି ୭୮ ଓଡ଼ିଆ ପିଲାଙ୍କ ଠାରୁ ପାଖାପାଖି ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇର ସଙ୍ଗୀନ ଅଭିଯୋଗ ଆସିଛି । 

ସୂଚନାଯୋଗ୍ୟ ଯେ, ବିଜୟନଗରମ୍ ସ୍ଥିତ ଲାଇଫ୍ ଲାଇନ୍ ଟ୍ରାଭେଲ ନାମକ ସଂସ୍ଥା ଆବୁଧାବିରେ ଚାକିରି ଦେବାକୁ କହି ବାଲୁଗାଁ ଓ ବାଣପୁର ଅଞ୍ଚଳର ୭୮ଜଣ ଯୁବକଙ୍କ ଠାରୁ ମୁଣ୍ଡପିଛା ୬୦ ହଜାର ଟଙ୍କା ଲେଖାଏଁ ନେଇଥିଲା । ଚେନ୍ନାଇରୁ ଆବୁଧାବି ଯିବା ପାଇଁ ସମସ୍ତ ଲୋକଙ୍କ ପାଖକୁ ବିମାନ ଟିକେଟ୍ ଓ ଭିସା ଆସିଥିଲା । ଏଥିସହ ଚଳିତ ମାସ ୫ ତାରିଖରେ ସମସ୍ତ ଲୋକଙ୍କୁ ବିଜୟନଗରମରେ ପହଞ୍ଚିବାକୁ କୁହାଯାଇଥିଲା । ସେହି ଅନୁଯାୟୀ ସମସ୍ତେ ୫ ତାରିଖ ସକାଳୁ ନିଜର ସାର୍ଟିଫିକେଟ ଓ ପୋଷାକପତ୍ର ଧରି ପହଞ୍ଚିଥିଲେ । ଫୋନ ଯୋଗେ ସୋସିଆଲ ମିଡିଆରେ ତାଙ୍କର ମୋଟିଭେସନାଲ କ୍ଳାସ ହେବ ବୋଲି କୁହାଯାଇଥିଲା । କିନ୍ତୁ ସେଠାରେ ପହଞ୍ଚିବା ବେଳକୁ ନିର୍ଦ୍ଧିଷ୍ଟ ଠିକଣାରୁ ଉଭାନ ହୋଇଯାଇଥିଲା ସଂସ୍ଥା । ଯୋଗାଯୋଗ କରିବା ବେଳକୁ ସଂସ୍ଥା ପରିଚାଳକଙ୍କ ଫୋନ୍ ସୁଇଚ ଅଫ ହୋଇଯାଇଥିଲା । 

ସେପଟେ ଏୟାରପୋର୍ଟରେ ଖବର ନେବା ବେଳକୁ ଫ୍ଲାଇଟ୍ ଟିକେଟ ମଧ୍ୟ କ୍ୟାନସଲ ହୋଇଯାଇଥିଲା । ଝାଳବୁହା ଟଙ୍କା ନେଇ ଛୁ ମାରିଥିଲା ଠକ ସଂସ୍ଥା । ଏ ନେଇ ଯୁବକମାନେ ବିଜୟନଗରମ୍ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଛନ୍ତି । ସ୍ଥାନୀୟ ଏସ୍‌ପି ଘଟଣା ବିଷୟରେ ଜାଣିବା ପରେ ଟ୍ରାଭେଲ ଅଫିସକୁ ପୋଲିସ ପଠାଇ ଠକାମୀର ଶିକାର ଯୁବକମାନଙ୍କର ପାସପୋର୍ଟ ଓ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ, ଲେଟରପ୍ୟାଡ଼, ଷ୍ଟାମ୍ପ ଆଦି ଜବତ କରିଛନ୍ତି । କିଛି ଦିନ ମଧ୍ୟରେ ଠକକୁ ଗିରଫ କରାଯିବ ଓ ଠକେଇ ଟଙ୍କା ଫେରିପାଇବା ଆଶାରେ ଯୁବକମାନେ ବିଜୟନଗରମ୍ ଷ୍ଟେସନ ନିକଟରେ ଏକ ହୋଟେଲରେ ରହି ନ୍ୟାୟ ଭିକ୍ଷା କରିଛନ୍ତି ।