ବିଦେଶରେ ଦେଶୀ ବାସ୍ନା, ଲଣ୍ଡନରେ ବିକ୍ରି ହେଉଛି ଝାଲ୍ ମୁଢି

ଲଣ୍ଡନରେ ବାସୁଛି ଭାରତୀୟ ଖାଦ୍ୟର ବାସ୍ନା, ଆଉ ଲଣ୍ଡନବାସୀ ନେଉଛନ୍ତି ଝାଲ୍ ମୁଢିର ମଜା।

ବିଦେଶରେ ଦେଶୀ ବାସ୍ନା, ଲଣ୍ଡନରେ ବିକ୍ରି ହେଉଛି ଝାଲ୍ ମୁଢି

ବିଭିନ୍ନ ପ୍ରକାର ସୁଆଦିଆ ଖାଦ୍ୟର ଜନ୍ମସ୍ଥାନ ହେଉଛି ଭାରତ। ଭିନ୍ନତା ମଧ୍ୟରେ ଏକତାର ରାଷ୍ଟ୍ର ଭାରତରେ ନିଇତି ସକାଳ ହେଲେ ସୁଆଦିଆ ଖାଦ୍ୟର ବାସ୍ନା ଛୁଟେ। ଆଉ ଏହି ସୁଆଦ ଲଣ୍ଡନ ଯାଏ ବ୍ୟାପିଗଲାଣି।

ଆଜ୍ଞା ହଁ, ଲଣ୍ଡନରେ ବାସୁଛି ଭାରତୀୟ ଖାଦ୍ୟର ବାସ୍ନା, ଆଉ ଲଣ୍ଡନବାସୀ ନେଉଛନ୍ତି ଝାଲ୍ ମୁଢିର ମଜା। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଲଣ୍ଡନର ରାସ୍ତାକଡରେ ବିକ୍ରି ହେଉଛି ଝାଲ୍ ମୁଢି। ଜଣେ ବ୍ରିଟିଶ୍ ନାଗରିକ ଝାଲ୍ ମୁଢି ବିକ୍ରି କରୁଥିବାର ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। 

ବିଦେଶରେ କେବଳ ଯେ ଝାଲ୍ ମୁଢି ବିକ୍ରି ହେଉଛି ତାହା ନୁହେଁ, ଏହି ଦୋକାନରେ ବି ରହିଛି ଦେଶୀ ଛୁଙ୍କ। ଅର୍ଥାତ୍ ଭାରତରେ ଯେପରି ରାସ୍ତାକଡରେ ଠେଲା ଦୋକାନରେ ଝାଲ୍ ମୁଢି ବିକ୍ରି ହୁଏ, ଠିକ୍ ସେପରି ଲଣ୍ଡନରେ ବିକ୍ରି ହେଉଛି। ତା' ସାଙ୍ଗକୁ ପ୍ଲାଷ୍ଟିକ୍ ଡବା, ଷ୍ଟିଲ୍ କେନ୍, ଆଉ ଖଟାପାଣି ବି ରହିଛି।

ଜଣେ ଭାରତୀୟ ବ୍ଲଗର୍ ଲଣ୍ଡନରେ ବୁଲୁଥିବା ସମୟରେ ତାଙ୍କ ଆଗରେ ଏହି ଦୋକାନଟି ପଡ଼ିଥିଲା। ଆଉ ସେ ବିଦେଶରେ ଦେଶୀ ଖାଦ୍ୟର ମଜା ନେବା ସହ ବିଦେଶୀ ଦୋକାନୀ ଏବଂ ତାଙ୍କ ଝାଲ୍ ମୁଢି ଦୋକାନର ଭିଡିଓ ଶୁଟ୍ କରି ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି।

ଏହି ଭିଡିଓକୁ ଖୁବ୍ ପସନ୍ଦ କରିଛନ୍ତି ନେଟିଜେନ୍ସ। କିଛି ୟୁଜର୍ସ କହିଛନ୍ତି ଯେ, ''ମୁଢି, ଖଟାପାଣି, ଡବା ସହ ଦୋକାନୀ ବ୍ୟବହାର କରୁଥିବା ଛୁରୀ ମଧ୍ୟ ଭାରତରେ ଦୋକାନୀ ବ୍ୟବହାର କରୁଥିବା ଛୁରୀ ପରି ହୋଇଛି।''  

ଅନ୍ୟ ଜଣେ କହିଛନ୍ତି, ''ଅଙ୍କଲ୍ ଝାଲ୍ ମୁଢ଼ି ଉପରେ ଛଅ ମାସର ଡିପ୍ଲୋମା କୋର୍ସ କରିଛନ୍ତି।'' ସେହିପରି ଆଉ ଜଣେ କହିଛନ୍ତି, ''ଭାରତରେ 200 ବର୍ଷର ଉପନିବେଶ ପରେ ବ୍ରିଟିଶରଙ୍କ ଅବସ୍ଥା...।''