ବିଦେଶରେ ଭାରତୀୟ ଖେଳନାର ଚାହିଦା, ନିର୍ମାତାଙ୍କୁ ମିଳିଲା ବଡ଼ ଅର୍ଡର

ନୂଆଦିଲ୍ଲୀ: ନିକଟରେ ଉଦ୍‌ଯାପିତ ହୋଇଛି ଜର୍ମାନୀର ନରେମବର୍ଗରେ ଆୟୋଜିତ ହୋଇଥିବା ପାଞ୍ଚ ଦିନିଆ ଅନ୍ତର୍ଜାତୀୟ ଖେଳନା ମେଳା ବା ଟଏ ଫେୟାର । ଏହି ମେଳାରେ ଭାଗ ନେଇଥିଲେ ଭାରତ ସମେତ ବିଭିନ୍ନ ଦେଶର ଖେଳନା ନିର୍ମାତା କମ୍ପାନିମାନେ। ଆଉ ଏବେ ଏହି ମେଳା ପରେ ଭାରତୀୟ ଖେଳନା ନିର୍ମାତାଙ୍କ ପାଇଁ ବଡ଼ ଅବସର । ପ୍ରକୃତରେ ଏହି ମେଳାରେ ଭାରତୀୟ ନିର୍ମାତାଙ୍କ ଦ୍ବାରା ପ୍ରସ୍ତୁତ ଉଚ୍ଚମାନର ଖେଳନା ପାଇଁ ସେମାନଙ୍କୁ ଏବେ କୋଟି କୋଟିର ଅର୍ଡର ମିଳିଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଏବେ ବିଦେଶରେ ବଢ଼ୁଛି ଭାରତୀୟ ଖେଳନାର ଚାହିଦା। ରପ୍ତାନୀକାରୀ କହିବା ଅନୁଯାୟୀ, ଆମେରିକା, ୟୁକେ, ଦକ୍ଷିଣ ଆଫ୍ରିକା ଏବଂ ଜର୍ମାନୀ ଭଳି ଦେଶମାନେ ଭାରତୀୟ ଖେଳନାକୁ ବେଶ୍ ପସନ୍ଦ କରିଛନ୍ତି ଏବଂ ବଡ଼ ଆକାରରେ ଅର୍ଡର ମଧ୍ୟ ଦେଇଛନ୍ତି । ଗ୍ରେଟର ନୋଏଡା ଆଧାରିତ ଲିଟିଲ ଜିନିୟସ ଟଏସ ପ୍ରାଇଭେଟ୍‌ ଲିମିଟେଡ ସିଇଓ ନରେଶ କୁମାର ଗୌତମ କହିଛନ୍ତି ‘‘ଆମର ଉତ୍ପାଦକୁ ଖୁବ୍‌ ପ୍ରଶଂସା ମିଳିଛି । ଉଭୟ କାଠ ଏବଂ ସଫ୍ଟ ଟଏକୁ ଆଦୃତି ମିଳିଛି। ଦୁଇଟି ଚାଇନିଜ୍ କମ୍ପାନି ଆମ କମ୍ପାନି ସହ ମିଶି ଭାରତରେ ଖେଳନା ଉତ୍ପାଦନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଖୁବଶୀଘ୍ର ଅର୍ଡର ପୂରା କରିବା ପାଇଁ ଉତ୍ପାଦନ ଆରମ୍ଭ ହୋଇଯିବ।’’ ଆହୁରି ପଢ଼ନ୍ତୁ: ଋଷ ଠାରୁ ତୈଳ ଆମଦାନୀ ହ୍ରାସ କଲା ଭାରତ; ବର୍ଷକରେ ସର୍ବନିମ୍ନ ସ୍ତରକୁ ଖସିଲା ସେ ଆହୁରି କହିଛନ

ବିଦେଶରେ ଭାରତୀୟ ଖେଳନାର ଚାହିଦା, ନିର୍ମାତାଙ୍କୁ ମିଳିଲା ବଡ଼ ଅର୍ଡର

ନୂଆଦିଲ୍ଲୀ: ନିକଟରେ ଉଦ୍‌ଯାପିତ ହୋଇଛି ଜର୍ମାନୀର ନରେମବର୍ଗରେ ଆୟୋଜିତ ହୋଇଥିବା ପାଞ୍ଚ ଦିନିଆ ଅନ୍ତର୍ଜାତୀୟ ଖେଳନା ମେଳା ବା ଟଏ ଫେୟାର । ଏହି ମେଳାରେ ଭାଗ ନେଇଥିଲେ ଭାରତ ସମେତ ବିଭିନ୍ନ ଦେଶର ଖେଳନା ନିର୍ମାତା କମ୍ପାନିମାନେ। ଆଉ ଏବେ ଏହି ମେଳା ପରେ ଭାରତୀୟ ଖେଳନା ନିର୍ମାତାଙ୍କ ପାଇଁ ବଡ଼ ଅବସର । ପ୍ରକୃତରେ ଏହି ମେଳାରେ ଭାରତୀୟ ନିର୍ମାତାଙ୍କ ଦ୍ବାରା ପ୍ରସ୍ତୁତ ଉଚ୍ଚମାନର ଖେଳନା ପାଇଁ ସେମାନଙ୍କୁ ଏବେ କୋଟି କୋଟିର ଅର୍ଡର ମିଳିଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଏବେ ବିଦେଶରେ ବଢ଼ୁଛି ଭାରତୀୟ ଖେଳନାର ଚାହିଦା।

ରପ୍ତାନୀକାରୀ କହିବା ଅନୁଯାୟୀ, ଆମେରିକା, ୟୁକେ, ଦକ୍ଷିଣ ଆଫ୍ରିକା ଏବଂ ଜର୍ମାନୀ ଭଳି ଦେଶମାନେ ଭାରତୀୟ ଖେଳନାକୁ ବେଶ୍ ପସନ୍ଦ କରିଛନ୍ତି ଏବଂ ବଡ଼ ଆକାରରେ ଅର୍ଡର ମଧ୍ୟ ଦେଇଛନ୍ତି । ଗ୍ରେଟର ନୋଏଡା ଆଧାରିତ ଲିଟିଲ ଜିନିୟସ ଟଏସ ପ୍ରାଇଭେଟ୍‌ ଲିମିଟେଡ ସିଇଓ ନରେଶ କୁମାର ଗୌତମ କହିଛନ୍ତି ‘‘ଆମର ଉତ୍ପାଦକୁ ଖୁବ୍‌ ପ୍ରଶଂସା ମିଳିଛି । ଉଭୟ କାଠ ଏବଂ ସଫ୍ଟ ଟଏକୁ ଆଦୃତି ମିଳିଛି। ଦୁଇଟି ଚାଇନିଜ୍ କମ୍ପାନି ଆମ କମ୍ପାନି ସହ ମିଶି ଭାରତରେ ଖେଳନା ଉତ୍ପାଦନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଖୁବଶୀଘ୍ର ଅର୍ଡର ପୂରା କରିବା ପାଇଁ ଉତ୍ପାଦନ ଆରମ୍ଭ ହୋଇଯିବ।’’

ଆହୁରି ପଢ଼ନ୍ତୁ: ଋଷ ଠାରୁ ତୈଳ ଆମଦାନୀ ହ୍ରାସ କଲା ଭାରତ; ବର୍ଷକରେ ସର୍ବନିମ୍ନ ସ୍ତରକୁ ଖସିଲା

ସେ ଆହୁରି କହିଛନ୍ତି ବିଭିନ୍ନ ସରକାରୀ ପଦକ୍ଷେପ ଯେପରି ଖେଳନାର ମାନ ଏବଂ କଷ୍ଟମ ଡ୍ୟୁଟିରେ କୋହଳ ଆଦି ଏହି କ୍ଷେତ୍ରକୁ ଦ୍ରୁତ ବୃଦ୍ଧିରେ ବେଶ୍ ସହାୟକ ହୋଇଛନ୍ତି। ସେହିଭଳି ନଟଖଟ ଟଏସ ପ୍ରମୋଟର ତରୁଣ ଚେତଓ୍ବାନୀ କହିଛନ୍ତି ଏହି ମେଳାର କମ୍ପାନିର ଉତ୍ପାଦନକୁ ଦେଖାଇବାକୁ ସୁଯୋଗ ମିଳିଛି। ସେ କହିଛନ୍ତି ‘‘ଭାରତର ଖେଳନା ଶିଳ୍ପ ଆଶାନ୍ବୀତ ଭାବରେ ବୃଦ୍ଧି ପାଉଛି। ଆ​ ବର୍ତ୍ତମାନ ବଡ଼ ବଡ଼ କମ୍ପାନିଙ୍କ ସହ ପ୍ରତିଯୋଗିତା କରୁଛୁ।

ସୂଚନାଥାଉକି, ସରକାର ସ୍ବଦେଶୀ ଖେଳନାକୁ ପ୍ରୋତ୍ସାହନ ପାଇଁ ବିଭିନ୍ନ ଯୋଜନା ମଧ୍ୟ କରିଛନ୍ତି। ଖେଳନା ଶିଳ୍ପ ପାଇଁ ସରକାରଙ୍କ ତରଫରୁ ମଧ୍ୟ ବେଶ୍ ସହଯୋଗ ଯୋଗାଇଦିଆଯାଉଛି। ଫଳରେ ଏହି ଶିଳ୍ପରେ ଆଖିଦୃଶିଆ ଉନ୍ନତି ଦେଖିବାକୁ ମିଳିଛି। ଏଥିାପାଇଁତ’ ଦେଶର ଖେଳନା ରପ୍ତାନୀ ୨୦୨୨-୨୩ରେ ୩୨୫.୭୨ ମିଲିୟନ ଡଲାରରେ ପହଞ୍ଚିଛି। ଯେତେବେଳେକି ଏହା ୨୦୧୪-୧୫ରେ ୯୬.୧୭ ମିଲିୟନ ଡଲାର ରହିଥିଲା। ସେହିଭଳି ଆମଦାନୀରେ ପ୍ରାୟ ୫୨ ପ୍ରତିଶତ ଖେଳନା ରପ୍ତାନୀ କମିଛି। ୨୦୧୪-୧୫ରେ ଆମଦାନୀ ୩୩୨.୫୫ ମିଲିୟନ ଡଲାର ରହିଥିବାବେଳେ ୨୦୨୨-୨୩ରେ ଏହା ୧୫୮.୭ ମିଲିୟନ ଡଲାରକୁ ଖସିଛି।

ଆହୁରି ପଢ଼ନ୍ତୁ: ଭାରତର ଜିଡିପି ବିକାଶ ଦରକୁ ଅନୁମାନକୁ ସାମାନ୍ୟ ବଢ଼ାଇଲା ଓଇସିଡି; ଏହି ହାରରେ ଦୌଡ଼ିବ ଦେଶର ଅର୍ଥନୀତି

ଉଲ୍ଲେଖଯୋଗ୍ୟ, ନରେମବର୍ଗ ଇଣ୍ଟରନାସନାଲ ଟଏ ଫେୟାର ଫେବ୍ରୁଆରୀ ୩ ତାରିଖରେ ଉଦ୍‌ଯାପିତ ହୋଇଛି। ପ୍ରାୟ ୨ ହଜାର ଅଂଶଗ୍ରହଣକାରୀ ପ୍ରାୟ ୬୫ ଦେଶର ଭାଗନେଇଥିଲେ। ଏହି ମେଳା ହେଉଛି ବିଶ୍ବର ସବୁଠୁ ବଡ଼ ଖେଳଣା ମେଳା।

The post ବିଦେଶରେ ଭାରତୀୟ ଖେଳନାର ଚାହିଦା, ନିର୍ମାତାଙ୍କୁ ମିଳିଲା ବଡ଼ ଅର୍ଡର appeared first on Prameya News7.