ଖୁସିଖବର: ବାର୍ବାଡୋସରେ ଫସିଥିବା ଟିମ ଇଣ୍ଡିଆକୁ ଆଣିବାକୁ ବସିସିଆଇ କଲା ଖାସ୍ ବନ୍ଦୋବସ୍ତ
ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଟିମ୍ ବାର୍ବାଡୋସ ମାଟିରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି -୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିଛି । ଜୁନ ୨୯ ଶନିବାର ଦିନ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଦଳ ଟିମ ଇଣ୍ଡିଆ ଚାମ୍ପିୟନ ହୋଇଥିଲା। ଚାମ୍ପିୟନ ହେବା ପରେ ଟିମ ଇଣ୍ଡିଆ ଭାରତକୁ ଫେରିବାକୁ ଥିଲା, କିନ୍ତୁ ଘୂର୍ଣ୍ଣୀଝଡ ଯୋଗୁ ଭାରତୀୟ ସେଠାରେ ଫସି ରହିଛନ୍ତି। ରିପୋର୍ଟ ଅନୁଯାୟୀ, ସମସ୍ତ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର। ଯେଉଁଥିରେ କୁହାଯାଇଛି […] The post ଖୁସିଖବର: ବାର୍ବାଡୋସରେ ଫସିଥିବା ଟିମ ଇଣ୍ଡିଆକୁ ଆଣିବାକୁ ବସିସିଆଇ କଲା ଖାସ୍ ବନ୍ଦୋବସ୍ତ appeared first on Dharitri Odia News.
ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଟିମ୍ ବାର୍ବାଡୋସ ମାଟିରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି -୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିଛି । ଜୁନ ୨୯ ଶନିବାର ଦିନ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଦଳ ଟିମ ଇଣ୍ଡିଆ ଚାମ୍ପିୟନ ହୋଇଥିଲା। ଚାମ୍ପିୟନ ହେବା ପରେ ଟିମ ଇଣ୍ଡିଆ ଭାରତକୁ ଫେରିବାକୁ ଥିଲା, କିନ୍ତୁ ଘୂର୍ଣ୍ଣୀଝଡ ଯୋଗୁ ଭାରତୀୟ ସେଠାରେ ଫସି ରହିଛନ୍ତି। ରିପୋର୍ଟ ଅନୁଯାୟୀ, ସମସ୍ତ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର। ଯେଉଁଥିରେ କୁହାଯାଇଛି ଯେ ଚାମ୍ପିୟନ ଟିମ ଇଣ୍ଡିଆ ବାର୍ବାଡୋସରୁ ଭାରତରେ ପହଞ୍ଚିବେ।
ଘୂର୍ଣ୍ଣୀଝଡ ଯୋଗୁ ଭାରତୀୟ ଦଳ ବାର୍ବାଡୋସରୁ ବାହାରି ପାରିନଥିଲେ। ତେବେ ବର୍ତ୍ତମାନ ଭାରତୀୟ ଦଳକୁ ସେଠାରୁ ଆଣିବା ପାଇଁ ବିସିସିଆଇ ସ୍ବତନ୍ତ୍ର ବ୍ୟବସ୍ଥା କରିଛି। ଏକ ରିପୋର୍ଟ ଅନୁଯାୟୀ, ବାର୍ବାଡୋସର ସ୍ଥାନୀୟ ସମୟ ଅନୁଯାୟୀ ଟିମ ଇଣ୍ଡିଆ ମଙ୍ଗଳବାର ଦିନ ସା ୬ଟାରେ ବିସିସିଆଇର ଏକ ସ୍ବତନ୍ତ୍ର ବିମାନରେ ଭାରତ ଅଭିମୁଖେ ଯାତ୍ରା କରିବ ଏବଂ ବୁଧବାର ସାଳ ପ୍ରାୟ ୭:୪୫ ସମୟରେ ଦିଲ୍ଲୀରେ ପହଞ୍ଚିବ।
The post ଖୁସିଖବର: ବାର୍ବାଡୋସରେ ଫସିଥିବା ଟିମ ଇଣ୍ଡିଆକୁ ଆଣିବାକୁ ବସିସିଆଇ କଲା ଖାସ୍ ବନ୍ଦୋବସ୍ତ appeared first on Dharitri Odia News.