ବିଦେଶୀ ପର୍ଯ୍ୟଟକଙ୍କୁ ଅଟକାଇବାରୁ ଶ୍ରୀମନ୍ଦିର ଭିତରେ ପୋଲିସଙ୍କୁ ଆକ୍ରମଣ
ପୁରୀ: ଶ୍ରୀ ମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ I ପୁଣି ଶ୍ରୀ ମନ୍ଦିରରେ ପ୍ରବେଶ କଲେ ବିଦେଶୀ ପର୍ଯ୍ୟଟକ I ବେହରଣ ଦ୍ୱାର ନିକଟରେ ଅଟକାଇଲା ପୋଲିସ I ତେବେ ଦର୍ଶନରେ ବାଧା ଦେବାରୁ ପୋଲିସଙ୍କୁ ଆକ୍ରମଣ କରିଛନ୍ତି ପର୍ଯ୍ୟଟକ I ଏହି ଘଟଣାରେ ସମ୍ପୃକ୍ତ ପର୍ଯ୍ୟଟକଙ୍କୁ କାବୁ କରି ସିଂହ ଦ୍ୱାର ଥାନାରେ ଅଟକ ରଖାଯାଇଛି I ସୂଚନାନୁସାରେ,ଗତ ୨୩ ତାରିଖ ଦିନ ଶ୍ରୀମନ୍ଦିର ୨୨ ପାହାଚ ନିକଟରୁ ଜଣେ ମହିଳା ବିଦେଶୀ ପର୍ଯ୍ୟଟକଙ୍କୁ […]

ପୁରୀ: ଶ୍ରୀ ମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ I ପୁଣି ଶ୍ରୀ ମନ୍ଦିରରେ ପ୍ରବେଶ କଲେ ବିଦେଶୀ ପର୍ଯ୍ୟଟକ I ବେହରଣ ଦ୍ୱାର ନିକଟରେ ଅଟକାଇଲା ପୋଲିସ I ତେବେ ଦର୍ଶନରେ ବାଧା ଦେବାରୁ ପୋଲିସଙ୍କୁ ଆକ୍ରମଣ କରିଛନ୍ତି ପର୍ଯ୍ୟଟକ I ଏହି ଘଟଣାରେ ସମ୍ପୃକ୍ତ ପର୍ଯ୍ୟଟକଙ୍କୁ କାବୁ କରି ସିଂହ ଦ୍ୱାର ଥାନାରେ ଅଟକ ରଖାଯାଇଛି I
ସୂଚନାନୁସାରେ,ଗତ ୨୩ ତାରିଖ ଦିନ ଶ୍ରୀମନ୍ଦିର ୨୨ ପାହାଚ ନିକଟରୁ ଜଣେ ମହିଳା ବିଦେଶୀ ପର୍ଯ୍ୟଟକଙ୍କୁ ସେବାୟତଙ୍କ ଦ୍ୱାରା ଚିହ୍ନଟ କରାଯାଇଥିଲା I ମହିଳା ପର୍ଯ୍ୟଟକ ଜଣକ ପୋଲାଣ୍ଡ ନାଗରିକ ହୋଇଥିବାବେଳେ ସେ ଅନେକ ଦିନରୁ ଭାରତରେ ରହୁଥିଲେ I ତାଙ୍କ ସହିତ ଜଣେ ଯୁବକଙ୍କୁ ମଧ୍ୟ ସିଂହଦ୍ୱାର ଥାନାରେ ଅଟକ ରଖାଯାଇଥିଲା I
ସେହିପରି ଗତ ମାର୍ଚ୍ଚ ୦୩ ତାରିଖରେ ଶ୍ରୀମନ୍ଦିର ଭିତରେ ୫ ଜଣ ବାଂଲାଦେଶୀ ପର୍ଯ୍ୟଟକଙ୍କ ସହିତ ଜଣେ ହିନ୍ଦୁଙ୍କୁ ଉତ୍ତର ଦ୍ୱାର ନିକଟ ପରିକ୍ରମା ମାର୍ଗରେ ବସିଥିବାର ଦେଖାଯାଇଥିଲା I ଏହା ସହିତ ସେମାନଙ୍କ ନିକଟରୁ ମହାପ୍ରସାଦ ମଧ୍ୟ ମିଳିଥିବା I ବଜରଙ୍ଗ ଦଳର କର୍ମୀମାନେ ତାଙ୍କୁ ସିଂହଦ୍ୱାର ଥାନାରେ ଜିମା ଦେଇଥିଲେ I ସେମାନେ ସମସ୍ତେ ବାଂଲାଦେଶୀ I ତାଙ୍କ ନିକଟରୁ ବଙ୍ଗଳାଦେଶ ପାସପୋର୍ଟ ଜବତ କରାଯାଇଥିବା ନେଇ ସୂଚନା ଦେଇଥିଲେ ପୁରୀ ଏସପି ପିନାକ ମିଶ୍ର I ତେବେ ଶ୍ରୀମନ୍ଦିର ଭିତରେ କଡା ପୋଲିସ ସୁରକ୍ଷା ବ୍ୟବସ୍ଥା ରହିଥିବାବେଳେ ବାରମ୍ବାର ମନ୍ଦିର ଭିତରକୁ ଅଣହିନ୍ଦୁଙ୍କ ପ୍ରବେଶ ନେଇ ପ୍ରଶ୍ନବାଚୀ ହୋଇଛି I