ବରିଷ୍ଠ ଆଇଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ବରିଷ୍ଠ ଆଇଏସ ସ୍ତରରେ ଅଦଳବଦଳ I ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଚିବ ସ୍ତରରେ ଅଦଳବଦଳ କରିଛନ୍ତି। ବୁଧବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ୨୦୦୫ ବ୍ୟାଚର ଆଇଏଏସ୍‌ ଭିନିଲ କ୍ରିଷ୍ଣାଙ୍କୁ କ୍ରୀଡ଼ା ବିଭାଗରୁ ବଦଳି ହୋଇଛି। ତାଙ୍କୁ ଭୂମି ଅଭିଲେଖ ଓ ବ‌ନ୍ଦୋବସ୍ତ କମିସନର ଭାବେ ନିଯୁକ୍ତି ମିଳିଛି। ଭିନିଲ କ୍ରିଷ୍ଣାଙ୍କ ସ୍ଥାନରେ ୧୯୯୯ ବ୍ୟାଚର ଆଇଏଏସ୍‌ ତଥା ଭୂମି ଅଭିଲେଖ ଓ ବ‌ନ୍ଦୋବସ୍ତ କମିସନର […]

ବରିଷ୍ଠ ଆଇଏସ ସ୍ତରରେ ଅଦଳବଦଳ
ବରିଷ୍ଠ ଆଇଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ବରିଷ୍ଠ ଆଇଏସ ସ୍ତରରେ ଅଦଳବଦଳ I ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଚିବ ସ୍ତରରେ ଅଦଳବଦଳ କରିଛନ୍ତି। ବୁଧବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

୨୦୦୫ ବ୍ୟାଚର ଆଇଏଏସ୍‌ ଭିନିଲ କ୍ରିଷ୍ଣାଙ୍କୁ କ୍ରୀଡ଼ା ବିଭାଗରୁ ବଦଳି ହୋଇଛି। ତାଙ୍କୁ ଭୂମି ଅଭିଲେଖ ଓ ବ‌ନ୍ଦୋବସ୍ତ କମିସନର ଭାବେ ନିଯୁକ୍ତି ମିଳିଛି। ଭିନିଲ କ୍ରିଷ୍ଣାଙ୍କ ସ୍ଥାନରେ ୧୯୯୯ ବ୍ୟାଚର ଆଇଏଏସ୍‌ ତଥା ଭୂମି ଅଭିଲେଖ ଓ ବ‌ନ୍ଦୋବସ୍ତ କମିସନର ଭାସ୍କରଜ୍ୟୋତି ଶର୍ମାଙ୍କୁ ଦାୟିତ୍ବ ମିଳିଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ୧୯୯୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ନିକୁଞ୍ଜ ବିହାରୀ ଧଳଙ୍କୁ ଇଡ୍‌କୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ସୁରେନ୍ଦ୍ର କୁମାର, ହେମନ୍ତ ଶର୍ମା ଓ ଉଷା ପାଢ଼ୀ ନିଜର ସ୍ଥିତି ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି।

୧୯୯୪ ବ୍ୟାଚର ଆଇଏଏସ୍‌ ଜି ମାଥିଭାଥନନଙ୍କୁ ଗୋପବନ୍ଧୁ ଏକାଡେମୀରେ ନିଯୁକ୍ତି ମିଳିଛି। ସେହିପରି ୧୯୯୫ ବ୍ୟାଚର ଆଇଏଏସ୍‌ ହେମନ୍ତ ଶର୍ମାଙ୍କୁ ଏମଏସଏମଇ ବିଭାଗରେ ଅତିରିକ୍ତ ଦାୟିତ୍ବ ମିଳିଛି। ୧୯୯୬ ବ୍ୟାଚର ଆଇଏଏସ୍‌ ତଥା ଓଏସଏସଏସସିର ଅଧ୍ୟକ୍ଷ ଶାଶ୍ବତ ମିଶ୍ରଙ୍କୁ ଅର୍ଥ ବିଭାଗରେ ଅତିରିକ୍ତ ଦାୟିତ୍ବ ମିଳିଥିବା ବେଳେ ୧୯୯୬ ବ୍ୟାଚର ଆଇଏଏସ୍‌ ଉଷା ପାଢ଼ୀଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି। ସେହିପରି ୧୯୯୬ ବ୍ୟାଚର ବିଶାଳ କୁମାର ଦେବଙ୍କୁ ଆଇଟି ବିଭାଗରେ ଅବସ୍ଥାପିତ କରାଯାଇଛି।