ବିଦେଶୀମାନଙ୍କୁ ବେଆଇନ ସିମ କାର୍ଡ ବିକ୍ରି, ଗୋପାଳପୁର ପୋର୍ଟ କର୍ମଚାରୀ ସମେତ ୨ଗିରଫ
ଛତ୍ରପୁର,୨୧।୩(ସନ୍ତୋଷ ପାଢ଼ୀ ): ଗୋପାଳପୁର ପୋର୍ଟକୁ ଜାହାଜରେ ଆସୁଥିବା ବିଦେଶୀମାନଙ୍କୁ ବେଆଇନ ଭାବେ ସିମ ବିକ୍ରି ମାମଲାରେ ଗଞ୍ଜାମ ଜ଼ିଲା ଆର୍ଯ୍ୟପଲ୍ଲୀ କତୁରୁ ଅଞ୍ଚଳର ଦୁଇଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ କତୁରୁ ଗ୍ରାମର ଜି ସାମ୍ବା ଓ ମୋବାଇଲ ସିମ ଦୋକାନୀ ଏମ କାମେୟା ଏମାନଙ୍କ ଠାରୁ ୭୦ ଟି ସିମ ସହ ୨୨ଡ଼ଲାର ବିଦେଶୀ ଟଙ୍କା ପୋଲିସ ଜବତ କରିଛି । ପୋଲିସର କହିବାନୁଯାୟୀ ଜି ସାମ୍ବା ଗୋପାଳପୁର ପୋର୍ଟରେ ଫୋର […] The post ବିଦେଶୀମାନଙ୍କୁ ବେଆଇନ ସିମ କାର୍ଡ ବିକ୍ରି, ଗୋପାଳପୁର ପୋର୍ଟ କର୍ମଚାରୀ ସମେତ ୨ଗିରଫ appeared first on Dharitri Odia News.
ଛତ୍ରପୁର,୨୧।୩(ସନ୍ତୋଷ ପାଢ଼ୀ ): ଗୋପାଳପୁର ପୋର୍ଟକୁ ଜାହାଜରେ ଆସୁଥିବା ବିଦେଶୀମାନଙ୍କୁ ବେଆଇନ ଭାବେ ସିମ ବିକ୍ରି ମାମଲାରେ ଗଞ୍ଜାମ ଜ଼ିଲା ଆର୍ଯ୍ୟପଲ୍ଲୀ କତୁରୁ ଅଞ୍ଚଳର ଦୁଇଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ କତୁରୁ ଗ୍ରାମର ଜି ସାମ୍ବା ଓ ମୋବାଇଲ ସିମ ଦୋକାନୀ ଏମ କାମେୟା ଏମାନଙ୍କ ଠାରୁ ୭୦ ଟି ସିମ ସହ ୨୨ଡ଼ଲାର ବିଦେଶୀ ଟଙ୍କା ପୋଲିସ ଜବତ କରିଛି । ପୋଲିସର କହିବାନୁଯାୟୀ ଜି ସାମ୍ବା ଗୋପାଳପୁର ପୋର୍ଟରେ ଫୋର ମେନ ଭାବେ କାର୍ଯ୍ୟ କରୁଥିବା ବେଳେ ଜାହାଜରେ ଆସୁଥିବା ବିଦେଶୀମାନଙ୍କୁ ୨ହଜାର ରୁ ୩ହଜାର ଟଙ୍କାରେ ସିମକାର୍ଡ ବିକ୍ରି କରୁଥିଲେ। ବନ୍ଧୁ ବାନ୍ଧବଙ୍କ ନାଁରେ ଡକୁମେଣ୍ଟ ଓ ଫିଙ୍ଗାରପ୍ରିଣ୍ଟ ଦେଇ ସିମକାର୍ଡ କରି ଜାହାଜରେ ଆସୁଥିବା ବିଦେଶୀଙ୍କୁ ସେ ବିକ୍ରି କରୁଥିଲେ। ମୋବାଇଲ ସିମ ଦୋକାନୀ ଏମ କାମେୟାଙ୍କ ଠାରୁ ୪୦୦ଟଙ୍କାରେ ସିମ ସାମ୍ବା କିଣୁଥିଲେ ବୋଲି ପୋଲିସ କହିଛି ଅଭିଯୁକ୍ତମାନଙ୍କୁଙ୍କୁ ଗିରଫ କରି ଆର୍ଯ୍ୟପଲ୍ଲୀ ମେରାଇନ ଥାନା ପୋଲିସ କୋର୍ଟ ଚାଲାଣ କରିଛି। ଘଟଣାରେ ଅନ୍ୟ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ଏହି ଲିଙ୍କ କେଉଁ ପର୍ଯ୍ୟନ୍ତ ବ୍ୟାପିଛି ତାହାର ଅଧିକ ତଦନ୍ତ କରାଯାଉଥିବା ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ ସୂଚନା ଦେଇଛନ୍ତି।
The post ବିଦେଶୀମାନଙ୍କୁ ବେଆଇନ ସିମ କାର୍ଡ ବିକ୍ରି, ଗୋପାଳପୁର ପୋର୍ଟ କର୍ମଚାରୀ ସମେତ ୨ଗିରଫ appeared first on Dharitri Odia News.