ବିଦ୍ୟାଳୟ ପରିଦର୍ଶନ କଲେ ବ୍ଲକ ଅଧ୍ୟକ୍ଷ, ଶ୍ରେଣୀ ଗୃହର ଅଭାବ ହେବ ଦୂର

କେସିଙ୍ଗା,୧୧।୪(ତୁମେଶର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ କସୃପଡାସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟକୁ ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଶୁକ୍ରବାର ପରିଦର୍ଶନ କରି କରିଥିଲେ। ଛାତ୍ରୀଛାତ୍ରଙ୍କ ଅଧ୍ୟୟନରେ ଶ୍ରେଣୀ ଗୃହର ଅଭାବ ରହିଥିଲା। ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ବୁଲି ଦେଖିଥିଲେ। ଏହା ପୂର୍ବରୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ଶିକ୍ଷା କମିଟିର ସଦସ୍ୟ ବୃନ୍ଦ ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓଙ୍କ ନିକଟରେ ଏକ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଲିଖିତ ଭାବେ […] The post ବିଦ୍ୟାଳୟ ପରିଦର୍ଶନ କଲେ ବ୍ଲକ ଅଧ୍ୟକ୍ଷ, ଶ୍ରେଣୀ ଗୃହର ଅଭାବ ହେବ ଦୂର appeared first on Dharitri Odia News.

ବିଦ୍ୟାଳୟ ପରିଦର୍ଶନ କଲେ ବ୍ଲକ ଅଧ୍ୟକ୍ଷ, ଶ୍ରେଣୀ ଗୃହର ଅଭାବ ହେବ ଦୂର

କେସିଙ୍ଗା,୧୧।୪(ତୁମେଶର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ କସୃପଡାସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟକୁ ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଶୁକ୍ରବାର ପରିଦର୍ଶନ କରି କରିଥିଲେ। ଛାତ୍ରୀଛାତ୍ରଙ୍କ ଅଧ୍ୟୟନରେ ଶ୍ରେଣୀ ଗୃହର ଅଭାବ ରହିଥିଲା। ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ବୁଲି ଦେଖିଥିଲେ। ଏହା ପୂର୍ବରୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ଶିକ୍ଷା କମିଟିର ସଦସ୍ୟ ବୃନ୍ଦ ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓଙ୍କ ନିକଟରେ ଏକ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଲିଖିତ ଭାବେ ଦାବି କରିଥିଲେ। ଛାତ୍ରୀଛାତ୍ରଙ୍କ ସମସ୍ୟାକୁ ଦୂର କରିବା ପାଇଁ ୧୦ ଲକ୍ଷ ବ୍ୟୟ ଅଟକଳରେ ବ୍ଲକ ଅଧ୍ୟକ୍ଷ ଉପସ୍ଥିତିରେ ଏକ ଶ୍ରେଣୀ ଗୃହର ଲେଆଉଟ କରାଯାଇଥିଲା। କେସିଙ୍ଗା ବ୍ଲକର ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ଏସ.ଏନ.ମିଶ୍ର, କନିଷ୍ଠ ଯନ୍ତ୍ରୀ,ପ୍ରଧାନ ଶିକ୍ଷକ ସୁଧୀର କୁମାର ବିଶିଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀଶିକ୍ଷକଙ୍କ ଉପସ୍ଥିତରେ ଶ୍ରେଣୀ ଗୃହର ଲେଆଉଟ କରାଯାଇଥିଲା। କିଛି ମାସ ପରେ ଶ୍ରେଣୀ ଗୃହ ନିର୍ମାଣ କାମ ସମ୍ପୂର୍ଣ୍ଣ ହେଲେ ଛାତ୍ରୀଛାତ୍ର ଉପକୃତ ହେବେ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ବିଶି ପ୍ରକାଶ କରିଥିଲେ।

The post ବିଦ୍ୟାଳୟ ପରିଦର୍ଶନ କଲେ ବ୍ଲକ ଅଧ୍ୟକ୍ଷ, ଶ୍ରେଣୀ ଗୃହର ଅଭାବ ହେବ ଦୂର appeared first on Dharitri Odia News.