ବିଦ୍ୟାଳୟ ପାର୍ଶ୍ଵରେ କୁଢ଼ କୁଢ଼ ମଇଳା ଓ ଆବର୍ଜନା
ବେଲଗୁଣ୍ଠା ,02/03,ବେଲଗୁଣ୍ଠା ବ୍ଳକ୍ ଗୋବରା ଗ୍ରାମ ପଞ୍ଚାୟତ ଏକ ସ୍ଵତନ୍ତ୍ର ପଞ୍ଚାୟତର ମାନ୍ୟତା ହାସଲ କରିବା ସହ ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ପଞ୍ଚାୟତ ରୂପେ ପରିଗଣିତ ବୋଲି କୁହାଯାଉଛି l କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା I ଏପରିକି ଗୋବରା ମୁଖ୍ୟ ସଡ଼କରେ ଥିବା ବିଦ୍ୟାଳୟ ବିଦ୍ୟାଳୟ ପାର୍ଶ୍ୱରେ ଥିବା କୁଢ଼ କୁଢ଼ ଅଳିଆ, ଆବର୍ଜନା ଗୋବରା ଅଞ୍ଚଳର ଦୟନୀୟ ସ୍ଥିତିକୁ ପଦାରେ ପକେଇ ଦେଉଛି l ଏହି ଅଳିଆ ଆବର୍ଜ୍ଜନା ପାଈଁ ବେଳେ […] The post ବିଦ୍ୟାଳୟ ପାର୍ଶ୍ଵରେ କୁଢ଼ କୁଢ଼ ମଇଳା ଓ ଆବର୍ଜନା appeared first on Odisha.News.

ବେଲଗୁଣ୍ଠା ,02/03,ବେଲଗୁଣ୍ଠା ବ୍ଳକ୍ ଗୋବରା ଗ୍ରାମ ପଞ୍ଚାୟତ ଏକ ସ୍ଵତନ୍ତ୍ର ପଞ୍ଚାୟତର ମାନ୍ୟତା ହାସଲ କରିବା ସହ ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ପଞ୍ଚାୟତ ରୂପେ ପରିଗଣିତ ବୋଲି କୁହାଯାଉଛି l କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା I ଏପରିକି ଗୋବରା ମୁଖ୍ୟ ସଡ଼କରେ ଥିବା ବିଦ୍ୟାଳୟ ବିଦ୍ୟାଳୟ ପାର୍ଶ୍ୱରେ ଥିବା କୁଢ଼ କୁଢ଼ ଅଳିଆ, ଆବର୍ଜନା ଗୋବରା ଅଞ୍ଚଳର ଦୟନୀୟ ସ୍ଥିତିକୁ ପଦାରେ ପକେଇ ଦେଉଛି l ଏହି ଅଳିଆ ଆବର୍ଜ୍ଜନା ପାଈଁ ବେଳେ ବେଳେ ଶିକ୍ଷା ପ୍ରକ୍ରିୟା ବାଧା ଉପୁଜିବା ସହ ସ୍କୁଲ ମଧ୍ଯ ବାତିଲ ହେଉଥିବା ନଜିର ରହିଛି l ସୂଚନା ପ୍ରକାରେ ଗୋବରାଠାରୁ ବରପଲ୍ଲୀ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ବରେ ଶ୍ରୀ ଅରବିନ୍ଦ ସ୍କୁଲ ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟ ଅବସ୍ଥିତ I ଏହି ରାସ୍ତାର ଦୁଇଟି ଜାଗା ଆବର୍ଜନାର ସ୍ଥଳ ଭାବେ ପରିଗଣିତ ହୋଇଛି l କିଛି ଜନସାଧାରଣ ଏଠାରେ ଅଳିଆ ପକାଇବାକୁ ଅଭ୍ୟାସରେ ପରିଣତ କରିସାରିଛନ୍ତି ଯାହା ଗୋବରାର ଗରୀମାକୁ ଏହା କ୍ଷୂର୍ଣ୍ଣ କରୁଛି ତତ୍ ସହିତ ବିଦ୍ୟାଳୟକୁ ଆସୁଥିବା ବିଦ୍ୟାର୍ଥୀ ମାନଙ୍କର ଶରୀର ଅସୁସ୍ଥର ଆଉ ଏକ କାରଣ ମଧ୍ୟ ହୋଇଛି l ତେଣୁ ତୁରନ୍ତ ସ୍ଥାନୀୟ ପ୍ରଶାସନ ଏବଂ ଜନପ୍ରତିନିଧି ଏହା ଉପରେ ଦୃଷ୍ଟି ଦେଇ ଅଳିଆ ପକେଇବା ଜାଗାକୁ ସ୍ଥାନାନ୍ତର କରି ଉକ୍ତ ଜାଗାକୁ ସଫା ସୂତରl କରି ରଖିଲେ ବିଦ୍ୟାଳୟ ,ଜନସାଧାରଣ ତଥା ଅଞ୍ଚଳର ସମୃଦ୍ଧିରେ ସହାୟକ ହୋଇପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବି ପ୍ରକାଶ କରିଛନ୍ତି I
The post ବିଦ୍ୟାଳୟ ପାର୍ଶ୍ଵରେ କୁଢ଼ କୁଢ଼ ମଇଳା ଓ ଆବର୍ଜନା appeared first on Odisha.News.