ବାରମ୍ବାର ପ୍ରୟାସ ବିଫଳତାକୁ ସଫଳତାର ରୂପ ଦିଏ

ବୀରମହାରାଜପୁର : (ସୌମିତ୍ରି ମେହେର) ବାରମ୍ବାର ପ୍ରୟାସ ବିଫଳତାକୁ ସଫଳତାର ରୂପ ଦିଏ । ବିଫଳତା ହିଁ ସଫଳତାର ମହାମନ୍ତ୍ର। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀ ମାନେ ଶୃଙ୍ଖଳିତ। ଶୃଙ୍ଖଳିତ ଜୀବନ ହିଁ ସଫଳତା ଆଣେ ବୋଲି ଆଜି ବୀରମହାରାଜପୁର କଲେଜରେ ଅନୁଷ୍ଠିତ ସମର ଶିକ୍ଷାର୍ଥୀ ବାହିନୀର ଚତୁର୍ଥ ସମ୍ମିଳନୀରେ ନିମନ୍ତ୍ରିତ ଅତିଥିମାନେ ମତପ୍ରକାଶ କରିଛନ୍ତି । ସୋମବାର କଲେଜର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଭୁବନେଶ୍ବର ସ୍ଥିତ […] The post ବାରମ୍ବାର ପ୍ରୟାସ ବିଫଳତାକୁ ସଫଳତାର ରୂପ ଦିଏ appeared first on Odisha.News.

ବାରମ୍ବାର ପ୍ରୟାସ ବିଫଳତାକୁ ସଫଳତାର ରୂପ ଦିଏ

ବୀରମହାରାଜପୁର : (ସୌମିତ୍ରି ମେହେର) ବାରମ୍ବାର ପ୍ରୟାସ ବିଫଳତାକୁ ସଫଳତାର ରୂପ ଦିଏ । ବିଫଳତା ହିଁ ସଫଳତାର ମହାମନ୍ତ୍ର। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀ ମାନେ ଶୃଙ୍ଖଳିତ। ଶୃଙ୍ଖଳିତ ଜୀବନ ହିଁ ସଫଳତା ଆଣେ ବୋଲି ଆଜି ବୀରମହାରାଜପୁର କଲେଜରେ ଅନୁଷ୍ଠିତ ସମର ଶିକ୍ଷାର୍ଥୀ ବାହିନୀର ଚତୁର୍ଥ ସମ୍ମିଳନୀରେ ନିମନ୍ତ୍ରିତ ଅତିଥିମାନେ ମତପ୍ରକାଶ କରିଛନ୍ତି । ସୋମବାର କଲେଜର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଭୁବନେଶ୍ବର ସ୍ଥିତ ଗୋଇନ୍ଦା ବିଭାଗର ଉପ ଆରକ୍ଷୀ ଅଧିକ୍ଷକ ବିଶ୍ବପତି ପଣ୍ଡା ମୁଖ୍ଯ ଅତିଥି ଭାବେ ଯୋଗଦେଇଥିବା ବେଳେ ପରିଚାଳନା କମିଟି ସଭାପତି ସ୍ବୟମ୍ଭୁନାଥ ଖଣ୍ତଗିରି ଉଦଘାଟକ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଏଏନଓ କ୍ୟାପଟେନ୍ ସୂର୍ଯ୍ୟନାରାୟଣ ପଣ୍ଡା , ଛାତ୍ର ପ୍ରତିନିଧି ଭାବେ ପୂର୍ବତନ ଏସୟୁଓ ପ୍ରଦୀପ ପଧାନ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଶ୍ରୀ ପଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ମନୋଜ କୁମାର ସାହୁ ସଂଯୋଜନା କରିଥିବା ବେଳେ ପୂର୍ବତନ ଏସୟୁଓ ସୌମିତ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଚିନ୍ମୟ ପଣ୍ଡା କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିବା ବେଳେ ବହୁ ସଂଖ୍ୟାରେ ପୂର୍ବତନ ଓ ବର୍ତ୍ତମାନର ଏନସିସି କ୍ୟାଡେଟ୍ ଯୋଗଦେଇଥିଲେ।

The post ବାରମ୍ବାର ପ୍ରୟାସ ବିଫଳତାକୁ ସଫଳତାର ରୂପ ଦିଏ appeared first on Odisha.News.