ବିଦ୍ୟାଳୟରୁ ବିଦ୍ୟୁତ୍ ବିଚ୍ଛିନ୍ନ । ଶିକ୍ଷାଦାନରେ ବଡ଼ ବିଭ୍ରାଟ ।

କନକ ବ୍ୟୁରୋ: ସରକାରୀ ବ୍ୟବସ୍ଥାର ଅପାରଗତା ଯୋଗୁଁ ଅନ୍ଧାରରେ କୁନି କୁନି ପିଲାଙ୍କ ଭବିଷ୍ୟତ । ୨୦ ଦିନ ହେଲାଣି କଟକ ଜିଲ୍ଲାର ଏକ ବିଦ୍ୟାଳୟରୁ ବିଦ୍ୟୁତ ବିଛିନ୍ନ କରିଦେଇଛି ଟାଟା ପାୱାର । ପାଠପଢାଠାରୁ ଶୌଚ ହେବା ପର୍ୟ୍ୟନ୍ତ ବିଦ୍ୟୁତ ବିନା ଆଉଟୁପାଉଟୁ ହେଉଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ ।  ଉପକୂଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ବାଧକ ସାଜିଛି ବିଦ୍ୟୁତ ବିତରଣ କମ୍ପାନୀ ସଂସ୍ଥା ଟାଟା ପାୱାର । ୨୦ ଦିନ ହେଲା ଅନ୍ଧାରରେ କଟକ ନିଶ୍ଚିନ୍ତକୋଇଲି ବ୍ଲକର ହରିରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସ୍ମାର୍ଟ ପ୍ରିପେଡ ମିଟର ବିଲ ପୈଠ ନକରିବାରୁ ବିଦ୍ୟୁତ୍ ବିଚ୍ଛିନ୍ନ କରିଦେଇଛି ଟାଟା ପାୱାର । ସ୍ମାର୍ଟ ବୋର୍ଡ ଠାରୁ ଆରମ୍ଭ କରି ଶୌଚାଳୟ, ସବୁ ଅଚଳ। ସମସ୍ୟା ଭୋଗୁଛନ୍ତି ୮ଟି ଶ୍ରେଣୀର ଛାତ୍ରଛାତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରିପେଡ ମିଟର ଆଗୁଆ ବିଲ୍‌ ପୈଠ ନହେବାରୁ ଏଭଳି ସ୍ଥିତି ସୃଷ୍ଚି ହୋଇଥିବା ଅଭିଯୋଗ ହୋଇଛି । ଶିକ୍ଷାର ଭିତ୍ତିଭୂମି ସୁଦୃଢ କରିବା ପାଇଁ ସରକାର ପାଣିଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଗଣ ଶିକ୍ଷା ବିଭାଗ ଓ ଶକ୍ତି ବିଭାଗର ସମନ୍ୱୟ ଅଭାବରୁ ଆଧୁନିକ ଶିକ୍ଷା ବ୍ୟବସ୍ଥାରୁ ବଞ୍ଚିତ ହୋଇଛନ୍ତି ଛାତ୍ରଛାତ୍ରୀ । ବଡ଼ବଡ଼ କମ୍ପାନୀ ଉପରେ କୋଟିକୋଟି ଟଙ୍କାର ବିଦ୍ୟୁତ୍‌ ବିଲ ବାକି ପଡ଼ିଥିବା ବେଳେ ସରକାରୀ ବିଦ୍ୟାଳୟର ୫ ହଜାର ୭୨୮ଟଙ୍କା ବକେୟା ପାଇଁ ବିଦ୍ୟୁତ ବିଚ୍ଛିନ୍

ବିଦ୍ୟାଳୟରୁ ବିଦ୍ୟୁତ୍ ବିଚ୍ଛିନ୍ନ । ଶିକ୍ଷାଦାନରେ ବଡ଼ ବିଭ୍ରାଟ ।

କନକ ବ୍ୟୁରୋ: ସରକାରୀ ବ୍ୟବସ୍ଥାର ଅପାରଗତା ଯୋଗୁଁ ଅନ୍ଧାରରେ କୁନି କୁନି ପିଲାଙ୍କ ଭବିଷ୍ୟତ । ୨୦ ଦିନ ହେଲାଣି କଟକ ଜିଲ୍ଲାର ଏକ ବିଦ୍ୟାଳୟରୁ ବିଦ୍ୟୁତ ବିଛିନ୍ନ କରିଦେଇଛି ଟାଟା ପାୱାର । ପାଠପଢାଠାରୁ ଶୌଚ ହେବା ପର୍ୟ୍ୟନ୍ତ ବିଦ୍ୟୁତ ବିନା ଆଉଟୁପାଉଟୁ ହେଉଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ । 

ଉପକୂଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ବାଧକ ସାଜିଛି ବିଦ୍ୟୁତ ବିତରଣ କମ୍ପାନୀ ସଂସ୍ଥା ଟାଟା ପାୱାର । ୨୦ ଦିନ ହେଲା ଅନ୍ଧାରରେ କଟକ ନିଶ୍ଚିନ୍ତକୋଇଲି ବ୍ଲକର ହରିରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସ୍ମାର୍ଟ ପ୍ରିପେଡ ମିଟର ବିଲ ପୈଠ ନକରିବାରୁ ବିଦ୍ୟୁତ୍ ବିଚ୍ଛିନ୍ନ କରିଦେଇଛି ଟାଟା ପାୱାର । ସ୍ମାର୍ଟ ବୋର୍ଡ ଠାରୁ ଆରମ୍ଭ କରି ଶୌଚାଳୟ, ସବୁ ଅଚଳ। ସମସ୍ୟା ଭୋଗୁଛନ୍ତି ୮ଟି ଶ୍ରେଣୀର ଛାତ୍ରଛାତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରିପେଡ ମିଟର ଆଗୁଆ ବିଲ୍‌ ପୈଠ ନହେବାରୁ ଏଭଳି ସ୍ଥିତି ସୃଷ୍ଚି ହୋଇଥିବା ଅଭିଯୋଗ ହୋଇଛି ।
 
ଶିକ୍ଷାର ଭିତ୍ତିଭୂମି ସୁଦୃଢ କରିବା ପାଇଁ ସରକାର ପାଣିଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଗଣ ଶିକ୍ଷା ବିଭାଗ ଓ ଶକ୍ତି ବିଭାଗର ସମନ୍ୱୟ ଅଭାବରୁ ଆଧୁନିକ ଶିକ୍ଷା ବ୍ୟବସ୍ଥାରୁ ବଞ୍ଚିତ ହୋଇଛନ୍ତି ଛାତ୍ରଛାତ୍ରୀ । ବଡ଼ବଡ଼ କମ୍ପାନୀ ଉପରେ କୋଟିକୋଟି ଟଙ୍କାର ବିଦ୍ୟୁତ୍‌ ବିଲ ବାକି ପଡ଼ିଥିବା ବେଳେ ସରକାରୀ ବିଦ୍ୟାଳୟର ୫ ହଜାର ୭୨୮ଟଙ୍କା ବକେୟା ପାଇଁ ବିଦ୍ୟୁତ ବିଚ୍ଛିନ୍ନ କରି ଦେଇଛି ସଂପୃକ୍ତ ସଂସ୍ଥା। କାଣି ବିରାଡ଼ ଉପରେ କୁଜି ଅସରପାର ତାଉ ବୋଲି କହିଛନ୍ତି ଅଭିଭାବକ ।

ସେପଟେ ବିଦ୍ୟୁତ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ନିଶ୍ଚିନ୍ତକୋଇଲି ଟାଟା ପାୱା ଅଧିନରେ ଥିବା ୪୬୯ଟି ସରକାରୀ ଅନୁଷ୍ଠାନରେ ପ୍ରିପେଡ ମିଟର ଲଗାଯାଇଛି । ୭୮ଟି ଅନୁଷ୍ଠାନ ପକ୍ଷରୁ ଦେୟ ପୈଠ ହୋଇନାହିଁ । ତେଣୁ ସେଠାରୁ ବିଦ୍ୟୁତ ବିଚ୍ଛିନ୍ନ କରିଯାଇଛି । ସେହି ତାଲିକାରେ ରହିଛି ହରିରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।