ବିଦ୍ୟାଳୟରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ବ୍ୟାପକ କ୍ଷତି
ପୁରୁଷୋତ୍ତମପୁର: ଦୁର୍ବୃତ୍ତଙ୍କ ଉତ୍ପାତ... ଜାଳିଦେଲେ ସ୍କୁଲ ଘର... ନିଆଁରେ ପୋଡ଼ିଗଲା ସ୍କୁଲର ଅନେକ ସାମଗ୍ରୀ। ଘଟଣା ଘଟିଛି ଗଞ୍ଜାମ ପୁରୁଷୋତ୍ତମପୁର ବ୍ଲକ୍ କବିସୂର୍ଯ୍ୟନଗର ଥାନା ବଡଖରିଡ଼ା ଶ୍ରୀ କାଳେଶ୍ଵର ଉଚ୍ଚ ବିଦ୍ୟାଳୟରେ । ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ବିଦ୍ୟାଳୟର ଏନସିସି କକ୍ଷରେ ନିଆଁ ଲଗାଇଦେବାରୁ ସ୍କୁଲର ବ୍ୟାପକ କ୍ଷୟକ୍ଷତି ହୋଇଛି। ଅବଶ୍ୟ ରାତ୍ରି ଜଗୁଆଳି ନିଆଁକୁ କାବୁ କରିନେଇଥିବାରୁ ଏକ ନିଶ୍ଚିତ ବଡ଼ ଅଘଟଣ ଟଳିଯାଇଛି। ତଥାପି ଅଗ୍ନିକାଣ୍ଡରେ ଅନେକ କାଗଜପତ୍ର, ବହି ଏବଂ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ିଯାଇଛି।ଅଭିଯୋଗ ହୋଇଛି, ପ୍ରାୟ ଏକ ମାସ ମଧ୍ୟରେ ବିଦ୍ୟାଳୟରେ ଚୋରି, ଲୁଟପାଟ୍ ଲାଗି ରହିଛି l ପୂର୍ବରୁ ୫ଟି ଶ୍ରେଣୀ ଗୃହରେ ଭଙ୍ଗାରୁଜା ସହ ଲୁଟପାଟ ହୋଇଥିଲା । ଏମିତିକି ବ୍ଲାକ୍ବୋର୍ଡରେ ‘ଆମେ ଲୋକାଲ’ ଗ୍ୟାଙ୍ଗ୍ ଲେଖିଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଦୁଇ ଦିନ ତଳେ ମଧ୍ୟ ବିଦ୍ୟାଳୟ କାର୍ଯ୍ୟାଳୟରୁ ୫ଟି କମ୍ପ୍ୟୁଟର ଚୋରି ହୋଇଥିଲା। ତେବେ ଏଭଳି ଘଟଣାରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଭୟଭୀତ ହୋଇପଡ଼ିଥିବା କହିଛନ୍ତି ସ୍କୁଲର ପ୍ରଧାନଶିକ୍ଷକ।
ପୁରୁଷୋତ୍ତମପୁର: ଦୁର୍ବୃତ୍ତଙ୍କ ଉତ୍ପାତ... ଜାଳିଦେଲେ ସ୍କୁଲ ଘର... ନିଆଁରେ ପୋଡ଼ିଗଲା ସ୍କୁଲର ଅନେକ ସାମଗ୍ରୀ। ଘଟଣା ଘଟିଛି ଗଞ୍ଜାମ ପୁରୁଷୋତ୍ତମପୁର ବ୍ଲକ୍ କବିସୂର୍ଯ୍ୟନଗର ଥାନା ବଡଖରିଡ଼ା ଶ୍ରୀ କାଳେଶ୍ଵର ଉଚ୍ଚ ବିଦ୍ୟାଳୟରେ । ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ବିଦ୍ୟାଳୟର ଏନସିସି କକ୍ଷରେ ନିଆଁ ଲଗାଇଦେବାରୁ ସ୍କୁଲର ବ୍ୟାପକ କ୍ଷୟକ୍ଷତି ହୋଇଛି। ଅବଶ୍ୟ ରାତ୍ରି ଜଗୁଆଳି ନିଆଁକୁ କାବୁ କରିନେଇଥିବାରୁ ଏକ ନିଶ୍ଚିତ ବଡ଼ ଅଘଟଣ ଟଳିଯାଇଛି। ତଥାପି ଅଗ୍ନିକାଣ୍ଡରେ ଅନେକ କାଗଜପତ୍ର, ବହି ଏବଂ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ିଯାଇଛି।
ଅଭିଯୋଗ ହୋଇଛି, ପ୍ରାୟ ଏକ ମାସ ମଧ୍ୟରେ ବିଦ୍ୟାଳୟରେ ଚୋରି, ଲୁଟପାଟ୍ ଲାଗି ରହିଛି l ପୂର୍ବରୁ ୫ଟି ଶ୍ରେଣୀ ଗୃହରେ ଭଙ୍ଗାରୁଜା ସହ ଲୁଟପାଟ ହୋଇଥିଲା । ଏମିତିକି ବ୍ଲାକ୍ବୋର୍ଡରେ ‘ଆମେ ଲୋକାଲ’ ଗ୍ୟାଙ୍ଗ୍ ଲେଖିଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଦୁଇ ଦିନ ତଳେ ମଧ୍ୟ ବିଦ୍ୟାଳୟ କାର୍ଯ୍ୟାଳୟରୁ ୫ଟି କମ୍ପ୍ୟୁଟର ଚୋରି ହୋଇଥିଲା। ତେବେ ଏଭଳି ଘଟଣାରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଭୟଭୀତ ହୋଇପଡ଼ିଥିବା କହିଛନ୍ତି ସ୍କୁଲର ପ୍ରଧାନଶିକ୍ଷକ।